ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଡାର୍କ ସର୍କଲରୁ ପାଇବେ ମୁକ୍ତି, ଅଳ୍ପ ଦିନରେ ଦେଖିବେ ଫରକ

ଡାର୍କ ସର୍କଲ ଏକ ସାଧାରଣ ସମସ୍ୟା ଅଟେ, ଯାହା ମୁଁହର ସୁନ୍ଦରତାକୁ କମ୍ କରିଦେଇଥାଏ। ଅଧିକ ଡାର୍କସର୍କଲ ହେବାଦ୍ୱାରା ମୁଁହ ଅତ୍ୟନ୍ତ ଖରାପ ଦେଖାଯାଇଥାଏ। ଏହାଦ୍ୱାରା ବହୁତଲୋକ ଚିନ୍ତିତ ରହିଥାନ୍ତି। କିଛିଲୋକ ଏହାକୁ କମ୍ କରିବା ପାଇଁ ମେଡିକାଲ ଟ୍ରିଟମେଣ୍ଟ ମଧ୍ୟ କରାଇଥାନ୍ତି। ତଥାପି କୌଣସି ଫରକ୍ ଜଣାପଡିନଥାଏ। ଯଦି ଆପଣ ଏହି ଡାର୍କସର୍କଲ ଠାରୁ ଚିନ୍ତିତ ଅଛନ୍ତି, ତେବେ କିଛି ଘରୋଇ ଉପଚାର ଆପଣାନ୍ତୁ। ଏପରି କରିବା ଦ୍ୱାରା ଆପଣ ଏହି ଚିନ୍ତାରୁ ମୁକ୍ତି ପାଇପାରିବେ।

ଡାର୍କ ସର୍କଲର ଚିକିତ୍ସା:-

ଏହା ଏକ ସାଧାରଣ ସମସ୍ୟା ଅଟେ। ଯାହା କମ୍ ଶୋଇବା, ଥକାପଣ, ବିଷାଦଗ୍ରସ୍ତ ରହିବା ଅଥବା ବାହାରର ଖାଦ୍ୟ ଖାଇବା କାରଣରୁ ହୋଇପାରେ। ଅନେକଥର ଏହା ଅଧିକ ଔଷଧ ଖାଇବା ଦ୍ୱାରା ମଧ୍ୟ ହୋଇଥାଏ। ଏହାଠାରୁ ବଞ୍ଚିବା ପାଇଁ ଥଣ୍ଡା ଜିନିଷର ବ୍ୟବହାର କରନ୍ତୁ । ଆଖିର ତଳ ଭାଗରେ କାକୁଡି ଲଗାନ୍ତୁ। ଏପରି କରିବା ଦ୍ୱାରା ଡାର୍କ ସର୍କଲରୁ ଆରାମ ମିଳିବ। ଏହାଛଡା ଆଳୁକୁ ପତଳା କରି କାଟି ଆଖିରେ ରଖନ୍ତୁ ବା ଆଖିତଳେ ଘସନ୍ତୁ। ଏହା ଆଖିତଳର ଫୁଲିବା ଏବଂ କଳାପଣକୁ କମ୍ କରିଥାଏ।

ଆଲୋଭେରା ଜେଲ୍ ର ବ୍ୟବହାର:-

ଡାର୍କସର୍କଲକୁ କମାଇବାରେ ଆଲୋଭେରା ଜେଲ୍ ବହୁତ ସହାୟକ ହୋଇଥାଏ। ଏଥିରେ ମଏଶ୍ଚରାଇଜିଙ୍ଗ ଗୁଣ ରହିଥାଏ, ଯାହା ଆଖିତଳର କଳାପଣକୁ କମାଇବାରେ ସାହାଯ୍ୟ କରିଥାଏ। ପ୍ରତ୍ୟେକ ଦିନ ରାତିରେ ଶୋଇବା ପୁର୍ବରୁ ଆଖିତଳେ ଆଲୋଭେରା ଜେଲ୍ ଲଗାନ୍ତୁ ଏବଂ ପରଦିନ ସକାଳୁ ଉଠି ସଫା ପାଣିରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଅଳ୍ପଦିନରେ ଆପଣଙ୍କ ଡାର୍କସର୍କଲ କମ୍ ହୋଇଯିବ।

ଗୋଲପାଜଳର ବ୍ୟବହାର:-

ଆପଣ ଗୋଲପାଜଳ ମଧ୍ୟ ବ୍ୟବହାର କରି ପାରିବେ। ଏଥିରେ ଏଣ୍ଟିଇଫ୍ଲାମେଟାରୀ ଏବଂ କୁଲିଂ ଗୁଣ ରହିଛି, ଯାହା ଡାର୍କ ସର୍କଲକୁ କମ୍ କରିବାରେ ସାହାଯ୍ୟ କରିଥାଏ। ଏହାକୁ ତୁଳା ସାହାଯ୍ୟରେ ଲଗାନ୍ତୁ । ତୁଳାକୁ ଗୋଲପାଜଳରେ ଅଳ୍ପ ଭିଯାଇ ଆଖି ତଳେ ୧୦ରୁ ୧୫ ମିନିଟ ରଖନ୍ତୁ।

ଲେମ୍ବୁରସ:-

ଏହାଛଡା ଲେମ୍ବୁରସ ମଧ୍ୟ ବହୁତ ଉପଯୋଗୀ ହୋଇଥାଏ। ଏଥିରେ ଭିଟାମିନ ସି ରହିଥାଏ, ଯାହା କଳାପଣକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଲେମ୍ବୁରସକୁ ୧୦ମିନିଟ ପର୍ଯ୍ୟନ୍ତ ଅଖିତଳେ ଲଗାନ୍ତୁ। ପରେ ସଫା ପାଣିରେ ମୁଁହ ଭଲ ଭାବରେ ଧୋଇ ନିଅନ୍ତୁ। ଏହି ଘରୋଇ ଉପାୟଦ୍ୱାରା ଆପଣ ଆଖି ତଳର କଳା ପଣକୁ କମ୍ କରିପାରିବେ। ଏହାଛଡା ରାତିରେ ଅତି କମ୍ରେ ୭ରୁ ୮ ଘଣ୍ଟା ଶୁଅନ୍ତୁ । ଏକ ସନ୍ତୁଳିତ ଆହାର ଏବଂ ଉତ୍ତମ ଜୀବନଶୈଳୀକୁ ଅନୁସରଣ କରନ୍ତୁ। ତେବେ ଦିନରେ ୭ରୁ ୮ ଗ୍ଲାସ୍ ପାଣି ପିଆନ୍ତୁ। ଏହାଦ୍ୱାରା ଆପଣଙ୍କ ଶରୀର ହାଇଡ୍ରେଟେଡ୍ ରହିବ ଏବଂ କଳାପଣ ଦୂର ହେବ । ମାନସିକ ବିଷାଦରୁ ବଞ୍ଚନ୍ତୁ। କିଛି ଲୋକଙ୍କୁ ଏହି ଉପାୟ ଦ୍ୱାରା ଏଲାର୍ଜୀ ହୋଇପାରେ। ଯଦି ଏପରି ହୁଏ ,ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.