ପ୍ରମୂଖ ଖବର
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ତୀସ୍ତା ଉପରେ ବାଂଲାଦେଶ ସହ ଆଲୋଚନା ନେଇ ମମତା ବାନାର୍ଜୀ ପ୍ରସ୍ତୁତ , INDIA ନେତାଙ୍କୁ କଲେ ସଂପର୍କ

କୋଲକାତା – କେନ୍ଦ୍ର ସରକାର ୧୯୯୬ର ଗଙ୍ଗା ଜଳ ବଣ୍ଟନ ସନ୍ଧିର ରିନ୍ୟୁଅଲ ପାଇଁ ବାଂଲାଦେଶ ସହ କଥାବାର୍ତ୍ତା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟ ମୁତାବିକ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଏହାକୁ ନେଇ ଅସନ୍ତୁଷ୍ଟ ଅଛନ୍ତି। କୁହାଯାଉଛି କି , ମାମଲାକୁ ନେଇ ସେ ବିରୋଧି ଦଳର ଇଣ୍ଡିଆ ମେଣ୍ଟର ନେତାଙ୍କ ସଂପର୍କରେ ଅଛନ୍ତି। ଇଣ୍ଡିଆ ଟୁଡେ ସୂତ୍ରାନୁସାରେ କହିଛି କି , ମମତା ବଙ୍ଗଳାକୁ ଆଲୋଚନାକୁ ବାହାରେ ରଖିବାକୁ ନେଇ ଅସନ୍ତୁଷ୍ଟ ଅଛନ୍ତି। ସେ ଔପଚାରିକ ବିରୋଧ ରୁଜୁ କରାଇବା ପାଇଁ ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ପାରନ୍ତି।

ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ କଥାବାର୍ତ୍ତା ପରେ ପିଏମ୍‌ ମୋଦି କହିଛନ୍ତି , ଆମେ ୧୯୯୬ ର ଗଙ୍ଗା ଜଳ ସନ୍ଧିର ନବୀକରଣ ପାଇଁ ଟେକ୍ନିକାଲୀ ସ୍ତରରେ କଥାବାର୍ତ୍ତା ଆରମ୍ଭ କରିବାର ନିର୍ଣ୍ଣୟ ନେଇଛି। ବାଂଲାଦେଶରେ ତୀସ୍ତା ନଦୀର ସଂରକ୍ଷଣ ଓ ପ୍ରବନ୍ଧନରେ ଟେକ୍ନିକାଲି ଦଳ ଖୁବ ଶୀଘ୍ର ଆଲୋଚନା ପାଇଁ ବାଂଲାଦେଶ ଗସ୍ତ କରିବ। 

ଏହି ବଡ଼ ପ୍ରକଳ୍ପର ମହତ୍ତ୍ୱ ଏଥିପାଇଁ ବଢି ଯାଇଛି , କାରଣ ଚୀନ ମଧ୍ୟ ପରୋକ୍ଷ ସ୍ତରରେ ଏଥିରେ ରୁଚି ଦେଖାଇଛି। ଏହି ପ୍ରୋଜେକ୍ଟ ଅନୁସାରେ ତୀସ୍ତା ନଦୀର ପାଣିର ପ୍ରବନ୍ଧନ ଓ ସଂରକ୍ଷଣ ପାଇଁ ବଡ଼ ଜଳାଶୟ ତଥା ସମ୍ୱନ୍ଧିତ ଆଧୁନିକୀକରଣ ଢାଞ୍ଚାର ନିର୍ମାଣ କରିବାର ପରିକଳ୍ପନା କରାଯାଇଛି। ପ୍ରକଳ୍ପ ଉପରେ ଏହି ପଦକ୍ଷେପ ଦୁଇ ଦେଶ ମଧ୍ୟରେ ତୀସ୍ତା ଜଳ ବଣ୍ଟନ ଉପରେ ବୁଝାମଣା ହେବାର ଦୀର୍ଘ ସମୟରୁ ଲମ୍ୱିତ ପ୍ରସ୍ତାବ ମଧ୍ୟରେ ଉଠାଯାଇଛି।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.