ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

ଗଙ୍ଗାନଦୀରେ ଓଲଟିଲା ଡ଼ଙ୍ଗା, ୫ ବୁଡ଼ି ଗଲେ

ପାଟନା – ରାଜଧାନୀ ପାଟନାରେ ବଡ଼ ଦୁର୍ଘଟଣା। ବାଢ ସ୍ଥିତ ଉମାଶଙ୍କର ଘାଟରେ ରବିବାର ସକାଳେ ୫ ଜଣ ଲୋକ ଗଙ୍ଗାରେ ବୁଡ଼ି ଯାଇଛନ୍ତି। ସମସ୍ତେ ନାଳନ୍ଦାକୁ ଶବର ଅନ୍ତିମ ସଂସ୍କାର କରିବାକୁ ଆସି ଥିଲେ। ଅନ୍ତିମ ସଂସ୍କାର ପରେ ସ୍ନାନ ପାଇଁ ଡ଼ଙ୍ଗାରେ ଗଙ୍ଗାର ଅନ୍ୟପଟକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି। ବୁଡ଼ି ଯାଇଥିବା ଲୋକଙ୍କ ମଧ୍ୟରେ ଏନଏଚଏଆଇର ପୂର୍ବତନ ଆଞ୍ଚଳିକ ଅଧିକାରୀ ଅବଧେଶ କୁମାର ଓ ତାଙ୍କର ପୁତ୍ର ସମେତ ୫ ଜଣ ଲୋକ ଥିବାର କୁହାଯାଉଛି। ଏନଡିଆରଏଫ୍‌ର ଟିମ୍‌ ବୁଡ଼ି ଯାଇଥିବା ଲୋକଙ୍କ ତଲାସ କରୁଛି। ପାଟନାର ଡିଏମ୍‌ ଶୀର୍ଷତ କପିଲ ଅଶୋକ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ପୂରା ଖବର ନେଇଛନ୍ତି। 

ପାଟନାର ଏସଏସପି ରାଜୀବ ମିଶ୍ର କହିଛନ୍ତି କି ଡ଼ଙ୍ଗାରେ ଗୋଟିଏ ହିଁ ପରିବାରର ୧୭ ଜଣ ଲୋକ ବସିଥିଲେ। ଏଥିରେ ୧୨ ଜଣଙ୍କୁ ନାବିକ ଓ ସ୍ଥାନୀୟ ଡାଇଭରଙ୍କ ସାହାଯ୍ୟରେ ରକ୍ଷା କରାଯାଇଛି। ଏସଡିଆରଏଫ୍‌ ଟିମ୍‌ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଗଙ୍ଗାରେ ବୁଡ଼ି ଯାଇଥିବା ଲୋକଙ୍କର ତଲାସରେ ଲାଗି ପଡ଼ିଛି।

କୁହାଯାଉଛି କି ,ଡ଼ଙ୍ଗା ବୁଡ଼ି ଘଟଣାରେ ବୁଡି ଯାଇଥିବା ଲୋକଙ୍କ ମଧ୍ୟରେ ଅବଧେଶ କୁମାର ( ୬୦ବର୍ଷ) , ତାଙ୍କ ପୁଅ ନୀତୀଶ କୁମାର (୩୦ ବର୍ଷ) , ହରଦେବ ପ୍ରସାଦ (୬୫ ବର୍ଷ) ଓ ଜଣେ ମହିଳାଙ୍କ ସମେତ ମୋଟ ୫ ଜଣ ଲୋକ ସାମିଲ ଅଛନ୍ତି। ହେଲେ ଅଫିସିଆଲି ଭାବେ ଏହାର ସ୍ପଷ୍ଟ ହୋଇ ନାହିଁ। ଦୁର୍ଘଟଣାର ଖବର ମିଳିବା ପରେ ବାଢର ଏସଡିଏମ , ଏଏସପି , ଥାନା ପ୍ରଭାରୀ ମଧ୍ୟ ସେଠାରେ ପହଞ୍ଚି ଥିଲେ ଏବଂ ଏସଡିଆରପିଏଫ୍‌ର ଟିମ୍‌କୁ ଡ଼କାଯାଇ ଥିଲା। ଏବେସୁଦ୍ଧା ବୁଡ଼ି ଯାଇଥିବା ଲୋକଙ୍କର କୌଣସି ଖୋଜ ଖବର ନାହିଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.