ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

ଦିଲ୍ଲୀରେ ଜଳ ସମସ୍ୟା ; ଲୋକଙ୍କ ମଧ୍ୟରେ ମାରପିଟିରେ ୩ ଆହତ

ନୂଆଦିଲ୍ଲୀ : ଦିଲ୍ଲୀରେ ଜଳ ସମସ୍ୟା ଏବେ ଉତ୍କଟ ହେବାରେ ଲାଗିଛି। ଦ୍ୱାରକା ଜିଲ୍ଲାରେ ପାଣି ପାଇଁ ଚାଲିଛି ଲଢେଇ। ଏଠାରେ ମାରପିଟିରେ ୩ଜଣ ଲୋକ ଆହତ ହୋଇଛନ୍ତି। ଦିଲ୍ଲୀ ପୁଲିସ ଏହି ସୂଚନା ଦେଇଛି ଏବଂ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ଏହି ମାରପିଟିରେ କୌଣସି ସାଂପ୍ରଦାୟିକ ଦିଗ ନାହିଁ। 

ଦିଲ୍ଲୀ ପୁଲିସ ସୂଚନାନୁସାରେ , ଦ୍ୱାରକା ଜିଲ୍ଲା ଅଞ୍ଚଳରେ ଏକ ସର୍ବସାଧାରଣ ନଳରୁ ପାଣି ଭରିବା ବେଳେ ଲୋକଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ୩ ଜଣ ଲୋକ ଆହତ ହୋଇଛନ୍ତି ଏବଂ ତାଙ୍କୁ ଇନ୍ଦିରା ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ମୁତାବିକ, ମାରପିଟିକୁ ନେଇ ଦୁଇଟି ପିସିଆର ଗତକାଲି ଆସିଥିଲା। ଏହି ମାରପିଟିକୁ ନେଇ ଉଭୟ ପକ୍ଷରୁ ଅଭିଯୋଗ ଆସିବା ପରେ ଦୁଇ ମାମଲା ରୁଜୁ ହୋଇଛି। ଦିଲ୍ଲୀ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି କି ଉଭୟ ପକ୍ଷର ବୟାନର ଯାଞ୍ଚ କରାଯାଉଛି।

ଭୀଷଣ ଗରମ ମଧ୍ୟରେ ଦିଲ୍ଲୀରେ ବହୁ ପରିମାଣରେ ଜଳ ସମସ୍ୟା ଦେଖା ଦେଇଛି। ଏହି ମାମଲାରେ ଖୁବ୍‌ ରାଜନୈତିକ ବୟାନବାଜି ବି ହେଉଛି। ଆମ୍‌ ଆଦମୀ ପାର୍ଟିର ନେତା ତଥା ଦିଲ୍ଲୀର ଜଳ ମନ୍ତ୍ରୀ ଅଭିଯୋଗ କରିଛନ୍ତି କି ଷଡ଼ଯନ୍ତ୍ର ଅନୁସାରେ, ଦିଲ୍ଲୀର ପାଇପ୍‌ଲାଇନ୍‌କୁ ଲିକ୍‌ କରିଦିଆ ଯାଇଛି , ଯାହାକି ଲୋକେ ଯେମିତି ପାଣି ପାଇ ପାରିବ ନାହିଁ। ଦିଲ୍ଲୀରେ ପାଣି ପାଇପଲାଇନ୍‌ର ସୁରକ୍ଷାକୁ ବଢାଇବା ପାଇଁ ସେ ଦିଲ୍ଲୀ ପୁଲିସ କମିଶନରଙ୍କୁ ଅନୁରୋଧ କରିଛନ୍ତି। ଦିଲ୍ଲୀର ଆଉ ଜଣେ ମନ୍ତ୍ରୀ ସୌରଭ ଭରଦ୍ୱାଜ ପ୍ରଶ୍ନ ଉଠାଇ ପଚାରିଛନ୍ତି କି ଏହି ପାଇପ୍‌ଲାଇନ୍‌ କିଏ ଭାଙ୍ଗିଛି ? ଏହାର ଯାଞ୍ଚ ହେବା ଉଚିତ୍।

ଏପଟେ ପାଣିର ସମସ୍ୟାରେ ଅତିଷ୍ଠ ଲୋକେ ଛତରପୁର ସ୍ଥିତ ଦିଲ୍ଲୀ ଜଳ ବୋର୍ଡର କାର୍ଯ୍ୟାଳୟକୁ ଭଙ୍ଗାରୁଜା କରିଛନ୍ତି । ବିଜେପିର ନେତା ରମେଶା ବିଧୁଡି ଦିଲ୍ଲୀ ସରକାରକୁ ଟାର୍ଗେଟ୍‌ କରି କହିଛନ୍ତି ଏହା ଏକ ଦୁର୍ନୀତିଖୋର ସରକାର। ସେ ଦୁର୍ନୀତିର ଅଭିଯୋଗରୁ ନିଜକୁ ବଞ୍ଚାଇବା ପାଇଁ ନାରେଟିଭ୍‌ ପରିବର୍ତ୍ତନ ଚାହାନ୍ତି । ଦିଲ୍ଲୀ ଜଳବୋର୍ଡରେ କୌଣସି ଅଡିଟ୍‌ ହୋଇନାହିଁ। ଦିଲ୍ଲୀ ଜଳବୋର୍ଡ ୭୦,୦୦୦ କୋଟି ଟଙ୍କାର କ୍ଷତିରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.