ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ଆଇଏଏସ ହୋଇପାରିଲେନି ତ ହୋଇଗଲେ ଚୋର, ଦମ୍ପତ୍ତିଙ୍କୁ ବ୍ଲାକମେଲ୍ କରି ଧରାପଡ଼ିଲେ

ନୂଆଦିଲ୍ଲୀ,୨୭/୬ : ଛତିଶଗଡ଼ର ଦୁର୍ଗରେ ଜଣେ ଚୋର ଏବଂ ବ୍ଲାକମେଲରର ନିଆରା କାହାଣୀ ସାମ୍ନାକୁ ଆସିଛି । ୨୮ବର୍ଷର ଚୋର ପାଖରେ ଇଞ୍ଜିନିୟରିଂର ଡିଗ୍ରୀ ରହିଛି।  ୬ବର୍ଷ ପୂର୍ବରୁ ସେ ଆଇଏଏସ ଅଫିସର ହେବାର ସ୍ବପ୍ନ ନେଇ ସିଭିଲ ସର୍ଭିସ ପରୀକ୍ଷାର ପ୍ରସ୍ତୁତି ବି କରି ସାରିଛନ୍ତି । ଫେଲ୍ ହେବା ପରେ ସେ ଚୋରୀ ଏବଂ ବ୍ଲାକମେଲକୁ ରୋଜଗାରର ମାଧ୍ୟମ କରି ନେଲେ । ଏହି ସମୟରେ ସେ ଏଭଳି ଏକ ଭୁଲ କରିଦେଲେ ଯେଉଁଥିପାଇଁ ତାଙ୍କର ପୂରା ଖେଳ ଶେଷ ହୋଇଗଲା ।

ଇଞ୍ଜିନିୟରିଂର ଡିଗ୍ରୀ ହାସଲ କରିବା ପରେ ଚୋରୀ କରୁଥିବା ଯୁବକଙ୍କ ନାଁ ବିନୟ କୁମାର ସାହୁ ଅଟେ । ସେ ଅହିରବାରାର ଓ୍ବାର୍ଡ଼ ନମ୍ବର ୨ରେ  ରହିଥାନ୍ତି । ପୋଲିସର କହିବା କଥା କି ନିଜ ଅଳସୁଆ ପଣ କାରଣରୁ ସାହୁ ଅସୁବିଧାରେ ପଡ଼ିଗଲେ । କାରଣ ସେ ଗୋଟିଏ ଘରକୁ ବାରମ୍ବାର ଟାର୍ଗେଟ କରୁଥିଲେ । ଏହାଦ୍ବାରା ପୋଲିସକୁ ତାଙ୍କୁ ଟ୍ରେସ କରିବା ସହଜ ହୋଇଗଲା । ତାଙ୍କର କାହାଣୀ ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଦୁର୍ଗ ଜିଲ୍ଲାରେ ଏକ ଦମ୍ପତ୍ତି ପୋଲିସରେ ଅଭିଯୋଗ କରିଥିଲେ କି ତାଙ୍କର ଅନ୍ତରଙ୍ଗ ମୁହୁର୍ତ୍ତର ଏକ ଭିଡ଼ିଓକୁ ନେଇ ବ୍ଲାକମେଲ କରାଯାଉଛି । ଅଭିଯୋଗ ମୁତାବକ, ବ୍ଲାକମେଲରକୁ ୧୦ଲକ୍ଷ ଟଙ୍କା ନ ଦେଲେ ଭିଡ଼ିଓ ଇଣ୍ଟରନେଟରେ ଲିକ୍ କରିବାକୁ ଧମକ ଦିଆଯାଉଛି ।

ପଚରାଉଚରା ସମୟରେ ବିନୟ କୁମାର ନିଜ ଅପରାଧ ମାନିଥିଲେ । ସେ ନିଜ ବିଷୟରେ ଯାହା ସୂଚନା ଦେଲେ ସେଥିରେ ପୋଲିସ ବି ଆଶ୍ଚର୍ଯ୍ୟ ହୋଇଗଲା । ବରିଷ୍ଠ ପୋଲିସ ଅଫିସର ହେମ ପ୍ରକାଶ ନାୟକଙ୍କ ଅନୁସାରେ ସାହୁ ପୋଲିସକୁ କହିଛନ୍ତି କି ସେ ୟୁପିଏସସିର ସିଭିଲ ସର୍ଭିସ ପରୀକ୍ଷାର ପ୍ରସ୍ତୁତି କରିବା ଲାଗି ୨୦୧୭-୨୮ରେ ଦିଲ୍ଲୀରେ ରହୁଥିଲେ । ପ୍ରଥମ ପ୍ରୟାସରେ ଫେଲ୍ ରହିବା ପରେ ସେ ସବୁ କିଛି ଛାଡ଼ି ଛତିଶଗଡ଼ର ଅହିବାରା ସହରରେ ନିଜ ଘରକୁ ପଳେଇ ଆସିଥିଲେ ।

ପୋଲିସ ସୂଚନା ମୁତାବକ, ଅଭିଯୁକ୍ତ ସିଭିଲ ସର୍ଭିସର ପ୍ରସ୍ତୁତି ଛାଡ଼ି ଦେଲେ ଏବଂ ଅପରାଧ ଦୁନିଆରେ ଏଣ୍ଟ୍ରି କରିବାକୁ ପ୍ଲାନ୍ କଲେ । ଆରମ୍ଭରୁ ମୋବାଇଲ ଛଡ଼ାଇବା ଭଳି ଛୋଟମୋଟ ଚୋରୀ କରିଥିଲେ । କିନ୍ତୁ ତାଙ୍କର ଚୋରୀ କରିବାର ଷ୍ଟାଇଲ୍ ଧିମା ଥିଲା । ତାଙ୍କର ପରିସର ଦୁର୍ଗର ଗୋଟିଏ କୋଠାରେ ଥିଲା । ସେ ଏତେମାତ୍ରରେ ଅଳସୁଆ ଥିଲେ କି ଗୋଟିଏ ଘରେ ୩ଥର ଟାର୍ଗେଟ କରିଥିଲେ । ପୋଲିସର ପଚରା ଉଚରାରେ ସେ କହିଥିଲେ କି ଯେତେବେଳେ ସେ ଗୋଟିଏ ଘରେ ଚୋରୀ କରୁଥିଲେ ଠିକ୍ ଅନ୍ୟ ଏକ ରୁମର ବେଡ଼ରେ ଜଣେ ଦମ୍ପତ୍ତିଙ୍କୁ ଅନ୍ତରଙ୍ଗ ମୁହୂର୍ତ୍ତରେ ଦେଖିଥିଲେ । ପରେ ଅଭିଯୁକ୍ତ ତୁରନ୍ତ ମୋବାଇଲରେ ତାର ଭିଡ଼ିଓ ରେକର୍ଡ଼ କରିନେଲେ । ପରେ ଦମ୍ପତ୍ତିଙ୍କ ମୋବାଇଲ ନମ୍ବର ଯୋଗାଡ଼ କରିଲେ ଏବଂ ବ୍ଲାକମେଲ୍ କରିବାକୁ ଲାଗିଲେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.