ପ୍ରମୂଖ ଖବର
  • ସାରା ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା, ୧୦୦ ଦିନ ଭିତରେ ହେବ କାର୍ଯ୍ୟକାରୀ
  • ||
  • ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମା' ତାରିଣୀ ପୀଠ ପାଇଁ ୫୦ କୋଟିର ଅନୁଦାନ
  • ||
  • T-20 ବିଶ୍ୱକପ୍ ସୁପର ୮ ରାଉଣ୍ଡ, ୨୧ ରନ୍‌ରେ କଙ୍ଗାରୁ ବାହିନୀ ଚିତ୍ ପଟାଙ୍ଗ, ଆଫଗାନିସ୍ତାନ ପ୍ରଥମ ବିଜୟ
  • ||
  • ଯୌନ ନିର୍ଯାତନା ମାମଲା, ପ୍ରଜ୍ବଳଙ୍କ ଭାଇ ସୂରଜ ରେଭାନ୍ନାକୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରି ସହରର ଡିଏନ୍‌କେ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମହିଳା ମୃତ
  • ||
  • ସାଲେପୁର: ବାଇକ୍‌ ସହ ପୋଲରୁ ଖସି ପଡ଼ିଲେ ୨ ଆରେହୀ, ଜଣେ ମୃତ ,ଜଣେ ଗୁରୁତର
  • ||
  • ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ
  • ||
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ମୋବାଇଲରେ ଦେଖାଯିବ କଲର୍‌ଙ୍କ ନାଁ, ମୁମ୍ବାଇ, ହରିୟାଣାରେ ପରୀକ୍ଷଣ

ନୂଆଦିଲ୍ଲୀ ୧୬/୦୬: ଏବେ ଫୋନ୍‌ରେ ଅଜଣା ନମ୍ବରରୁ କଲ୍‌ ଆସିଲେ କଲର୍‌ଙ୍କ ନାଁ ଦେଖାଯିବ । ଟେଲିକମ୍‌ କମ୍ପାନିଗୁଡ଼ିକ ମୁମ୍ବାଇ ଏବଂ ହରିୟାଣାରେ ପରୀକ୍ଷାମୂଳକ ଭିତ୍ତିରେ ଏହି ସେବା ଆରମ୍ଭ କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅନ୍ୟ ସହରଗୁଡ଼ିକରେ ବି ଏ ସେବା ଆରମ୍ଭ କରିବାକୁ ଯୋଜନା ରହିଛି । ଏହି ସେବାର ନାଁ କଲିଂ ନେମ୍‌ ପ୍ରେଜେଣ୍ଟେସନ୍‌(ସିଏନ୍‌ଏପି) ରଖାଯାଇଛି । ଏହା ସ୍ପାମ୍‌ ଏବଂ ଠକେଇ କଲ୍‌ଗୁଡ଼ିକୁ ରୋକିବାରେ ସହାୟକ ହେବ । 

ଇତିମଧ୍ୟରେ ଏଭଳି କଲ୍‌ ସଂଖ୍ୟା ବଢ଼ିବାରେ ଲାଗିଛି । ସରକାର ଏବଂ ଟେଲିକମ୍‌ ନିୟାମକ ଟ୍ରାଇର ଚାପ ପରେ କମ୍ପାନିଗୁଡ଼ିକ ଏହି ସେବାର ପରୀକ୍ଷଣ ଆରମ୍ଭ କରିଛନ୍ତି । ଏକ ଟେଲିକମ୍‌ କମ୍ପାନିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ସିଏନ୍‌ଏପି କିଭଳି କାର୍ଯ୍ୟ କରୁଛି, ତାହା ଜାଣିବା ପାଇଁ ଆମେ ସୀମିତ ସଂଖ୍ୟାରେ ଏହାର ପରୀକ୍ଷଣ ଆରମ୍ଭ କରିଛୁ । ଏହାଦ୍ୱାରା କଲ୍‌ ଆସିବାବେଳେ କଲର୍‌ଙ୍କ ନାଁ ଦେଖାଯିବ । ପରୀକ୍ଷଣର ଫଳାଫଳକୁ ଟେଲିକମ୍‌ ବିଭାଗ(ଡଟ୍‌) ପାଖକୁ ପଠାଯିବ, ଯାହାଦ୍ୱାରା ପ୍ରସ୍ତାବିତ ସେବାକୁ ନେଇ ଏକ ବ୍ୟବହାରିକ ନିଷ୍ପତ୍ତି ନିଆଯାଇପାରିବ ।

ଟ୍ରୁକଲର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଋଷିତ ଝୁନ୍‌ଝୁନ୍‌ୱାଲା ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ, ସିଏନ୍‌ଏପି ସେବା ଟ୍ରୁକଲର୍‌ର କଲର୍‌ ଆଇଡି ଆପ୍ଲିକେଶନ୍‌ ଭଳି ହେବ । କିନ୍ତୁ ଏହା ଦ୍ୱାରା ଆମର ବ୍ୟବସାୟ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ ।   ନିକଟରେ ସରକାର ଟେଲିକମ୍‌ କମ୍ପାନିଗୁଡ଼ିକୁ ଉକ୍ତ ସମସ୍ତ ଜାଲ୍‌ ଅନ୍ତରାଷ୍ଟ୍ରୀୟ କଲ୍‌ଗୁଡ଼ିକୁ ବ୍ଲକ୍‌ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁଗୁଡ଼ିକ କଲ୍‌ରେ ଭାରତୀୟ ନମ୍ବର ଭଳି ଦୃଶ୍ୟମାନ ହେଉଛି । ଡଟ୍‌ ପାଖକୁ ଏହା ଉପରେ ଅଭିଯୋଗ ଆସିଥିଲା । ଏହି କଲ୍‌ଗୁଡ଼ିକ ଜରିଆରେ ଲୋକଙ୍କ ସହ ସାଇବର ଅପରାଧ ଏବଂ ବିତ୍ତୀୟ ଠକେଇ କରାଯାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.