ପ୍ରମୂଖ ଖବର
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ସହକର୍ମୀଙ୍କ ଦେହ ହଠାତ୍ ଖରାପ ହେବାରୁ ଏମିତି ଯତ୍ନ ନେଇଥିଲେ CJI ଏବଂ ପତ୍ନୀ, ସୁସ୍ଥ ହେବା ପରେ ବ୍ଲକ୍‌ରେ କହିଲେ ସେଦିନର କଥା…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (CJI) ଡିଓ୍ବାଇ ଚନ୍ଦ୍ରଚୂଡ ତାଙ୍କର ସରଳତା ପାଇଁ ସାରା ଦେଶରେ ବେସ୍ ପ୍ରଂଶସନୀୟ । ସିଜେଆଇ ଚନ୍ଦ୍ରଚୂଡଙ୍କ ସହକର୍ମୀ ଆଡଭୋକେଟ୍ ମାନସୀ ଚୌଧରୀ ତାଙ୍କର ଏକ ବ୍ଲଗରେ ସିଜେଆଇଙ୍କୁ ଉଲ୍ଲେଖ କରିଛନ୍ତି । ଏହି ସମୟରେ ସେ କହିଛନ୍ତି ଯେ, ସିଜେଆଇ ସହ କାମ କରୁଥିବା ଲୋକଙ୍କ ଛୋଟ ଛୋଟ ଜିନିଷଗୁଡ଼ିକର ମଧ୍ୟ ସେ ଯତ୍ନ ନିଅନ୍ତି । ଆଡଭୋକେଟ୍ ମାନସୀ ଚୌଧୁରୀ କହିଛନ୍ତି ଯେ, ଦେଶର ସବୁଠାରୁ ବ୍ୟସ୍ତବହୁଳ ବ୍ୟକ୍ତି ହୋଇଥିଲେ ହେଁ ପ୍ରଧାନ ବିଚାରପତି ତାଙ୍କ ଟିମ୍‌କୁ ପରିବାର ପରି ବ୍ୟବହାର କରୁଥିଲେ।

ଆଡଭୋକେଟ୍ ମାନସୀ ଚୌଧରୀ ଲେଖିଛନ୍ତି ଯେ, ଦିନେ ସେ ଅସୁସ୍ଥ ହୋଇପଡିଥିଲେ ଏବଂ CJI ଏବଂ ତାଙ୍କ ପରିବାର କିପରି ତାଙ୍କର ଯତ୍ନ ନେଇଥିଲେ । ତାଙ୍କ ବ୍ଲଗ୍ ମାଧ୍ୟମରେ ସେ କହିଛନ୍ତି ଯେ, ଦିନେ ମତେ ଜ୍ୱର ହୋଇଥିଲା ଆଉ ଅଫିସକୁ ଯାଇପାରିଲି ନାହିଁ, ତେଣୁ ସେ (CJI) ମୋତେ ଫୋନ୍ କରି ମୋ ସ୍ୱାସ୍ଥ୍ୟ ବିଷୟରେ ପଚାରିଲେ । ଯେତେବେଳେ ମୁଁ ଜାଣିବାକୁ ପାଇଲି ଯେ ଅଫିସରେ ମୋର ଖାଦ୍ୟ ବିଷାକ୍ତ ହୋଇଯାଇଥିଲା, ସେତେବେଳେ ମୋର ମନେ ଅଛି ଯେ ସାର୍ ଏବଂ ମାମ୍ ’(CJI ଏବଂ ତାଙ୍କ ପତ୍ନୀ) କିଭଳି ମୋର ଯତ୍ନ ନେଉଥିଲେ ।

"ମୁଁ ଯେତେବେଳେ ଅଫିସକୁ ଗଲି, ସାର୍ (ସିଜେଆଇ) ଙ୍କ ସଚିବ ମୋତେ ପଚାରିଥିଲେ ମୋ ପାଖରେ କୌଣସି ଔଷଧ ଅଛି କି ନାହିଁ । ପରବର୍ତ୍ତୀ ମୁହୂର୍ତ୍ତରେ ସାର୍ ଏବଂ ମାମ୍ ମୋତେ ଭିତରକୁ ଡାକି ଔଷଧ ଦେଇଥିଲେ। କେବଳ ଏତିକି ନୁହେଁ, ସେମାନେ ମତେ ଅତିଥି ଭାବେ ବ୍ୟବହାର କଲେ ଏବଂ ମୋତେ ସେଠାରେ ବିଶ୍ରାମ ନେବାକୁ କହିଥିଲେ । ଦ୍ବିପ୍ରହର ଖାଦ୍ୟପାଇଁ ମାମ୍ ମୋ ପାଇଁ ସ୍ବତନ୍ତ୍ର ଖିଚିଡି ମଧ୍ୟ ପ୍ରସ୍ତୁତ କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.