ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

ରୋଷେଇ କରିବା ପରେ ତୁରନ୍ତ ଖାଆନ୍ତୁ ଖାଦ୍ୟ, ଜାଣନ୍ତୁ କାହିଁକି ଏଭଳି କହିଲା WHO ?

ନୂଆଦିଲ୍ଲୀ,୧୬।୬:  ତୁରନ୍ତ ରନ୍ଧା ହୋଇଥିବା ଖାଦ୍ୟ ଖାଇବା ଏକ ଭଲ ଅଭ୍ୟାସ। ତଥାପି, କେତେକ କାରଣରୁ, ବେଳେବେଳେ ରନ୍ଧା ଖାଦ୍ୟ ଖାଇବାରେ ବିଳମ୍ବ ହୁଏ। ଆମ ମଧ୍ୟରୁ ଅଧିକାଂଶ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରନ୍ତି ନାହିଁ, କିନ୍ତୁ ଆପଣ ଜାଣନ୍ତି କି ବିଳମ୍ବରେ ଖାଦ୍ୟ ଖାଇବାର ଏହି ଅଭ୍ୟାସ ସୁସ୍ଥ ନୁହେଁ। ଏହି କାରଣରୁ ଅସୁସ୍ଥ ପଡିପାରନ୍ତି।

ଡବ୍ଲୁଏଚ୍‌ଓର ରିପୋର୍ଟ ଅନୁସାରେ, ପ୍ରତି ବର୍ଷ ପୁରା ଦୁନିଆରେ ୬୦ କୋଟି ଲୋକ ଦୂଷିତ ଖାଦ୍ୟ ଖାଇବା ଫଳରେ ରୋଗରେ ପୀଡିତ ହୋଇଥାନ୍ତି। ପ୍ରାୟ ୪ ଲକ୍ଷ ୨୦ ହଜାର ଲୋକ ଏହାଦ୍ବାରା ନିଜର ଜୀବନ ହରାଇଥାନ୍ତି। ବହୁ ଲୋକ ଦୂଷିତ ଖାଦ୍ୟ ଖାଇବା ଫଳରେ ବିଭିନ୍ନ ରୋଗର ଶିକାର ହୋଇଥାନ୍ତି। ଏବେ ଡବ୍ଲୁଏଚଓ ଏହାକୁ ନେଇ ଏକ ପରାମର୍ଶ ଦେଇଛି।   ଏହି ଗାଇଡଲାଇନ୍ ଭିତରୁ ଗୋଟିଏ ହେଉଛି ରୋଷେଇ କରିବାର ତୁରନ୍ତ ପରେ ଖାଇ ଦେବା ଉଚିତ।

ଡବ୍ଲୁଏଚଓର ସୂଚନା ଅନୁସାରେ, ଖାଦ୍ୟ ରୋଷେଇ କରିବାର ତୁରନ୍ତ ପରେ ଖାଇଦେବା ଉଚିତ। ବିଳମ୍ବ କରିବା ଉଚିତ ନୁହେଁ। ଖାଦ୍ୟ ରୋଷେଇ କରିବା ବେଳେ ସେଥିରେ ଥିବା ହାନିକାରକ ବ୍ୟାକ୍ଟେରିଆ ପ୍ରାୟ ଶେଷ ହୋଇଯାଇଥାଏ। ଏଭଳି ସ୍ଥିତିରେ ଯଦି ଆପଣ ରୋଷେଇ ହୋଇଥିବା ଖାଦ୍ୟକୁ ଥଣ୍ଡା ହେବା ପାଇଁ ରଖି ଦିଅନ୍ତ ତେବେ ସେଥିରେ ବ୍ୟାକ୍ଟେରିଆା ଗ୍ରୋଥ୍ ହୋଇପାରେ। ଫଳରେ ଖାଦ୍ୟ ଜନିତ ରୋଗ ହେବାର ସମ୍ଭାବନା ବଢି ଯାଇଥାଏ। ବିଶେଷଜ୍ଞଙ୍କ ମତରେ ଖାଦ୍ୟରେ ଥିବା କିଛି ନ୍ୟୁଟ୍ରିସନ୍‌,ଭିଟାମିନ୍ସ  ବେଳେ ବେଳେ ଉତ୍ତାପ, ଆଲୋକ ଓ ପବନର ଦୀର୍ଘ ସମୟ ପର୍ଯ୍ୟନ୍ତ ଆସିବା ଫଳରେ  ନଷ୍ଟ ହୋଇ ଯାଇଥାଏ। ତେଣୁ ରୋଷେଇ କରିଥିବା ଖାଦ୍ୟକୁ ବେଶୀ ବିଳମ୍ବରେ ଖାଇବା ଉଚିତ ନୁହେଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.