ପ୍ରମୂଖ ଖବର
  • ଗଞ୍ଜାମ : ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ସବ୍‌ରେଜିଷ୍ଟର୍‌, ୨ଟି ସ୍ଥାନରେ ଏକକାଳୀନ ଚଢାଉ
  • ||
  • ରାଜଧାନୀରେ ମାତାଲ ଯୁବତୀଙ୍କ ହାଇଡ୍ରାମା, ୨ ଘଣ୍ଟା ନାକେଦମ୍‌ ହେଲେ ହର୍‌ ଟିମ୍‌
  • ||
  • ବିଶ୍ୱ ବଜାର ଉପରେ ଶୁଳ୍କ ଯୁଦ୍ଧ ପ୍ରଭାବ, ୪ ମାସରେ ୧ ଟ୍ରିଲିୟନ ଡଲାର ସ୍ୱାହା
  • ||
  • ମାଲକାନଗିରି : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୧୭ ମାଓବାଦୀଙ୍କ ଆତ୍ମସମର୍ପଣ
  • ||
  • କୋରାପୁଟ : ବେଆଇନ୍‌ ମଦ ଭାଟିରେ ଅବକାରୀ ଚଢ଼ାଉ: ବିପୁଳ ପରିମାଣର ଦେଶୀ ମଦ ଜବତ, ବ୍ୟବସାୟୀ ଚମ୍ପଟ
  • ||
  • ମାଲକାନଗିରି : ବନ୍ଧୁ ମିଳନରେ ଜମିଲା ଭୋଜି ଭାତର ଆସର, ବିଷାକ୍ତ ଛତୁ ଏବଂ ପନିର୍ ଖାଇ ୨୨ ଅସୁସ୍ଥ
  • ||
  • ମହିଳା ପ୍ରିମିୟର ଲିଗ୍‌ ୨୦୨୫: ଫାଇନାଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ, ଶନିବାର ହେବ ଟକ୍କର
  • ||
  • କଳିଙ୍ଗା ଘାଟିରେ ଓଲଟିଲା ଘରୋଇ ବସ୍: ୭ ଆହତ, ଜଣେ ଗୁରୁତର
  • ||
  • କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମାର୍କ କାର୍ଣ୍ଣି
  • ||
  • ସାଲିଆସାହିରେ ଚାଲିଥିଲା ବେଆଇନ୍‌ ଦେଶୀ ମଦ କାରବାର, ଚଢାଉ କଲା ଅବକାରୀ ବିଭାଗ, ୮ ଗିରଫ
  • ||
  • ରାଜଧାନୀ ଉପକଣ୍ଠରେ ରକ୍ତର ହୋଲି ଖେଳିଲେ ଆକ୍ରମଣକାରୀ: ଖଣ୍ଡାଚୋଟରେ ଯୁବକ ମୃତ, ମା, ସାଙ୍ଗ ଗୁରୁତର
  • ||
  • ଭୁବନେଶ୍ୱର : ସୂର୍ଯ୍ୟନଗରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି, ରତ୍ନ ସିଂହାସନ ଶ୍ରୀବିଗ୍ରହଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ
  • ||
  • ଦୋଳ, ହୋଲିରେ ନାକେଦମ କରିବ ଗରମ, ୧୭ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ; ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଆସନ୍ତାକାଲି କାନାଡାରେ ନୂତନ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ; ଦାୟିତ୍ୱ ସମ୍ଭାଳିବେ ମାର୍କ କାନି

Published By : Bijay Swain | March 13, 2025 6:54 PM

Image courtesy: amarujala

ନୂଆଦିଲ୍ଲୀ: କାନାଡା ପ୍ରଧାନମନ୍ତ୍ରୀ ପଦରୁ ଟ୍ରୁଡୋ ଅବସର ନେବାପରେ କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବେ ମାର୍କ କାର୍ନେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ମଳିଥିବା ଖବର ମୁତାବକ ଲିବରାଲ ଦଳର ମାର୍କ କାନାଡାର ୨୪ ତମ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତା ଶୁକ୍ରବାର ଦିନ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଗତ ରବିବାର ସେ ଲିବରାଲ ଦଳର ନେତା ରୁପେ ଜୀତ୍ ହାସଲ କରିଥିଲେ। ତେବେ ବେଲାଋଷରେ ଥିବା ରାୟିଷ୍ଟୁ ହଲରେ ଏହି ଶପଥ ଗ୍ରହଣ ଉତ୍ସବ ପାଳନ ହେବାକୁ ଯାଉଛି ବୋଲି ଗଭର୍ଣ୍ଣର ଜେନେରାଲ ନେରୀ ସାଇମନଙ୍କ କାର୍ଯ୍ୟାଳୟ ସୂଚନା ପ୍ରଦାନ କରିଛି।

ମିଡିଆ ରିପୋର୍ଟରେ କୁହାଯାଇଛି ଯେ ଟ୍ରୁଡୋ ଶୁକ୍ରବାର ଦିନ ଗଭର୍ଣ୍ଣର ଜେନେରାଲଙ୍କୁ ଭେଟି ଆନୁଷ୍ଠାନିକ ଭାବେ ତାଙ୍କ ଇସ୍ତଫା ପତ୍ର ଦାଖଲ କରିପାରନ୍ତି। ଆଉ ଏହା ପରେ କାର୍ନି ଶପଥ ନେବେ | ସେ ଶପଥ ନେବା ସହ ପୂରୁଣା ସଦନକୁ ଭାଙ୍ଗି ତାଙ୍କର ନୂତନ କ୍ୟାବିନେଟ ଘୋଷଣା  କରିବେ।

ବର୍ତ୍ତମାନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ନୀତି ପାଇଁ କାନାଡାରେ ଆର୍ଥିକ ଅନିୟମିତତା ବଢିଯାଇଛି। ଏହା ସହ କାନାଡାକୁ ଆମେରିକାର ୫୧ତମ ରାଜ୍ୟ କରିବା ନେଇ ଟ୍ରମ୍ପଙ୍କ ଏହି ବିବାଦିୟ ବୟାନକୁ ନେଇ ଟ୍ରମ୍ପ ଓ ଟ୍ରୁଡୋଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା। ଅନ୍ୟପଟେ ଏହି ପ୍ରସଙ୍ଗରେ ମାର୍କ କାର୍ନି ମଧ୍ୟ ଟ୍ରମ୍ପଙ୍କୁ ମୁହାଁମୁହିଁ ଜବାବ ଦେଇଥିଲେ। ତେବେ ସେ କାନାଡାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ଶାସନଭାର ଗ୍ରହଣ କରିବା ପରେ ଟ୍ରମ୍ପଙ୍କୁ ଜବାବ ଦେବେ ବୋଲି କହିଛନ୍ତି। 

ଆମେ ଆପଣଙ୍କୁ ଜଣାଇରଖୁ ଯେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କି କାର୍ନି ହେଉଛନ୍ତି କାନାଡାର ଲିବରାଲ୍ ପାର୍ଟିର ନେତା ତଥା ବ୍ୟାଙ୍କ ଅଫ୍ ଇଂଲଣ୍ଡର ପୂର୍ବତନ ଗଭର୍ଣ୍ଣର। ତେବେ ବର୍ତ୍ତମାନ ମାର୍କଙ୍କୁ ୫୯ ବର୍ଷ ହୋଇଥିଲେ ମଧ୍ୟ ସେ ଜଣେ ସ୍ଥିର ତଥା ପ୍ରଭାବଶାଳୀ ନେତା ଭାବରେ ଉଭା ହୋଇଛନ୍ତି। 2008 ମସିହାରେ ହୋଇଥିବା ଆର୍ଥିକ ସଙ୍କଟ ସମୟରେ ତାଙ୍କର ନେତୃତ୍ୱରେ କାନାଡା ଅନ୍ୟ ଦେଶ ମାନଙ୍କ ଭଳି ଏତେ ଆର୍ଥିକ ଝଡ଼କୁ ସାମ୍ନା କରିନଥିଲା। ଯେଉଁଥିପାଇଁ ତାଙ୍କୁ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସାର ସୁଅ ଛୁଟିଥିଲା|  ଏହାଛଡା ସେ ସରଳ ଭାଷାରେ ଜଟିଳ ଅର୍ଥନୀତିକୁ ବ୍ୟାଖ୍ୟା କରିଥିଲେ ଯାହାପରେ ତାଙ୍କୁ ବିଶ୍ୱର ଅର୍ଥନୀତିଜ୍ଞଙ୍କ ମଧ୍ୟରେ ସେ ବିଶ୍ୱସନୀୟତା ଅର୍ଜନ କରିଥିଲା |

ତେବେ ବର୍ତ୍ତମାନ କାନାଡାର ଆର୍ଥିକ ସ୍ଥିତି ସେତେଟା ଭଲ ନଥିବାରୁ ସେ ଦାୟିତ୍ତ୍ୱ ନେବା ପରେ ଏ ଦିଗରେ କିଛି ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଜନତାମାନେ ଆଶା ପ୍ରକଟ କରିଛନ୍ତି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.