ପ୍ରମୂଖ ଖବର
  • ରାୟଗଡା ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ, ଶ୍ରମ ବିଭାଗର ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ଜବତ୍
  • ||
  • ଇକାଭାରୀ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ଡମ୍ପ ଠାବ: ବିପୁଳ ପରିମାଣ ରାସନ ସାମଗ୍ରୀ ଜବତ, ୬ ନକ୍ସଲ ଗିରଫ
  • ||
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

‘ରାମ’ ନେଲେ ସଂସ୍କୃତରେ , ରାହୁଲ ଇଂରାଜୀରେ ନେଲେ ଶପଥ... ଲୋକସଭାରେ ୟୁପି ସାଂସଦଙ୍କ ଗଜବ ଅନ୍ଦାଜ ଦେଖନ୍ତୁ...

ନୂଆଦିଲ୍ଲୀ,୨୫/୬ :  ୧୮ତମ ଲୋକସଭାର ପ୍ରଥମ ଅଧିବେଶନର ଆରମ୍ଭ ସୋମବାର ହୋଇସାରିଛି । ଆଜି ସଂସଦ ଅଧିବେଶନର ଦ୍ବିତୀୟ ଦିନ ରହିଛି । ସ୍ପିକର ପଦକୁ ନେଇ ସରକାର ଏବଂ ବିପକ୍ଷଙ୍କ ମଧ୍ୟରେ ସହମତି ହୋଇନାହିଁ । ଏଥିଲାଗି ଏବେ ବିପକ୍ଷଙ୍କ ତରଫରୁ ଲୋକସଭା ପଦ ଲାଗି ପ୍ରାର୍ଥୀ ଓହ୍ଲାଯାଇଛି । ବିପକ୍ଷଙ୍କ ତରଫରୁ କେ ସୁରେଶ ନାମାଙ୍କନ ଦାଖଲ କରିଛନ୍ତି । ପ୍ରକାଶ ଯେ, ବିପକ୍ଷ ଡେପୁଟୀ ସ୍ପିକର ପଦର ଦାବି କରିଥିଲେ, ଯାହା ଉପରେ ସହମତି ହୋଇନାହିଁ । ପ୍ରକାଶ ଯେ, ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ କିରଣ ରିଜିଜୁ ବିପକ୍ଷ ପ୍ରମୁଖ ନେତାଙ୍କ ସହ କଥା ହୋଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ସପା ପ୍ରମୁଖ ଅଖିଳେଶ ଯାଦବ, ଡିଏମକେ ପ୍ରମୁଖ ଏମ କେ ଷ୍ଟାଲିନ ଏବଂ ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ସହ ଏହା ଉପରେ ଚର୍ଚ୍ଚା କରିଛନ୍ତି । ଲୋକସଭା ସ୍ପିକର ରେସରେ ସବୁଠାରୁ ଆଗରେ ଓମ୍ ବିରଲାଙ୍କୁ କୁହାଯାଉଥିଲା । କିନ୍ତୁ ଏବେ ତାଙ୍କୁ ସୁରେଶଙ୍କ ସହ ଟକ୍କର ଦେବାକୁ ପଡ଼ୁଛି ।

 ‘ଜୟ ହିନ୍ଦ, ଜୟ ସମ୍ବିଧାନ ’ : ଯେତେବେଳେ ଲୋକସଭାରେ ସାଂସଦ ପଦର ଶପଥ ନେବାକୁ ପହଞ୍ଚିଥିବା ରାହୁଲ ଗାନ୍ଧୀ ।

 

 ତାଳିର ମାଡ଼ ଭିତରେ ଅଖିଳେଶ ଯାଦବ ନେଲେ ସାଂସଦ ପଦର ଶପଥ । 

 ସମାଜବାଦୀ ପାର୍ଟି(ସପା) ସାଂସଦ ଡିମ୍ପଲ ଯାଦବ ୧୮ତମ ଲୋକସଭାର ସଦସ୍ୟ ରୂପରେ ଶପଥ ନେଇଥିଲେ ।

ଉତ୍ତରପ୍ରଦେଶର ମେରଠ ସଂସଦୀୟ କ୍ଷେତ୍ର‌ରେ ନିର୍ବାଚିତ ଭାରତୀୟ ଜନତା ପାର୍ଟି(ବିଜେପି)ର ସାଂସଦ ଅରୁଣ ଗୋବିଲ ମଙ୍ଗଳବାର ଲୋକସଭାର ସଦସ୍ୟତାର ଶପଥ ସଂସ୍କୃତ ଭାଷାରେ ନେଇଛନ୍ତି । ଯେତେବେଳେ ଶପଥ ଲାଗି ଅରୁଣ ଗୋବିଲଙ୍କ ନାଁ ଡକାଗଲା ତ ସରକାରୀ ଦଳର କିଛି ସଦସ୍ୟ ‘ଜୟ ଶ୍ରୀ ରାମ’ର ନାରା ଲଗାଇଥିଲେ । 

 ‘ଜୟ ଭୀମ, ଜୟ ଭାରତ...’ ନଗୀନାରୁ ସାଂସଦ ଚନ୍ଦ୍ରଶେଖର ଆଜାଦ ସଂସଦ ସଦସ୍ୟ ଭାବେ ନେଇଛନ୍ତି ଶପଥ । 

କ୍ୟାରାନା ସାଂସଦ ଇକରା ହସନ ଚୌଧୁରୀ ଲୋକସଭା ସଦସ୍ୟ ଶପଥ ନେଇଛନ୍ତି ।

 ଶପଥ ଲାଗି ଫ୍ୟାଜାବାଦ ସାଂସଦଙ୍କ ହିରୋ ଭଳି ଏଣ୍ଟ୍ରି ।

 ଗୋରଖପୁରର ସାଂସଦ ରବି କିଶନ ଏକ ବିଶେଷ ଅନ୍ଦାଜରେ ଶପଥ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.