ପ୍ରମୂଖ ଖବର
  • ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ, ଏନ୍‌ବିଡବ୍ଲୁ ଜାରି କଲେ ସିବିଆଇ କୋର୍ଟ
  • ||
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ଆନ୍ତର୍ଜାତିକ ଗ୍ରହାଣୁ ଦିବସ: ଉଲ୍‌କାପାତ ସମ୍ପର୍କରେ ସଚେତନତା ଲୋଡ଼ା,୨୧ ବର୍ଷ ତଳେ କେନ୍ଦ୍ରାପଡ଼ାରେ ମିଳିଥିଲା ଉଲ୍‌କାପିଣ୍ଡ୍

ଭୁବନେଶ୍ୱର,୩୦/୦୬: ୨୦୦୩  ମସିହା ସେପ୍ଟେମ୍ବର ମାସ । ସେହି  ମାସରେ କେନ୍ଦ୍ରାପଡ଼ାର ସୁବର୍ଣ୍ଣପୁର  ଓ ସୁନିତି ଗ୍ରାମରେ ତିନିଟି ଅଜଣା  ପଥର ମିଳିଥିଲା । ଏହି ପଥର ୩ଟିର ଓଜନ ଥିଲା ୫୪୬୦ ଗ୍ରାମ, ୭୧୯  ଗ୍ରାମ ଓ ୪୯୦.୨ ଗ୍ରାମ । ତେବେ ଏହି ପଥରଗୁଡିକ ମହାକାଶରୁ ଆସିଥିବା ଉଲ୍‌କାପିଣ୍ଡ ବୋଲି ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆର ବିଶେଷଜ୍ଞମାନେ  ଜାଣିବାକୁ ପାଇଥିଲେ । ଏହି ଖବର ସେତେବେଳେ ସାରା ଦେଶରେ ଚର୍ଚ୍ଚାର  ବିଷୟ ହୋଇଥିଲା । ଏହାର କାରଣ  ହେଉଛି ଏହି ପଥରଗୁଡିକ ଜନବସତି  ଉପରେ ପଡିଥିଲେ ଭୟଙ୍କର ସ୍ଥିତି  ଉପୁଜିଥାନ୍ତା । ଯଦିଓ ନାସା ଓ ଇସ୍ରୋର ବୈଜ୍ଞାନିକମାନେ ଉଲ୍‌କାପାତ ଉପରେ  ନଜର ରଖିଛନ୍ତି ଏବଂ ସେଗୁଡିକୁ ଆବଶ୍ୟକ ହେଲେ ନେଇ ଜନବସତିଠାରୁ  ଦୂରରେ ପକାଉଛନ୍ତି ତେବେ ଉଲ୍‌କାର  ପୃଥିବୀ ଉପରେ କି ପ୍ରଭାବ ରହିଛି ତାହା ଜନସାଧାରଣ ଜାଣିବା ପାଇଁ ପ୍ରତିବର୍ଷ  ଜୁନ୍‌ ୩୦ ତାରିଖକୁ ଆନ୍ତର୍ଜାତିକ  ଆଷ୍ଟେରଏଡ୍‌ ବା ଗ୍ରହାଣୁ ଦିବସ ଭାବେ  ପାଳନ କରାଯାଉଛି ।  

ଆଷ୍ଟେରଏଡ୍‌କୁ ନେଇ ଲୋକଙ୍କ  ମନରେ ଭୟ ରହିଛି । କାରଣ ଏହା  ଯୋଗୁଁ ୨୩୩.୩୩ ନିୟୁତ ବର୍ଷ ପୂର୍ବେ  ଡାଇନୋସରଙ୍କ ଅନ୍ତ ହୋଇଥିବା  ବୈଜ୍ଞାନିକମାନେ ଦାବି କରନ୍ତି ।  ଭାରତରେ ଯଦିଓ ସେଭଳି ବଡ଼ ଉଲ୍‌କା  ପିଣ୍ଡ ପଡିବାର କୌଣସି ପ୍ରମାଣ ନାହିଁ  ତଥାପି ଏକ ଜାତୀୟ ଗଣମାଧ୍ୟମରେ  ପ୍ରକାଶିତ ଖବର ଅନୁସାରେ, ହଜାର  ହଜାର ବର୍ଷ ତଳେ ଗୁଜରାଟର କଚ୍‌ରେ  ଏକ ବିଶାଳ ଉଲ୍‌କା ଖସିଥିଲା । 

ଗୁରୁତ୍ୱପୂର୍ଣ୍ଣ ହେଉଛି, ବଡ଼ ଆକାରର  ଉଲ୍‌କା ଜନବସତି ଉପରେ ପଡିଥିଲେ  ଭୟଙ୍କର ସ୍ଥିତି ଉପୁଜିବ । ତେବେ  ଅନେକ ସମୟରେ ଆଷ୍ଟେରଏଡ୍‌କୁ  ନେଇ ଗୁଜବ ସୃଷ୍ଟି ହୁଏ । ସୋସିଆଲ  ମିଡିଆରେ ଅନେକ ଖବର ପ୍ରକାଶ  ପାଏ ଯାହାକୁ ନେଇ ଜନସାଧାରଣ  ଭୟଭୀତ ହୋଇପଡନ୍ତି । ତେଣୁ ଏଥିପ୍ରତି  ସଚେତନତା ଲୋଡ଼ା । ଏ ସଂକ୍ରାନ୍ତୀୟ  କୌଣସି ମିଛ ଖବରକୁ ବିଶ୍ୱାସ ନ କରି  ସରକାରଙ୍କ ପ୍ରଦତ୍ତ ସୂଚନାକୁ ଦେଖି  ଆଗୁଆ ସତର୍କ ହେବା ଜରୁରି । ସ୍କୁଲ  ଓ କଲେଜ ପିଲାଙ୍କ ମଧ୍ୟରେ ଏହାର ଭୟାବହତା ସଂପର୍କରେ ସଚେତନ  କରିବା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ  ପକ୍ଷରୁ ଜାତୀୟସ୍ତରୀୟ ଆଲୋଚନାଚକ୍ର  ଆୟୋଜିତ ହେଉଛି । ଭୁବନେଶ୍ୱରର  ପଠାଣୀ ସାମନ୍ତ ପ୍ଲାନେଟୋରିୟମରେ  ପିଲାଙ୍କୁ ଏ ସଂକ୍ରାନ୍ତରେ ମଧ୍ୟ ସୂଚନା  ଦିଆଯାଉଛି । ଏବେ ଅତ୍ୟାଧୁନିକ  ଦୂରବୀକ୍ଷଣ ଯନ୍ତ୍ରର ଉଦ୍ଭାବନ ହୋଇସାରିଲାଣି । ଆମେରିକାର ନାସାଠାରୁ  ନେଇ ଭାରତର ଇସ୍ରୋ ପର୍ଯ୍ୟନ୍ତ ସମସ୍ତେ  ଏହା ଉପରେ କାମ କରୁଛନ୍ତି ।  

ସାରା ବିଶ୍ୱର ବୈଜ୍ଞାନିକମାନେ  ଉଲ୍‌କା ପାତ ଉପରେ ନଜର  ରଖିଛନ୍ତି । ଏ ସଂକ୍ରାନ୍ତରେ ପଠାଣି  ସାମନ୍ତ ପ୍ଲାନେଟୋରିୟମର ପ୍ରାକ୍ତନ  ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକଙ୍କ  କହିବା କଥା, ୧୯୦୮ ମସିହା ଜୁନ  ମାସରେ ସାଇବେରିଆର ତୁଙ୍ଗୁସ୍କା  ଅଞ୍ଚଳରେ ଏକ ଗ୍ରହାଣୁ ଖସିପଡ଼ିବା  ଫଳରେ ସେଠି ପ୍ରାୟ ୨ ହଜାର ବର୍ଗ  କିମି ଜଙ୍ଗଲରେ ଥିବା ୮କୋଟିରୁ  ଅଧିକ ଗଛ ଓ ଅନେକ ପଶୁପକ୍ଷୀ ଜଳି  ଯାଇଥିଲେ । ଏହାକୁ ମନେରଖିବା ପାଇଁ  ୨୦୧୬ରେ ଜାତିସଂଘର ଅନୁମୋଦନରେ  ପ୍ରତିବର୍ଷ ଜୁନ୍‌ ୩୦ ତାରିଖକୁ ଆନ୍ତର୍ଜାତିକ  ଆଷ୍ଟେରଏଡ୍‌ ଦିବସ ଭାବେ ପାଳନ  କରାଯାଉଛି । ଏବେ ସୁଦ୍ଧା ପ୍ରାୟ  ୨ହଜାରଟି ଏଭଳି ଗ୍ରହାଣୁ ଠାବ  କରାଯାଇଛି ଯାହା ଭବିଷ୍ୟତରେ ପୃଥିବୀ  ସହ ଧକ୍କା ହେବାର ଆଶଙ୍କା ରହିଛି ।  ତେବେ ବୈଜ୍ଞାନିକମାନେ ଏହା ଉପରେ  ନଜର ରଖିଛନ୍ତି ବୋଲି ସେ କହିଛନ୍ତି ।  ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟର  ଭୂତତ୍ତ୍ୱ ବିଭାଗର ପ୍ରଫେସର କୀର୍ତ୍ତି  ରଞ୍ଜନ ବିଶ୍ୱାଳ କହିଛନ୍ତି, ଉଲ୍‌କାପାତ  ସଂକ୍ରାନ୍ତରେ ସମସ୍ତେ ସଚେତନ ହେବା  ଆବଶ୍ୟକ । ଏହାହେଲେ ମିଛ ଖବର  ଦ୍ୱାରା ଆମେ ଭୟଭୀତ ହେବାନି ଏବଂ  ସତର୍କ ହେବା ଜରୁରି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.