ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

EVM କୁ ନେଇ ପ୍ରଶ୍ନ ଉଠାଇଲେ ରାହୁଲ ଗାନ୍ଧୀ, କହିଲେ-ଏହା ବ୍ଲାକ ବକ୍ସ, ଯାଞ୍ଚ କରିବାକୁ କାହାକୁ ନାହିଁ ଅନୁମତି

ନୂଆଦିଲ୍ଲୀ,୧୬।୬: ପୁଣି ଉଠିଲା ଇଲେକ୍‌ଟ୍ରୋନିକ୍‌ ଭୋଟିଂ ମେସିନ୍‌ ତଥା ଇଭିଏମ୍‌ ପ୍ରସଙ୍ଗ। ଏବେ ଏହି  କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧି ଇଭିଏମକୁ ନେଇ ପୁଣି ଉଠାଇଛନ୍ତି ପ୍ରଶ୍ନ। ସେ ଭାରତର ଇଭିଏମ୍‌କୁ 'ବ୍ଲାକ୍‌ ବକ୍ସ' ବୋଲି କହିଛନ୍ତି। ରବିବାର ରାହୁଲ ଗାନ୍ଧି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ସ୍ପେସ୍ ଏକ୍ସ ସିଇଓ ଏଲନ୍‌ ମସ୍କଙ୍କ ଏକ୍ସ ପୋଷ୍ଟକୁ ରି-ପୋଷ୍ଟ କରିବା ସହ ଏକ ସ୍ୱତନ୍ତ୍ର ଖବର କାଗଜରେ ଛପି ନ୍ୟୁଜକୁ ସୋସିଆଲ  ମିଡିଆରେ ପୋଷ୍ଟ କରିଛନ୍ତି। ରାହୁଲ କହିଛନ୍ତି, 'ଭାରତରେ ଇଭିଏମ୍ ହେଉଛି ଏକ ବ୍ଲାକ୍ ବକ୍ସ। ଏହାକୁ ଯାଞ୍ଚ କରିବାକୁ କାହାର ବି ଅନୁମତି ନାହିଁ।'

ଶନିବାର ଏଲନ୍ ମସ୍କ ଆମେରିକା  ରାଷ୍ଟ୍ରପତି ନିର୍ବାଚନରେ ଇଭିଏମ ବ୍ୟବହାର ନକରିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ,'ଇଭିଏମକୁ ରଦ୍ଦ କରିବା ଉଚିତ୍। ଏହାକୁ ସାଧାରଣ ଲୋକ କିମ୍ବା ଏଆଇ ଦ୍ୱାରା ହ୍ୟାକ୍ କରିବା ସମ୍ଭବ। ଏଲନ ମସ୍କଙ୍କ ଏହି ବୟାନକୁ ନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତା ରାଜୀବ ଚନ୍ଦ୍ରଶେଖର ମସ୍କ ଟାର୍ଗେଟ କରିଥିଲେ। ସେ କହିଥିଲେ ସୁରକ୍ଷିତ ଡିଜିଟାଲ ହାର୍ଡଓ୍ବେର ତିଆରି କରିହେବ। ମସ୍କଙ୍କ ବିଚାର ଆମେରିକା କିମ୍ବା ଅନ୍ୟ ସ୍ଥାନ ପାଇଁ ହୋଇଥିବ, କିନ୍ତୁ ଭାରତ ପାଇଁ ଭୁଲ। ତେବେ ମସ୍କଙ୍କ ଏହି ବିବାଦରେ ନୂଆ  ଏଣ୍ଟ୍ରି କରିଛନ୍ତି ରାହୁଲ ଗାନ୍ଧୀ। ସେ ଇଭିଏମ୍‌ ଉପରେ ପ୍ରଶ୍ନ ଉଠାଇଛନ୍ତି।

ଇଭିଏମ୍‌କୁ ନେଇ ଆରମ୍ଭ ହୋଇଥିବା ବିବାଦରେ ଏବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମତ ରଖିଛନ୍ତି। ସେ ଏହିମାମଲାରେ ଏଲନ୍ ମସ୍କଙ୍କ ବିଚାରକୁ ସମର୍ଥନ କରିଛନ୍ତି। ସେ ଇଭିଏମ୍‌କୁ ବ୍ଲାକ ବକ୍ସ କରିଛନ୍ତି। ଏକ୍ସର ଏକ ପୋଷ୍ଟରେ ରାହୁଲ ଗାନ୍ଧୀ କହିଛନ୍ତି, ଭାରତରେ ଇଭିଏମ୍‌କୁ ବ୍ଳାକ ବକ୍ସ ଓ ଏହାକୁ ଯାଞ୍ଚ କରିବାର ଅନୁମତି ନାହିଁ। ଆମର ନିର୍ବାଚନ ପକ୍ରିୟାରେ ପାରଦର୍ଶିତାକୁ ନେଇ ଗମ୍ଭୀର ଚିନ୍ତା ପ୍ରକାଶ କରାଯାଉଛି। ସେ କହିଛନ୍ତି ଆମର ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ନେଇ ଚିନ୍ତା ବଢ଼ୁଛି। ଯେତେବେଳେ ଅନୁଷ୍ଠାନଗୁଡ଼ିକର ଉତ୍ତରଦାୟିତ୍ୱ ଅଭାବ ହୁଏ, ସେତେବେଳେ ଗଣତନ୍ତ୍ର ଦେଖାଣିଆ ପାଲଟିଯାଏ ଏବଂ ଠକାମିର ସମ୍ଭାବନା ବଢ଼ିଯାଏ।' 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.