ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ମୁକେଶ ଅମ୍ବାନୀଙ୍କ ଘରେ ଆରଏସଏସ ମୁଖ୍ୟ ମୋହନ ଭାଗବତ, ଫାଟକ ପାଖରୁ ପାଛୋଟି ନେଲେ ଅନନ୍ତ ...

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମାଲିକ ତଥା ଜଣାଶୁଣା ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଘରେ ଆରଏସଏସ ମୁଖ୍ୟ ମୋହନ ଭଗବତ ଆଜି ପହଞ୍ଚିଥିଲେ । ମୋହନ ଭଗବତଙ୍କୁ ସ୍ୱାଗତ କରିବା ପାଇଁ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ପୂର୍ବରୁ ଫାଟକ ସମ୍ମୁଖରେ ଉପସ୍ଥିତ ଥିଲେ ଏବଂ ମୋହନ ଭଗବତ ପହଞ୍ଚିବା ମାତ୍ରେ ସେ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ ।

କୁହାଯାଉଛି ଯେ, ଅନନ୍ତ ଅମ୍ବାନୀଙ୍କ ବିବାହ ପୂର୍ବରୁ ସମସ୍ତ ବଡ ବଡ ଭିଭିଆଇପିଙ୍କ ସହ ଫଟୋସୁଟ ଚାଲିଛି ଏବଂ ଏହି କ୍ରମରେ ମୋହନ ଭଗବତ ଆଜି ଅମ୍ବାନୀଙ୍କ ଘର ଆଣ୍ଟିଲିଆରେ ପହଞ୍ଚିଥିଲେ । ସୂଚନାଥାଉକି, ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ଘରେ ପୁଣିଥରେ ମେଗା ସେଲିବ୍ରେସନ ଆରମ୍ଭ ହେଉଛି । ଏହାପୂର୍ବରୁ ଅନନ୍ତ ଅମ୍ବାନୀଙ୍କ ପ୍ରି ଓ୍ବେଡିଂ ସେଲିବ୍ରେସନକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ବର୍ତ୍ତମାନ ଏବେ ସେମାନଙ୍କର ବିବାହ ଉତ୍ସବର ସମୟ ଆସିଛି । 

ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ଆସନ୍ତା ମାସରେ ଅର୍ଥାତ୍ ୧୨ ଜୁଲାଇରେ ହେବ । ଏଥିପାଇଁ ଏବେ ସେଲିବ୍ରିଟିଙ୍କ ଭିଡ ହେବା ଆରମ୍ଭ ହୋଇସାରିଛି । ଏହି ଗ୍ରାଣ୍ଡ ଓ୍ବେଡିଂ କାର୍ଯ୍ୟକ୍ରମ କେବଳ ମୁମ୍ବାଇରେ ଅନୁଷ୍ଠିତ ହେବ। ଏହା ପରେ, ୧୩ ଜୁଲାଇରେ ଏକ ଆଶୀର୍ବାଦ କାର୍ଯ୍ୟକ୍ରମ ଏବଂ ୧୪ ଜୁଲାଇରେ ସେମାନଙ୍କର ଗ୍ରାଣ୍ଡ ରିସେପ୍ସନ୍ ହେବ । 

ତେବେ ଅନନ୍ତ ଅମ୍ବାନୀ ହେଉଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ନୀତା ଅମ୍ବାନୀଙ୍କ ସାନ ପୁଅ । ସେ ମୁମ୍ବାଇର ଏନକୋର ହେଲଥ କେୟାର ସିଇଓ ବିରେନ୍ ମର୍ଚାଣ୍ଟ ଏବଂ ଶିଲା ମର୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚାଣ୍ଟଙ୍କୁ ବିବାହ କରିବାକୁ ଯାଉଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.