ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ, ଗ୍ୟାସ୍‌ ଲିକ୍‌ରେ ୮ ଶ୍ରମିକ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ରଥଖଳା ହାଲ୍‌ଚାଲ୍‌...କନକମୁଣ୍ଡି କାମ ଶେଷ, ଚକା ବେଦି ନିର୍ମାଣ ଆରମ୍ଭ
  • ||
  • ଭାରତୀୟ ନ୍ୟାୟ ସଂହିତା ଆଧାରରେ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ
  • ||
  • ବାରବାଡୋସରେ ଭୟଙ୍କର ବାତ୍ୟା, ହୋଟେଲରେ ଅଟକିଲେ ଟିମ୍‌ ଇଣ୍ଡିଆ ଖେଳାଳି ଏବଂ ଷ୍ଟାଫ୍
  • ||
  • ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ର ଉଦ୍ଧାର କଲା ବନ ବିଭାଗ, ଆଜି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର
  • ||
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

ଜୁଲାଇ ୧ରୁ ଲାଗୁ ହେବାକୁ ଯାଉଛି ନୂତନ ଅପରାଧିକ ଆଇନ୍, ଥାନାରେ ହେବ ଆୟୋଜିତ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ, ୨୯/୬ :  ଜୁଲାଇ ୧ରୁ ବଦଳିବାକୁ ଯାଉଛି ନୂତନ ଅପରାଧିକ ଆଇନ । ଦେଶର ସମସ୍ତ ୧୭,୫୦୦ପୋଲିସ୍ ଷ୍ଟେଶନରେ ମହିଳା, ଯୁବକ, ଛାତ୍ର, ବରିଷ୍ଠ ନାଗରିକ ଏବଂ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଏହି ଆଇନର ମୁଖ୍ୟ ଲକ୍ଷ୍ୟ ବିଷୟରେ ଅବଗତ କରାଇବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଭାରତୀୟ ନ୍ୟାୟ ସଂହିତା ୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ଆଧିନିୟମ ୨୦୨୩ ଯଥାକ୍ରମେ ବ୍ରିଟିଶ ଯୁଗର ଭାରତୀୟ ଦଣ୍ଡବିଧି ସଂହିତା, ଅପରାଧ ପ୍ରକ୍ରିୟା ଏବଂ ଭାରତୀୟ ପ୍ରମାଣ ଆଇନ ପରିବର୍ତ୍ତନ ହେବ ।

ଏହି ୩ଟି ଅପରାଧିକ ଆଇନ ପ୍ରଣୟନ ସହ ଜୁଲାଇ ୧ ରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ପ୍ରତ୍ୟେକ ପୋଲିସ ଷ୍ଟେଶନର ଅଧିକାରୀଙ୍କ ଦ୍ବାରା କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମଗୁଡ଼ିକ ନୂତନ ନିୟମର ମୁଖ୍ୟ ବୈଶିଷ୍ଟ୍ୟଗୁଡିକୁ ହାଇଲାଇଟ୍ କରିବାକୁ ଲକ୍ଷ୍ୟ ରହିଛି ଏବଂ ଏହା ପୋଲିସ ଷ୍ଟେଶନ୍ କିମ୍ବା ଉପଯୁକ୍ତ ସ୍ଥାନରେ ହେବ ବୋଲି ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂତ୍ରରୁ ପ୍ରକାଶ । ଏଥିରେ ମହିଳା, ଯୁବକ, ଛାତ୍ର, ବରିଷ୍ଠ ନାଗରିକ, ଅବସରପ୍ରାପ୍ତ ପୋଲିସ ଅଧିକାରୀ, ବିଶିଷ୍ଟ ବ୍ୟକ୍ତିତ୍ୱ ଏବଂ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ, ଅଙ୍ଗନୱାଡି କେନ୍ଦ୍ର, ସ୍ଥାନୀୟ ଶାନ୍ତି କମିଟି ଏବଂ ବିଦ୍ୟାଳୟ ଓ କଲେଜ ପରି ଶିକ୍ଷାନୁଷ୍ଠାନ ଅଂଶଗ୍ରହଣ କରିବେ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.