ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

ସଲମାନ ଖାନଙ୍କ ଘରକୁ ଗୁଳିମାଡ ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଲମାନ ଖାନଙ୍କ ଘରକୁ ଗୁଳିମାଡ ମାମଲାରେ ପୁଣିଥରେ ରାଜସ୍ଥାନ କନେକ୍‌ସନ ସାମ୍ନାକୁ ଆସିଛି । ବୁନ୍ଦୀ ଜିଲ୍ଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଟିମ୍ ହିନ୍ଦାଉଲିରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ପୋଲିସ ତାଙ୍କୁ ଗିରଫ କରି ମୁମ୍ବାଇକୁ ନେଇଛି । ସେଠାରେ ଅଭିଯୁକ୍ତଙ୍କୁ ପଚରାଉଚରା କରାଯିବ।

ବୁନ୍ଦୀ ଏସପି ହନୁମାନ ପ୍ରସାଦ ମୀନାଙ୍କ ଅନୁଯାୟୀ, ଗିରଫ ଅଭିଯୁକ୍ତ ଲରେନ୍ସ ଗ୍ୟାଙ୍ଗ ଦ୍ୱାରା ପ୍ରଭାବିତ ହୋଇଛି । ନିକଟରେ ଏକ ୟୁଟ୍ୟୁବ ଚ୍ୟାନେଲରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ବିଷୟରେ ଆଲୋଚନା ବେଳେ ସେ ସଲମାନ ଖାନଙ୍କୁ ହତ୍ୟା କରିବାର ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ । ଅଭିଯୁକ୍ତ ତାଙ୍କ ୟୁଟ୍ୟୁବ ଚ୍ୟାନେଲ "ଅରେ ଛୋଡୋ ୟାର" ରେ ଏକ ଭିଡିଓ ମାଧ୍ୟମରେ ବିଷ୍ଣୋଇ ଗ୍ୟାଙ୍ଗ ବିଷୟରେ ଆଲୋଚନା କରିଥିଲେ।

ଏସପି ହନୁମାନ ପ୍ରସାଦ ମୀନା କହିଛନ୍ତି ଯେ, ମୁମ୍ବାଇ ପୋଲିସ ଦ୍ୱାରା ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ ବନୱାରିଲାଲ ଲାଟୁରଲାଲ ଗୁରୁଜର । ଯିଏ ଜିଲ୍ଲାର ହିନ୍ଦାଉଲି ଅଞ୍ଚଳର ବୋରଡା ଗାଁର ବାସିନ୍ଦା । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଅଭିଯୁକ୍ତ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ଦ୍ୱାରା ପ୍ରଭାବିତ ହୋଇଥିଲେ। ଏହି ପ୍ରସଙ୍ଗରେ ବନୱାରିଲାଲ କେତେ ପରିମାଣରେ ଜଡିତ ଅଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ପ୍ରକାଶ କରାଯାଇ ନାହିଁ । ସଲମାନ ଖାନ ଧମକ ମାମଲାର ତଦନ୍ତ କରୁଥିବା ମୁମ୍ବାଇ କ୍ରାଇମ ବ୍ରାଞ୍ଚ ମଧ୍ୟ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି।

ସୂଚନା ଅନୁଯାୟୀ, ଅଭିନେତା ସଲମାନ ଖାନଙ୍କ ମୃତ୍ୟୁ ଧମକ ପରେ ମୁମ୍ବାଇ ପୋଲିସ ସାରା ଦେଶରେ ନିରନ୍ତର ଅନୁସନ୍ଧାନ କରୁଛି। ସୋସିଆଲ ମିଡିଆରେ ଲରେନ୍ସ ଗ୍ୟାଙ୍ଗକୁ ଲାଇକ କରୁଥିବା ତଥା କମେଣ୍ଟ ଦେଉଥିବା ଅଭିଯୁକ୍ତଙ୍କୁ ପୋଲିସ ପଚରାଉଚରା କରୁଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.