ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ହରିଆଣାର ସରକାରୀ ସ୍କୁଲରେ ୪ ଲକ୍ଷ ଫେକ୍ ଆଡମିଶନ , ମାମଲା ରୁଜୁ କଲା ସିବିଆଇ

ଚଣ୍ଡିଗଡ଼ – ହରିଆଣାର ପ୍ରାଇମେରୀ ଏଜୁକେସନ ଡିପାର୍ଟମେଣ୍ଟରେ ଫେକ୍ ଆଡମିଶନର ବଡ଼ ମାମଲା ସାମନାକୁ ଆସିଛି। ସିବିଆଇ ଏହାକୁ ନେଇ ଶିକ୍ଷା ବିଭାଗର ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ରିପୋର୍ଟ ମୁତାବିକ, ୨୦୧୪-୧୬ ମସିହା ମଧ୍ୟରେ ହରିଆଣାର ସରକାରୀ ସ୍କୁଲରେ ୪ ଲକ୍ଷ ଛାତ୍ରଛାତ୍ରୀଙ୍କର ଫେକ୍‌ ଆଡମିଶନ କରାଯାଇଛି। ଏହାସହ ଏହି ଫେକ୍‌ ଛାତ୍ରଛାତ୍ରୀଙ୍କ ନାମରେ ଅର୍ଥ ହେରାଫେରି କରିବାର ଅଭିଯୋଗ ରହିଛି। 

ଏହି ଖବର ଏମିତି ସମୟରେ ସାମନାକୁ ଆସିଛି , ଯେବେ ସିବିଆଇ ନିଟ୍‌-ୟୁଜି ପେପର ଲିକ୍‌ ମାମଲାରେ ବଡ଼ ଆକ୍ସନ ନେଇଛି। ଯାଞ୍ଚ ଏଜେନ୍ସି ଶୁକ୍ରବାର ଝାଡ଼ଖଣ୍ଡର ହଜାରିବାଗରେ ଥିବା ସ୍କୁଲ୍‌ର ପ୍ରଧାନାଚାର୍ଯ୍ୟ ଏହସାନୁଲ ହକ୍‌ଙ୍କୁ, ଏନଟିଏ ପକ୍ଷରୁ ୫ ମେ’ରେ ଆୟୋଜିତ ମେଡିକାଲ ପ୍ରବେଶ ପରୀକ୍ଷା ନିଟ୍‌-ୟୁଜି ପାଇଁ ହଜାରିବାଗ୍‌ର ସିଟି କୋ-ଅର୍ଡିନେଟର କରାଯାଇ ଥିଲା। ସେ କହିଛନ୍ତି କି, ଉପ-ପ୍ରଧାନାଚାର୍ଯ୍ୟ ଇମିତୟାଜ ଆଲମଙ୍କୁ ଏନଟିଏର ପର୍ଯ୍ୟବେକ୍ଷକ ଓ ଓଏସିସ ସ୍କୁଲ୍‌ର କେନ୍ଦ୍ର କୋ-ଅର୍ଡିନେଟର ନିଯୁକ୍ତ କରାଯାଇଛି। 

ଉଲ୍ଲେଖନୀୟ ଯେ , କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ନିକଟରେ ହରିଆଣା ପାଇଁ ଭାରତୀୟ ଜନତା ପାର୍ଟିର ନିର୍ବାଚନ ପ୍ରଭାରୀ ନିଯୁକ୍ତ କରାଯାଇଛି। ଏହି ଅବସରରେ ସେ କହିଥିଲେ କି ବିଧାନସଭା ନିର୍ବାଚନ ପରେ ହରିଆଣାରେ ପୁଣି ଥରେ ଗରିବ , ଚାଷୀ , ପଛୁଆ ବର୍ଗ ଓ ସାଧାରଣ ଲୋକଙ୍କ ସରକାର ଶାସନକୁ ଆସିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.