ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ପଡ଼ୋଶୀଙ୍କ ଲାଗି ରଶ୍ମି ସାଜିଲେ ଅଭିମନ୍ୟୁ, ଚାକିରୀ ଦେବାକୁ କହି ଠକି ନେଲେ ଲକ୍ଷାଧିକ ଟଙ୍କା

 ନୂଆଦିଲ୍ଲୀ, ୨୭/୬  :  ଆଜିକାଲି ଇଣ୍ଟରନେଟ ଯୁଗରେ ବହୁ ଲୋକ ଠକାମୀର ଶିକାର ହେଉଛନ୍ତି । କିଏ କେତେବେଳେ ସାଇବର କ୍ରାଇମର ଶିକାର ହେଉଛି ତ କିଏ ଚାକିରୀ ନାଁରେ ଠକାମୀରେ ପଡ଼ୁଛି । ଠିକ୍ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଚାକିରୀ ଦେବାକୁ କହି ପଡ଼ୋଶୀ ଠକିନେଲେ ଲକ୍ଷାଧିକ ଟଙ୍କା । ଫିଲ୍ମ ‘ଡ୍ରିମ ଗାର୍ଲ’ର କାହାଣୀ ଭଳି ଏବେ ମୁମ୍ବାଇରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଭଳି ଭାବେ ଆୟୁସ୍ମାନ ଖୁରାନା ପୂଜା ହୋଇ ଲୋକଙ୍କୁ ନିଜ ଜାଲରେ ଫସାଇଥିଲେ ସେହିଭଳି ଜଣେ ମହିଳା ଯୁବକର ସ୍ବରରେ କଥା ହୋଇ ନିଜ ପଡ଼ୋଶୀଙ୍କୁ ଫଶାଇ ତାଙ୍କଠାରୁ ବଡ଼ ଧରଣର ଠକେଇ କରିଛନ୍ତି । ଏଭଳି ଘଟଣା କାଶିଗାଁର ଅଟେ । ପୋଲିସ ଅଭିଯୁକ୍ତ ଠକ ରଶ୍ମିକୁ ଗିରଫ କରି ନେଇଛି । ଏହି ଘଟଣା ଫିଲ୍ମ ‘ବଣ୍ଟି ଓର ବବଲୀ’କୁ ବି ମନେ ପକାଇ ଦେଉଛି । ବଣ୍ଟି ଏବଂ ବବଲୀ ଯେଉଁଭଳି ଲୋକଙ୍କୁ ଠକୁ ଥିଲେ, ଠିକ୍ ସେହିଭଳି ରଶ୍ମି ବି କରିଛନ୍ତି । ସେ ତାଙ୍କ ପଡ଼ୋଶୀଙ୍କୁ ଯୁବକଙ୍କ ସ୍ବରରେ କଥା ହୋଇ ତାଙ୍କୁ ଚାକିରୀ ଦେବାକୁ କହି ଜାଲରେ ଫଶାଇଥିଲେ ଏବଂ ତାଙ୍କୁ କୌଣସି ବି ସନ୍ଦେହ ହୋଇନଥିଲା । ଯେତେବେଳେ ତାଙ୍କୁ ୬ଲକ୍ଷର ଚୁନ ଲଗାଇଥିଲେ ତେବେ ଯାଇ ତାଙ୍କୁ ଅନୁଭବ ହୋଇଥିଲା କି ତାଙ୍କ ସହ କିଛି ତ ଗଡ଼ବଡ଼ ହେଉଛି । ରଶ୍ମି ତାଙ୍କ ସ୍ବାମୀ ମିଶି ନିଜ ବିଧବା ପଡ଼ୋଶୀଙ୍କୁ ଲୁଟିବାକୁ ଲାଗିଥିଲେ। 

ଏହି ଘଟଣା କାଶିଗାଁ ଥାନା ଅନ୍ତର୍ଗତ ଫେଜ୍ ୩ର ପୃଥ୍ବୀ ପ୍ରାଇଟ ସୋସାଇଟିର ଅଟେ । ଏନୀ ଧ୍ୟର୍ଯ୍ୟମନୀ ନାମକ ଜଣେ ମହିଳା ଏହି ବିଲ୍ଡିଂରେ ରହିଥାନ୍ତି । ସ୍ବାମୀଙ୍କ ମୃତ୍ୟୁ ପରେ ଏନୀଙ୍କୁ କାମର ଜରୁରୀ ଥିଲା । ଏହି କଥା ତାଙ୍କ ପଡ଼ୋଶୀ ରଶ୍ମୀ ଏବଂ ତାଙ୍କ ସ୍ବାମୀ ସଜଲକର ଭଲ ଭାବେ ଜାଣିଥିଲେ । ସେ ଏହି କଥାର ସମ୍ପୂର୍ଣ୍ଣ ଭାବେ ସୁଯୋଗ ଉଠାଇଥିଲେ । ରଶ୍ମୀ ନିଜ ସ୍ବାମୀଙ୍କ ସହ ମିଶି ଏନୀଙ୍କୁ ଠକିବାକୁ ଯୋଜନା କଲେ । ଗୋଟିଏ ଦିନ କଥା କଥାରେ ରଶ୍ମୀ ଏନିଙ୍କୁ ଏକ ବଡ଼ କମ୍ପାନୀରେ ବର୍ଷରେ ୪୩ଲକ୍ଷ ପ୍ୟାକେଜର ଚାକିରୀ ଦେବାକୁ ପ୍ରତିଶ୍ରୁତି ଦେଇ ତାଙ୍କୁ ଅଭିମନ୍ୟୁ ନାମକ ଜଣେ ବ୍ୟକ୍ତିଙ୍କ ଫୋନ ନମ୍ବର ଦେଇଥିଲେ । ଏନି ଯେତେବେଳେ କାମ ପାଇଁ ଅଭିମନ୍ୟୁଙ୍କୁ କଲ୍ କରିଥିଲେ ତ ସେ ବି ତାଙ୍କୁ ଏକ ବଡ଼ ମଲ୍ଟି ନେଶନାଲ କମ୍ପାନୀରେ କାମ ଦେବାକୁ ଭରସା ଦେଇଥିଲେ । ମାତ୍ର ଏନୀ ଏହି କଥା ଜାଣିନଥିଲେ କି ଅଭିମନ୍ୟୁ କିଏ । 

ଏନୀ ଏବଂ ଅଭିମନ୍ୟୁ ଫୋନରେ ସବୁବେଳେ କଥା ହେବାକୁ ଲାଗିଲେ । ଏହିଭଳି ଭାବେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଧିରେ ଧିରେ ବଢିବାକୁ ଲାଗିଲା । ପରେ ଅଭିମନ୍ୟୁ ହୋଇଥିବା ରଶ୍ମୀ ବଡ଼ ଚତୁରତାର ସହ ଏନୀଙ୍କୁ ନିଜ ମିଠା ମିଠା କଥାରେ ତାଙ୍କୁ ବିବାହ କରିବା ଜାଲରେ ଫଶାଇଲେ ଏବଂ ତାଙ୍କଠାରୁ ପଇସା ଆଣିବାକୁ ଲାଗିଲେ । କିଛି ମାସରେ ଏନୀ ଅଭିମନ୍ୟୁଙ୍କୁ ନିଜ ୬ଲକ୍ଷ ଟଙ୍କାରୁ ଅଧିକ ଜମା ପୁଞ୍ଜି ଦେଇଦେଇଥିଲେ । ଯେତେବେଳେ ଏନୀଙ୍କୁ ସନ୍ଦେହ ହୋଇଥିଲା ତାଙ୍କୁ ଲୁଟ୍ କରାଯାଇସାରିଥିଲା । ତଦନ୍ତ କରିବା ପରେ ଜଣାପଡ଼ିଥିଲା କି ଫୋନରେ ଅଭିମନ୍ୟୁ ହୋଇ ତାଙ୍କ ସହ କଥା ହେଉଥିବା ବ୍ୟକ୍ତି ଆଉ କେହି ନୁହେଁ ତାଙ୍କର ପଡ଼ୋଶୀ ରଶ୍ମୀ ଥିଲେ । ଠକାମୀର ସନ୍ଦେହ ହେବା ପରେ ସଙ୍ଗେ ସଙ୍ଗେ କାଶିଗାଁ ପୋଲିସକୁ ପୂରା ମାମଲାର ସୂଚନା ଦେଇଥିଲେ । ଏନୀ ୨୬ଜୁଲାଇରେ କାଶୀଗାଁ ପୋଲିସ ଷ୍ଟେଶନରେ ରଶ୍ମୀ ଏବଂ ତାଙ୍କ ସ୍ବାମୀ ସଜଲଙ୍କ ବିରୁଦ୍ଧରେ ଠକେଇ କରିଥିବା ମାମଲା ରୁଜୁ କରିଥିଲେ । ପୋଲିସ ଯାଞ୍ଚକୁ ଆଗକୁ ବଢାଇବାକୁ ଯାଇ ଠକ ରଶ୍ମିଙ୍କୁ ଗିରଫ କରିନେଇଥିଲେ । ମାତ୍ର ତାଙ୍କ ସ୍ବାମୀ ଫେରାର ହେବାରେ ସକ୍ଷମ ହୋଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.