ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ନିଟ୍‌ ପେପର ଲିକ୍‌ର ମାଷ୍ଟରମାଇଣ୍ଡ ପାଖରେ ପହଞ୍ଚାଇବେ ଚିଣ୍ଟୁ -ମୁକେଶ ! ସିବିଆଇର ମାରାଥନ ଜେରା ଆରମ୍ଭ

ପାଟନା – କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ) ଗୁରୁବାର ନିଟ୍‌ ପେପର ଲିକ୍ ମାମଲାର ଦୁଇ ଜଣ ଅଭିଯୁକ୍ତ ଚିଣ୍ଟୁ ଓ ମୁକେଶଙ୍କୁ ରିମାଣ୍ଡରେ ନେଇ ଜେରା ଆରମ୍ଭ କରି ଦେଇଛି। ଯାଞ୍ଚ ଏଜେନ୍ସି ବୁଧବାର ଦୁହିଁଙ୍କ ରିମାଣ୍ଡ କୋର୍ଟରୁ ପ୍ରାପ୍ତ କରି ଥିଲା। ସିବିଆଇର ଟିମ୍‌ ଗୁରୁବାର ସକାଳ ପାଖାପାଖି ୧୧ଟାରେ ବେଉର ଜେଲ୍ ପହଞ୍ଚି ଥିଲା ଏବଂ ଦୁହିଁଙ୍କୁ ନେଇ ପାଟନା ସ୍ଥିତ ନିଜର କାର୍ଯ୍ୟାଳୟରେ ପହଞ୍ଚି ଥିଲା। 

ଏହାପରେ ପାଟନାର ଶାସ୍ତ୍ରୀନଗର ସ୍ଥିତ ଲୋକନାୟକ ଜୟପ୍ରକାଶ ହସ୍ପିଟାଲକୁ ଯାଇ ଏହି ଦୁହିଁଙ୍କର ମେଡିକାଲ ଯାଞ୍ଚ କରାଗଲା। ପୁଣି ତାଙ୍କୁ ନେଇ କାର୍ଯ୍ୟାଳୟର ପହଞ୍ଚିଲେ ଏବଂ ଜେରାର ପ୍ରକ୍ରିୟା ଆରମ୍ଭ କରି ଦିଆ ଗଲା। ଏହି ଦୁହିଁଙ୍କୁ ୭ଦିନର ରିମାଣ୍ଡରେ ନିଆ ଯାଇଛି, ଯାହାର ଅବଧି ୪ଜୁଲାଇରେ ପୂରା ହେବ। 

ଏହି ଦୁଇ ଜଣଙ୍କୁ ରିମାଣ୍ଡରେ ନେବାର ମୁଖ୍ୟ ଉଦ୍ଦେଶ୍ୟ ନିଟ୍‌ ପେପର ଲିକ୍‌ର ସେଣ୍ଟରର ମାଷ୍ଟରମାଇଣ୍ଡ ପାଖରେ ପହଞ୍ଚିବ। ଚିଣ୍ଟୁ ହିଁ ସେହି ବ୍ୟକ୍ତି , ଯାହାଙ୍କ ହ୍ୱାଟ୍ସଆପ୍‌ ନମ୍ୱରରେ ସର୍ବ ପ୍ରଥମେ ପ୍ରଶ୍ନ ପତ୍ର ଉତ୍ତର ସହ ପିଡିଏଫ୍‌ ଫର୍ମାଟରେ ରାଞ୍ଚିର ରକି ପଠାଇ ଥିଲା। 

ସିବିଆଇ ପଚରାପଚରି ବେଳେ ଚିଣ୍ଟୁ ଠାରୁ ରକି ଓ ତାର ଉପରର ମାଷ୍ଟରମାଇଣ୍ଡ ଅତୁଲ ବତ୍ସ ଏବଂ ଅଂଶୁଲ ସିଂହଙ୍କ ବିଷୟରେ ସୂଚନା ନେବ। ଚିଣ୍ଟୁ, ସଞ୍ଜୀବ ମୁଖିଆଙ୍କର ଭାଣିଜୀର ସ୍ୱାମୀ। ଏହି କାରଣରୁ ଚିଣ୍ଟୁ ଠାରୁ ସଞ୍ଜୀବ ସହ ଜଡ଼ିତ ସବୁ କଥା ଓ ଏହି ସେଟିଂର ଧନ୍ଦାରେ ତାର ଭୂମିକା ବିଷୟରେ ସୂଚନା ନିଆଯିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.