ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ଜେଲ୍‌ରୁ ବାହାରିବା ପରେ ଆସିଲା ହେମନ୍ତ ସୋରେନଙ୍କ ପ୍ରଥମ ପ୍ରତିକ୍ରିୟା

ରାଞ୍ଚି: ଝାଡ଼ଖଣ୍ଡ ହାଇକୋର୍ଟ ଜମି ଦୁର୍ନୀତି ସଂପର୍କିତ ମନି ଲଣ୍ଡରିଂ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାମିନ ଦେଇଛନ୍ତି । ଦୀର୍ଘ ୫ ମାସ ପରେ ବିର୍ସା ମୁଣ୍ଡା ଜେଲ୍‌ରୁ ମୁକୁଳିଛନ୍ତି ହେମନ୍ତ ସୋରେନ । ଜେଲ୍‌ରୁ ବାହାରିବା ପରେ ସୋରେନଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ହେମନ୍ତ ସୋରେନ୍ କହିଛନ୍ତି ଯେ, ‘ମୋ ଉପରେ ମିଥ୍ୟା ଅଭିଯୋଗ ଲଗାଇ ଜେଲ୍‌ରେ ବନ୍ଦ କରିଥିଲେ  । ସାଧାରଣ ଲୋକଙ୍କ ସ୍ବର ଚପାଇ ଦେବାକୁ ଉଦ୍ୟମ କରାଯାଉଛି । ନ୍ୟାୟାଳୟ ନିଜର ନ୍ୟାୟ ଶୁଣାଇଛନ୍ତି, ତେଣୁ ମୁଁ ଆଜି ବାହାରକୁ ଆସିଛି ।’ 

ସେ ଆହୁରି ମଧ୍ୟ କହିଛନ୍ତି, ନ୍ୟାୟର ପ୍ରକ୍ରିୟା ଦୀର୍ଘ ହୋଇଯାଇଛି । ଆଜି ଦେଶରେ ରାଜନେତା, ସାମ୍ବାଦିକ ଏବଂ ସାଧାରଣ ଜନତାଙ୍କ ସ୍ବରକୁ ଚପାଇ ଦିଆଯାଉଛି । ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଜେଲ ପଠାଇ ଦିଆଯାଇଛି । ଯେଉଁ ସଂକଳ୍ପ ଆମେ ନେଇଛୁ ତାକୁ ଆମେ ନିଶ୍ଚିତ ରୂପେ ପୂରଣ କରିବୁ । ମୋତେ କିଭଳି ଷଡ଼ଯନ୍ତ୍ର କରି ଜେଲରେ ପୂରାଗଲା ତାର ଗୋଟିଏ ସନ୍ଦେଶ ମିଳିଛି ବୋଲି ହେମନ୍ତ ସୋରେନ କହିଛନ୍ତି । 




ଏହା ବ୍ୟତୀତ ହେମନ୍ତ ସୋରେନ୍‌ ସାମ୍ବାଦିକଙ୍କୁ କହିଛନ୍ତି ଯେ, ନ୍ୟାୟପାଳିକାର ଆଦେଶକୁ ସମୀକ୍ଷା କରନ୍ତୁ ଏବଂ ଦେଶର ଲୋକମାନଙ୍କ ପାଖରେ ପହଞ୍ଚାନ୍ତୁ । ଏହା ପୂର୍ବରୁ ଜେଲ୍‌ରୁ ବାହାରିବା ପରେ ହେମନ୍ତ ସୋରେନଙ୍କୁ ଜେଏମଏର ବହୁ ସଂଖ୍ୟକ ସମର୍ଥକ ସ୍ବାଗତ କରିଥିଲେ । ଏଥିପାଇଁ ହେମନ୍ତ ସୋରେନ ଏବଂ ପତ୍ନୀ କଳ୍ପନା ସୋରେନ୍‌ ନ୍ୟାୟପାଳିକା ଏବଂ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଜିର ଦିନ ଭାବୁକ କଲା ଭଳି ବୋଲି ହେମନ୍ତ ସୋରେନ କହିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.