ପ୍ରମୂଖ ଖବର
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ୍‌ ରେସ୍, ମାହେଲା ଜୟବର୍ଦ୍ଧନେଙ୍କୁ ବିସିସିଆଇର ପ୍ରସ୍ତାବ

ଅହମ୍ମଦାବାଦ,୨୩/୦୫: ଭାରତୀୟ ସିନିୟର କ୍ରିକେଟ୍‌ ଦଳର ନୂଆ କୋଚ୍‌ ଦାୟିତ୍ୱ ପାଇଁ ବିସିସିଆଇ ତତ୍ପରତାର ସହ ଅନ୍ୱେଷଣ ଜାରି ରଖିଛି । କୋଲକାତା ନାଇଟ ରାଇଡର୍ସ ମେଣ୍ଟର ଗୌତମ ଗମ୍ଭୀରଙ୍କୁ କୋଚ୍‌ ଭାବେ ନିଯୁକ୍ତ ଦେବାକୁ ବିସିସିଆଇ ବେଶ୍‌ ଆଗ୍ରହୀ  ଥିବା ଜଣା ପଡ଼ିଛି । ତଥାପି ଅନ୍ୟ କିଛି କୋଚ୍‌ଙ୍କ ସହ ଯୋଗା ଯୋଗ କରାଯାଇଛି । ବିସିସିଆଇର ଏକ ସ୍ୱତନ୍ତ୍ର ଗ୍ରୁପ୍‌ ବିଭିନ୍ନ ଆଇପିଏଲ୍‌ ଦଳର କୋଚଙ୍କ ସହ ଆଲୋଚନା କରିଛି । ଚେନ୍ନାଇ ସୁପରକିଙ୍ଗ୍‌ସ କୋଚ୍‌  ଷ୍ଟିଫାନ ଫ୍ଲେମିଂ, ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ କୋଚ ଜଷ୍ଟିନ ଲାଙ୍ଗରଙ୍କୁ ପୂର୍ବରୁ ବିସିସିଆଇ ଯୋଗାଯୋଗ କରିଥିଲା ।  ବର୍ତ୍ତମାନ ଶ୍ରୀଲଙ୍କାର ପୂର୍ବତନ ଖେଳାଳି ମାହେଲା ଜୟବର୍ଦ୍ଧନେଙ୍କୁ କୋଚ୍‌ ପଦ ପାଇଁ ଆବେଦନ କରିବାକୁ ପ୍ରସ୍ତାବ ଦିଆଯାଇଛି । ଜୟବର୍ଦ୍ଧନେ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ  ଦଳର କୋଚ ଦାୟିତ୍ୱ ତୁଲାଇ ସାରିଛନ୍ତି । ତାଙ୍କ ସମୟରେ  ମୁମ୍ବାଇ ଇଣ୍ଡିଆନ୍ସ ୨୦୨୨ରେ ଚାମ୍ପିଅନ୍‌ ହୋଇଥିଲା ।  

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ସହ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ  ଶେଷ ହୋଇଯିବ । ଜୁଲାଇ ମାସ ୧ତାରିଖରୁ ନୂଆ କୋଚ୍‌  ଦାୟିତ୍ୱ ଆରମ୍ଭ କରିବେ। ବିସିସିଆଇ ଆସନ୍ତା ୨୭  ତାରିଖକୁ କୋଚ୍‌ ପଦ ପାଇଁ ଆବେଦନର ଶେଷ ଦିନ  ରୂପେ ଧାର୍ଯ୍ୟ କରିଛି । ହାତରେ ଆଉ ମାତ୍ର ୫ଦିନ ବାକି  ରହିଯାଇଥିବାରୁ ବିସିସିଆଇ ବାଧ୍ୟ ହୋଇ ତାଲିକା କରିଥିବା  ଉପଯୁକ୍ତ କୋଚ୍‌ଙ୍କୁ ପ୍ରସ୍ତାବ ଦେବାକୁ ବାଧ୍ୟ ହୋଇଛି ।  ଭାରତୀୟ ଦଳର କୋଚ୍‌ ଦାୟିତ୍ୱ ନେବା ଅର୍ଥ ବର୍ଷରେ  ୧୦ମାସ ପର୍ଯ୍ୟନ୍ତ କଠିନ ପରିଶ୍ରମ କରିବାକୁ ହେବ । 

ଭାରତର  ପରବର୍ତ୍ତୀ ଟାର୍ଗେଟ୍‌ ୨୦୨୭ ବିଶ୍ୱକପ୍‌ ରହିଥିବାରୁ କୋଚ୍‌ଙ୍କ  ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏକ କଠିନ ତଥା ଚ୍ୟାଲେଞ୍ଜିଂ  ଦାୟିତ୍ୱ ନେବାକୁ ବିଦେଶୀ କୋଚ୍‌ ମାନେ କୁଣ୍ଠାବୋଧ କରୁଛନ୍ତି ।  କୋଚ୍‌ମାନେ ଆଇପିଏଲ୍‌ରୁ ବହୁ ଅର୍ଥ ପାଉଥିବାରୁ ଭାରତୀୟ  ଦଳର କୋଚ୍‌ ଦାୟିତ୍ୱକୁ ପ୍ରାଥମିକତା ଦେଉ ନାହାନ୍ତି ।  

ବର୍ତ୍ତମାନ ଜାତୀୟ କ୍ରିକେଟ୍‌ ଏକାଡେମୀର ନିର୍ଦ୍ଦେଶକ  ଥିବା ଭିଭିଏସ ଲକ୍ଷ୍ମଣଙ୍କୁ କୋଚ୍‌ ଦାୟିତ୍ୱ ଦେବାକୁ  ବିସିସିଆଇ ମନସ୍ଥ କରିଥିଲା । ମାତ୍ର ସେ ଏହି ଦାୟିତ୍ୱ  ନେବକୁ ରାଜି ହେଉ ନାହାନ୍ତି । ୨୦୨୩ ଦିନିକିଆ ବିଶ୍ୱକପ୍‌  ଫାଇନାଲ୍‌ ପରେ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା ।  ସେତେବେଳେ ମଧ୍ୟ ଲକ୍ଷ୍ମଣଙ୍କୁ କୋଚ୍‌ ଦାୟିତ୍ୱ ନେବାକୁ  ପ୍ରସ୍ତାବ ଦିଆଯାଇଥିଲା । ମାତ୍ର ସେ ରାଜି ନହେବାରୁ ଟି-ଟ୍ୱେଣ୍ଟି  ବିଶ୍ୱକପ୍‌ ପର୍ଯ୍ୟନ୍ତ ଦ୍ରାବିଡଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି ।  

ବର୍ତ୍ତମାନ ଗମ୍ଭୀର ବିସିସିଆଇ କରିଥିବା କୋଚ୍‌  ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି । ପ୍ରଥମ କ୍ୱାଲିଫାୟର  ମୁକାବିଲାରେ ନାଇଟ୍‌ ରାଇଡର୍ସ ବିଜୟ ହାସଲ କରିବା  ପରେ ବିସିସିଆଇ ଗମ୍ଭୀରଙ୍କ ସହ ଆଲୋଚନା କରିଥିବା  ଶୁଣିବାକୁ ମିଳୁଛି । ଗମ୍ଭୀର ମଧ୍ୟ ବ୍ୟକ୍ତିଗତ ଭାବେ ଭାରତୀୟ  ଦଳର କିଛି ସିନିୟର ଖେଳାଳିଙ୍କ ସହ ଏବିଷୟରେ  ଆଲୋଚନା କରିଥିବା ଜଣା ପଡ଼ିଛି । ମାତ୍ର ଏକଥାରେ  କେତେ ସତ୍ୟତା ରହିଛି, ତାହା କହିବା ମୁସ୍କିଲ । ଗମ୍ଭୀର ଓ  ବିରାଟ କୋହଲିଙ୍କ ମଧ୍ୟରେ ଅନେକ ଦିନରୁ ମତ ପାର୍ଥକ୍ୟ  ରହିଥିଲା । ଏଥର ଆଇପିଏଲ୍‌ ସମୟରେ ଉଭୟଙ୍କ ମଧ୍ୟରେ  ବୁଝାମଣା ହୋଇ ଯାଇଛି । ତେଣୁ ଗମ୍ଭୀରଙ୍କୁ କୋଚ୍‌  ଦାୟିତ୍ୱ ମିଳିଲେ କୌଣସି ଖେଳାଳି ଅସନ୍ତୋଷ ପ୍ରକଟ  କରିବେ ନାହିଁ ବୋଲି ବିସିସିଆଇ ଅନୁଭବ କରୁଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.