ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ନିଟ୍‌ ପେପର ଲିକ୍‌ ମାମଲା, ଏନଟିଏ କାର୍ଯ୍ୟାଳୟରେ ପଶି ଆନ୍ଦୋଳନ କଲା କଂଗ୍ରେସ ଛାତ୍ର ସଂଗଠନ

ନୂଆଦିଲ୍ଲୀ: କଂଗ୍ରେସର ଛାତ୍ର ସଂଗଠନ (ଏନଏସୟୁଆଇ)ର ପ୍ରାୟ ୧୦୦ କାର୍ଯ୍ୟକର୍ତ୍ତା ଦିଲ୍ଲୀ ଏନଟିଏ କାର୍ଯ୍ୟାଳୟରେ ହୋହଲ୍ଲା କରିଛନ୍ତି । ଏପରିକି କାର୍ଯ୍ୟାଳୟ ଭିତରୁ ତାଲା ପକାଇ ଦେଇଛନ୍ତି । ନିଟ୍‌-ୟୁଜି ପରୀକ୍ଷାରେ ଅନିୟମିତତା ଏବଂ ପେପର ଲିକ୍‌ ମାମଲାକୁ କେନ୍ଦ୍ର କରି କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) କାର୍ଯ୍ୟାଳୟରେ ଛାତ୍ର କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯାଇଛି । 

ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, କଂଗ୍ରେସ ଛାତ୍ର ସଂଗଠନର କାର୍ଯ୍ୟକର୍ତ୍ତାମାନେ ଧାଡ଼ି ହୋଇ ଏନଟିଏ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ଏବଂ ସେଠାରେ ଜୋରଦାର ଆନ୍ଦୋଳନ କରିଛନ୍ତି । ଏନଟିଏ କାର୍ଯ୍ୟାଳୟରେ ପଶି ଭିତର ପଟୁ ତାଲା ପକାଇଦେଇଛନ୍ତି । ଏନଟିଏର ଦୁର୍ନୀତି ଚଳିବ ନାହିଁ ବୋଲି କଂଗ୍ରେସର ଛାତ୍ର ନେତାମାନେ ନାରା ଦେଇଛନ୍ତି । 

ଏପରିକି ‘ଏନଟିଏ ବନ୍ଦ କର, ବନ୍ଦ କର’ ନାରାରେ କମ୍ପିଛି ଏନଟିଏ ପରିସର ।   ଯୁବ କଂଗ୍ରେସ ପକ୍ଷରୁ ସଂସଦ ବାହାରେ ନାରାବାଜି ଏବଂ ଆନ୍ଦୋଳନ ପରେ ଏବେ କଂଗ୍ରେସର ଛାତ୍ର ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଛି ।  ଆଜି ସଂସଦରେ ଉଦବୋଧନ ଦେଇ ନିଟ୍‌ ପରୀକ୍ଷାରେ ପେପର ଲିକ୍‌ର ଦୋଷୀଙ୍କୁ କଠୋର ଶାସ୍ତି ଦିଆଯିବ ବୋଲି କହିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । 

  • Congress
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.