ପ୍ରମୂଖ ଖବର
  • ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ, ଏନ୍‌ବିଡବ୍ଲୁ ଜାରି କଲେ ସିବିଆଇ କୋର୍ଟ
  • ||
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ

ନୂଆଦିଲ୍ଲୀ,୩୦/୬: ଲଗାଣ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ। ଅବିଶ୍ରାନ୍ତ ବର୍ଷା ଯୋଗୁ ଚାରିଆଡ଼େ କେବଳ ପାଣି ହିଁ ପାଣି। ସହରର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା କୃତ୍ରିମ ବନ୍ୟାରେ ଅନେକଙ୍କ ଗଲାଣି ଜୀବନ । ସେହିପରି ଦିଲ୍ଲୀର ଓଖଲାରେ ଥିବା ଅଣ୍ଡର ପାସ୍‌ରେ ଜମି ଥିବା ପାଣିରେ ବୁଡ଼ି ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଲଗାଣ ବର୍ଷା ଯୋଗୁ ୨୪ ଘଣ୍ଟା ହେଲା ଓଖଲା ପାଣିରେ ବୁଡ଼ି ରହିଛି। ପାଣିରେ ବୁଡ଼ି ପ୍ରାଣ ହରାଇଥିବା ବୃଦ୍ଧ ଜଣଙ୍କ ହେଲେ ଜୈତପୁରର ଦିଗବିଜୟ କୁମାର ଚୌଧୁରୀ ବୋଲି ଜଣାପଡିଛି।

ଶୁକ୍ରବାର ସକାଳେ ଓଖଲା ଶଳ୍ପାଞ୍ଚଳ ଅଞ୍ଚଳ ପୁଲିସ୍‌କୁ ଫୋନ ମିଳିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ନେଇଥିଲା। କିନ୍ତୁ ସେଠାରେ ଗତକାଲି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅଣ୍ଡର ପାସ୍‌ରେ ପାଣି ଜମି ରହିଥିବା ବେଳେ ଦିଗବିଜୟ ତାଙ୍କ ଟିଭିଏସ୍‌ ସ୍କୁଟିରେ ଏହାକୁ ଅତିକ୍ରମ କରୁଥିଲେ। ଏହି ସମୟରେ ସେ ସେଠାରେ ବୁଡ଼ି ଯାଇଥିବା କୁହାଯାଉଛି। ଅନ୍ୟପକ୍ଷରେ ଶନିବାର ମଧ୍ୟାହ୍ନରେ ଦିଲ୍ଲୀର ଶ୍ୟାମାପୁର ବାଡଲିରେ ଥିବା ଅଣ୍ଡପାସ୍‌ ପାଣିରେ ବୁଡ଼ି ୨ ଜଣ ପିଲାଙ୍କ ମୃତ୍ୟୁ ହୋଇଛି। ସେହିପରି ମେଟ୍ରୋ ନିକଟ ସିରାସପୁର ଅଣ୍ଡରପାସରେ ୩ରୁ ୪ଫୁଟ ପାଣି ଜମି ରହିଛି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.