ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ 'ଭିଟାମିନ C', ନିତିଦିନ ଆହାରରେ ଏହି ଖାଦ୍ୟକୁ କରନ୍ତୁ ସାମିଲ...

ଆଜିର ଦ୍ରୁତ ଗତିରେ ଚାଲିଥିବା ଦୁନିଆରେ ଏକ ସୁସ୍ଥ ଜୀବନଶୈଳୀ ବଜାୟ ରଖିବା ପୂର୍ବାପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ କଣ ଆପଣ ଜାଣନ୍ତି କି, ଆମର ରୋଗ ପ୍ରତିରୋଧକ ଶକ୍ତି ଏବଂ ସ୍ୱାସ୍ଥ୍ୟକୁ ବଜାୟ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପୁଷ୍ଟିକର ଖାଦ୍ୟ ହେଉଛି ଭିଟାମିନ୍ ସି । ଏହା କେବଳ ଆମ ଶରୀରକୁ ରୋଗ ସହ ଲଢିବାରେ ସାହାଯ୍ୟ କରେ ନାହିଁ, କୋଲାଜେନ୍ ଉତ୍ପାଦନରେ ମଧ୍ୟ ସାହାଯ୍ୟ କରେ, ଚର୍ମକୁ ସୁସ୍ଥ ରଖିଥାଏ ଏବଂ ଏକ ଶକ୍ତିଶାଳୀ ଆଣ୍ଟି-ଅକ୍ସିଡାଣ୍ଟ ଭାବରେ କାର୍ଯ୍ୟ କରିଥାଏ ।

ଏଚ୍.ଟି ଲାଇଫଷ୍ଟାଇଲ୍‌ ସହିତ ଏକ ସାକ୍ଷାତକାରରେ, ପୁଷ୍ଟିକର ଏବଂ ଷ୍ଟ୍ରାଟେଜିକ୍ ହେଲ୍ଥ କୋଚ୍ ତଥା ଇମ୍ୟୁନୋ ସାଇନ୍ସେସ୍ ସପ୍ଲିମେଣ୍ଟର ପରିଚାଳନା ନିର୍ଦ୍ଦେଶକ ଡ.ଦୀପିକା କୃଷ୍ଣ ପାଞ୍ଚଟି ସୁସ୍ୱାଦୁ ଖାଦ୍ୟ ବିଷୟରେ କରିଛନ୍ତି, ଯାହା ଆପଣଙ୍କୁ ଭିଟାମିନ ସି କୁ ପ୍ରତିଦିନ ଗ୍ରହଣ କରିବାରେ ସାହାଯ୍ୟ କରିବ ।

୧. ପିଜୁଳି:

ଏହି ଫଳ ଭିଟାମିନ ସି ର ଏକ ପାୱାରହାଉସ୍, ଯେଉଁଥିରେ କମଳା ଅପେକ୍ଷା ଅଧିକ ପୁଷ୍ଟିକର ପଦାର୍ଥ ରହିଥାଏ । କେବଳ ଗୋଟିଏ ପିଜୁଳି ଭିଟାମିନ ସି ର ଦୈନିକ ଡୋଜର ଦୁଇଗୁଣରୁ ଅଧିକ ପ୍ରଦାନ କରିଥାଏ । ଆପଣ ଏହାକୁ ସାଧାରଣ ଭାବରେ ଖାଆନ୍ତୁ ବା ଏହାକୁ ସ୍ମୁଦିରେ ମିଶ୍ରଣ କରନ୍ତୁ କିମ୍ବା ଫ୍ରୁଟ୍‌ ସାଲାଡରେ ମିଶାନ୍ତୁ । ପିଜୁଳି ଆପଣଙ୍କ ଭିଟାମିନ ସି ଗ୍ରହଣକୁ  ବଢାଇବା ପାଇଁ ଏକ ସ୍ୱାଦିଷ୍ଟ ଏବଂ ପୁଷ୍ଟିକର ଉପାୟ ।

୨. ଅମୃତଭଣ୍ଡା:

ଭିଟାମିନ ସି ରେ ଭରପୂର ଅନ୍ୟ ଏକ ଫଳ ହେଉଛି ଅମୃତଭଣ୍ଡା । ଏକ ଅମୃତଭଣ୍ଡା ଭିଟାମିନ ସି ର ଦୈନିକ ଆବଶ୍ୟକତା ଠାରୁ ଅଧିକ ଯୋଗାଇଥାଏ । ଏହାକୁ ସାଧାରଣ ଭାବର ଖାଆନ୍ତୁ କିମ୍ବା ସ୍ମୁଦି, ସାଲାଡରେ ମିଶାଇ ଖାଆନ୍ତୁ।

୩. ବ୍ରୁସେଲ୍ସ ସ୍ପ୍ରାଉଟ୍ସ:

ଏହି ଛୋଟ ସବୁଜ ପନିପରିବା କେବଳ ସ୍ୱାଦିଷ୍ଟ ନୁହେଁ, ଭିଟାମିନ୍ ସି ରେ ମଧ୍ୟ ଭରପୂର ଅଟେ । ବାସ୍ତବରେ, ମାତ୍ର ଅଧା କପ୍ ରନ୍ଧା ହୋଇଥିବା ବ୍ରୁସେଲ୍ସ ସ୍ପ୍ରାଉଟ୍ସ ଭିଟାମିନ ସି ର ଦୈନିକ ଆବଶ୍ୟକତାର ୮୦% ରୁ ଅଧିକ ଯୋଗାଇଥାଏ । ଆପଣ ଏହାକୁ ଫ୍ରାଏ କରନ୍ତୁ କିମ୍ବା ସିଝାଇ ଖାଆନ୍ତୁ । ବ୍ରୁସେଲ୍ସ ସ୍ପ୍ରାଉଟ୍ସ ଶରୀର ପାଇଁ ଏକ ସ୍ୱାଦିଷ୍ଟ ଏବଂ ପୁଷ୍ଟିକର ଉପାଦାନ ଅଟେ ।

୪. ସପୁରୀ:

ମିଠା, ରସଯୁକ୍ତ ଏବଂ ଭିଟାମିନ ସିରେ ଭରପୂର ସପୁରୀ ଅତ୍ୟାବଶ୍ୟକ ପୁଷ୍ଟିକର ଖାଦ୍ୟ ଗ୍ରହଣ ପାଇଁ ଅନ୍ୟ ଏକ ଉତ୍ତମ ବିକଳ୍ପ । ଏହାକୁ ଗ୍ରିଲ୍, ଟ୍ରପିକାଲ୍ ସ୍ମୁଦିରେ ମିଶାଇ ବା ସାଧରଣ ଭାବରେ ଉପଭୋଗ କରନ୍ତୁ। ଏହା ଏକ ସତେଜ ଏବଂ ପୁଷ୍ଟିକର ଖାଦ୍ୟ ଅଟେ।

୫. ବ୍ରୋକୋଲି:

ପୋଷକ ତତ୍ତ୍ୱଯୁକ୍ତ ଏହି ପରିବା କେବଳ ଫାଇବର ଏବଂ ଆଣ୍ଟି-ଅକ୍ସିଡାଣ୍ଟରେ ଭରପୂର ନୁହେଁ, ଭିଟାମିନ୍ ସି ର ଏକ ଉତ୍କ୍ରୃଷ୍ଟ ଉତ୍ସ ଅଟେ । ଏହା ଆପଣଙ୍କ ପ୍ରତିରକ୍ଷା ପ୍ରଣାଳୀକୁ ବଢାଇବା ପାଇଁ ଏକ ସ୍ୱାଦିଷ୍ଟ ଏବଂ ପୁଷ୍ଟିକର ଉପାୟ ।

ଡ.ଦୀପିକା କୃଷ୍ଣ କହିଛନ୍ତି, ଆହାରରେ ଏହି ପାଞ୍ଚଟି ଖାଦ୍ୟ ମିଶାଇବା ଦ୍ୱାରା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଏବଂ ସ୍ୱାସ୍ଥ୍ୟ ପାଇଁ ପର୍ଯ୍ୟାପ୍ତ ପରିମାଣର ଭିଟାମିନ ସି ଯୋଗାଇ ପାରିବେ।

ଏହା ଉପରେ ନିଜର ଅଭିଜ୍ଞତା ସେୟାର କରି ଫିଟନେସ୍ ଏବଂ ପୁଷ୍ଟିକର ବିଶେଷଜ୍ଞ ତଥା ବଡି ଫିଟ୍ ଟିଭି ଏବଂ ଦି ଡାଏଟ୍ ଚ୍ୟାନେଲର ପ୍ରତିଷ୍ଠାତା ରିୟା ଇଖଲାସ୍ ଶ୍ରଫ କହିଛନ୍ତି, ଆଧୁନିକ ଜୀବନର ବ୍ୟସ୍ତତାରେ ସନ୍ତୁଳିତ ଖାଦ୍ୟ ଖାଇବାର ମହତ୍ତ୍ୱକୁ ଅଣଦେଖା କରିବା ଅତ୍ୟନ୍ତ ସାଧାରଣ । ଯଦି ଆପଣ ଶରୀରରେ ଅତ୍ୟାବଶ୍ୟକ ଖଣିଜ ପଦାର୍ଥର ମାତ୍ରା ବଢାଇବାକୁ ଚାହୁଁଛନ୍ତି, ତେବେ ରିୟା ଏଖଲାସ୍‌ ଶ୍ରଫ ଆପଣଙ୍କ ସପିଂରେ ଅନ୍ତର୍ଭୁକ୍ତ କରିବାକୁ ପାଞ୍ଚଟି ମହତ୍ତ୍ୱପୂର୍ଣ୍ଣ ଜିନିଷର ତାଲିକା ଦେଇଛନ୍ତି ।

୧. ଖଟା ଫଳ:

ଲେମ୍ବୁ ଜାତୀୟ ଖାଦ୍ୟକୁ ଆପଣଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତୁ । ଏହି ଫଳଗୁଡିକ ଉଚ୍ଚ ଭିଟାମିନ ସି ଗୁଣ ପାଇଁ ପରିଚିତ। ଏହାକୁ ସ୍ନାକ୍ସ କିମ୍ବା ସାଲାଡ ପରି ଖାଆନ୍ତୁ ଏବଂ ମାରିନେସନ୍‌ରେ ବ୍ୟବହାର କରନ୍ତୁ । ଦୈନନ୍ଦିନ ଜୀବନରେ ଏହାର ବ୍ୟବହାର ଅତ୍ୟନ୍ତ ଲାଭଦାୟକ ଅଟେ ।

୨.  କ୍ୟାପସିକମ୍:

ଏହା ଆପଣଙ୍କ ଖାଦ୍ୟକୁ ରଙ୍ଗ ଏବଂ ସ୍ବାଦରେ ଭରିଦେଇଥାଏ । ଏଥିରେ ଭିଟାମିନ ସି ର ଏକ ଭଣ୍ଡାର ରହିଛି । ନାଲି, ହଳଦିଆ କିମ୍ବା ସବୁଜ ହେଉ, ଏହା ଆପଣଙ୍କ ଖାଦ୍ୟରେ ଭିଟାମିନ ସି ର ଦୈନିକ ଆବଶ୍ୟକତାକୁ ପୂରଣ କରିବାର ଏକ ନିଶ୍ଚିତ ଉପାୟ ।

୩. ଷ୍ଟ୍ରବେରୀ:

ମିଠା ଏବଂ ଭିଟାମିନ୍ ସି ରେ ଭରପୂର, ଷ୍ଟ୍ରବେରି ଏକ ଗ୍ରୀଷ୍ମ ପ୍ରିୟ ଫଳ । ଏହା ଆପଣ ବର୍ଷସାରା ମଧ୍ୟ ଉପଭୋଗ କରିପାରିବେ । ଏହାକୁ ସ୍ମୁଦିରେ ମିଶାଇ ବା ସାଲାଡରେ ମିଶାଇ ଖାଇପାରିବେ । ଆପଣଙ୍କ ମିଠା ଖାଇବାର ଇଚ୍ଛାକୁ ପୂରଣ କରିବା ପାଇଁ ଏହା ଏକ ଉତ୍ତମ ଉପାୟ ଅଟେ । ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ |

୪. କୃସିଫେରସ୍ ପନିପରିବା:

ବ୍ରୋକୋଲି, କେଲ୍‌ ଏବଂ ବ୍ରୁସେଲ୍ସ ସ୍ପ୍ରାଉଟ୍ସ ପରି ଖାଦ୍ୟ ଭିଟାମିନ୍ ସି ର ଏକ ଉତ୍କୃଷ୍ଟ ଉତ୍ସ। ଯାହା ଶରୀରର ପ୍ରତିରକ୍ଷା କାର୍ଯ୍ୟ, କୋଲାଜେନ୍ ଉତ୍ପାଦନ ଏବଂ ଆଣ୍ଟି-ଅକ୍ସିଡାଣ୍ଟର ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ପୁଷ୍ଟିକର ଖାଦ୍ୟକୁ ଆହାରରେ ଗ୍ରହଣ  କରିବା ଦ୍ୱାରା ଆପଣଙ୍କ ଭିଟାମିନ୍ ସି ସେବନ ବୃଦ୍ଧି ପାଇବ । ଏହା ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀକୁ ଉନ୍ନତ କରିବା ପାଇଁ ଅତ୍ୟାବଶ୍ୟକ ପୁଷ୍ଟିକର ପଦାର୍ଥ ଯୋଗାଇଥାଏ ।

୫. କିୱି:

ନ୍ୟୁଜିଲ୍ୟାଣ୍ଡରେ ଉତ୍ପନ୍ନ କିୱି ଫଳ ଅତ୍ୟନ୍ତ ସ୍ୱାଦିଷ୍ଟ । କମଳା ଅପେକ୍ଷା ଅଧିକ ଭିଟାମିନ୍ ସି ସହିତ, ଏହି ନରମ ଫଳ ଏକ ଟ୍ରପିକାଲ୍ ଟ୍ରିଟ୍, ଯାହା ଆପଣ ଏକାକୀ ଖାଇପାରିବେ କିମ୍ବା ସ୍ୱାଦର ସତେଜତା ପାଇଁ ଫ୍ରୁଟ୍‌ ସାଲାଡରେ ମିଶାଇପାରିବେ ।

ରିୟା ଇଖଲାସ୍ ଶ୍ରଫ୍ ଶେଷରେ କରିଛନ୍ତି, ଏହି ପାଞ୍ଚଟି ଖାଦ୍ୟକୁ ଆପଣଙ୍କ ଆହାରରେ ଅନ୍ତର୍ଭୁକ୍ତ କରିବା ଦ୍ୱାରା ଆପଣଙ୍କର ଦୈନନ୍ଦିନ ଜୀବନରେ ଭିଟାମିନ୍ ସି ବ୍ୟବହାରକୁ ବଢାଇ ପାରିବେ । ଏଥି ସହିତ ଏହା ସ୍ୱାସ୍ଥ୍ୟ ଏବଂ ଏହାର ଉନ୍ନତି ପାଇଁ ଏକ ସହଜ ତଥା ସ୍ୱାଦିଷ୍ଟ ଉପାୟ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.