ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

ରଫାହରେ ଅଟକିଲା ନରସଂହାର; ଜିଦ୍‌ ଛାଡ଼ିଲେ ନେତାନ୍ୟାହୁ ଓ ହମାସ୍ !

Image source: CNN

ନୂଆଦିଲ୍ଲୀ,୧୬/୦୬: ଦକ୍ଷିଣ ଗାଜାର ସହର ରଫାହରେ ନରସଂହାର ଭିତରେ ଇସ୍ରାଏଲି ସେନା ଓ ହମାସ୍‌ ନରସଂହାରକୁ ବନ୍ଦ କରିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ନିର୍ଦ୍ଦେଶ କ୍ରମେ ଆଇଡିଏଫ୍‌ ଓ ହମାସ୍‌ ରବିବାର ଦିନ ଲଗାତର ଯୁଦ୍ଧ କରିବାରେ ରୋକ ଲଗାଇଛନ୍ତି। ଆଇଡିଏଫ୍‌ ପକ୍ଷରୁ ଘୋଷଣା କରାଯାଇଛି ଯେ,'ଅଧିକରୁ ଅଧିକ ମାନବୀୟ ସହାୟତା ପହଞ୍ଚାଇବା ପାଇଁ ଗୋଟିଏ ଦିନ ସହର ଉପରେ ଆକ୍ରମଣ ହେବ ନାହିଁ। ସେନା କହିଛି ଯେ, ସକାଳ ୮ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସାମରିକ ବିରତି ରହିବ ଏବଂ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା କାଏମ ରହିବ। ସେପଟେ ହମାସ ମଧ୍ୟ ସାମରିକ ବିରାମ ପାଇଁ ରାଜି ହୋଇଛି। 

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଇସ୍ରାଏଲ ଓ ହମାସ ମଧ୍ୟରେ ମାସ ମାସ ଧରି ଚାଲିଆସିଥିବା ଏହି ଯୁଦ୍ଧରେ ଅଧିକରୁ ଅଧିକ ପାଲେଷ୍ଟିନୀୟଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ଏହି ଯୁଦ୍ଧରେ ପାଖାପାଖି ୪୦ ହଜାର ଲୋକ ଜୀବନ ହରାଇ ସାରିଲେଣି। ଇସ୍ରାଏଲ ଗତ କିଛି ଦିନ ହେବ ହମାସର ସେହି ସ୍ଥାନକୁ ଆକ୍ରମଣ କରୁଛି, ଯେଉଁଠି ପାଲେଷ୍ଟିନୀୟ ମାନେ ନିଗ ଜୀବନ ବଞ୍ଚାଇ ଶରଣ ନେଇଥିଲେ। ଅବଶ୍ୟ ଇସ୍ରାଏଲ ଏହା ମଧ୍ୟ ଦାବି କରିଛି ଯେ, ଏହାର ଟାର୍ଗେଟ ହମାସ୍‌ ଆତଙ୍କୀ, ଯେଉଁମାନେ ଶରଣାର୍ଥୀ ଶିବିରରେ ସାଧାରଣ ପାଲେଷ୍ଟିନିୟଙ୍କ ଭଳି ଲୁଚି ରହୁଛନ୍ତି। ରଫାହ ପୂର୍ବରୁ ଗାଜାରେ ନରସଂହାର ହୋଇସାରିଛି। ଇସ୍ରାଏଲ ସେନା କହିଛି ଯେ, ଗାଜା ପରେ ରଫାହ ଏକମାତ୍ର ସ୍ଥାନ, ଯାହାକି ହମାସର ଶେଷ ଅଞ୍ଚଳ ଅଟେ। 

ପୂର୍ବରୁ ଇସ୍ରାଏଲ ଏହି ସବୁ ଅଞ୍ଚଳ ଉପରେ ଆକ୍ରମଣ କରିସାରିଛି, ଯେଉଁଠାରେ ବହୁଳ ମାତ୍ରାରେ ମହିଳା ଓ ଶିଶୁଙ୍କର ମୃତ୍ୟୁ ହୋଇଥିଲା। କିଛିଦିନ ତଳେ ଏକ ଅପରେସନ୍‌ରେ ଇସ୍ରାଏଲ ଏହାର ୪ଜଣ ନାଗରିକଙ୍କୁ ଉଦ୍ଧାର କରିଥିଲା, ଯେଉଁମାନେ ଅକ୍ଟୋବର ୭ ତାରିଖରେ ହୋଇଥିବା ଆକ୍ରମଣ ବେଳେ ହମାସ ଦ୍ବାରା ବନ୍ଦି ହୋଇଥିଲେ। ଇସ୍ରାଏଲ ସେନାର ଲଗାତର ଆକ୍ରମଣରେ କେବଳ ହମାସ୍‌ ନୁହେଁ ଅନେକ ପାଲେଷ୍ଟିନୀୟଙ୍କର ମଧ୍ୟ ମୃତ୍ୟୁ ହୋଇଛି।   





News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.