ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

୧୬ ବର୍ଷରୁ କମ୍‌ ବୟସର ପିଲାଙ୍କୁ ସୋସିଆଲ୍‌ ମିଡିଆ ମନା, ଆଇନ୍‌ ଆଣିବାକୁ ଯାଉଛି ଏହି ଦେଶ

Image Courtesy: businesstoday

ନୂଆଦିଲ୍ଲୀ: ସୋସିଆଲ ମିଡିଆ ବ୍ୟବହାର କରିବାକୁ ବୟସ ସୀମା ଧାର୍ଯ୍ୟ ହେବା ଦରକାର କି ? ଏହା ଉପରେ ଏବେ ନୂଆ ନିୟମ ଆସିବାକୁ ଯାଉଛି । ଅଷ୍ଟ୍ରେଲିଆ ସରକାର ସୋସିଆଲ ମିଡିଆ ବ୍ୟବହାର ଲାଗି ନ୍ୟୁନତମ ବୟସ ଉପରେ ବିଚାର କରୁଛନ୍ତି । ପିଲାମାନଙ୍କୁ ଇନଷ୍ଟାଗ୍ରାମ ଏବଂ ଟିକଟକ୍‌ ଭଳି ସୋସିଆଲ ମିଡିଆ ଖରାପ କରୁଛି ବୋଲି ସରକାର ବିଶ୍ବାସ କରୁଛନ୍ତି । ସେମାନଙ୍କୁ ଏଥିରୁ ଦୂରେଇ ରଖିବାକୁ କଡ଼ା ନିୟମ ଆପଣାଇବେ ଅଷ୍ଟ୍ରେଲିଆ ସରକାର । ପିଲାମାନଙ୍କ ଉଭୟ ଶାରିରୀକ ଏବଂ ମାନସିକ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି ସୋସିଆଲ ମିଡିଆ । ତେଣୁ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଏନ୍ଥୋନି ଆଲବାନିଜ୍‌ଙ୍କ ସରକାର ମଙ୍ଗଳବାର ସୋସିଆଲ ମିଡିଆ ବ୍ୟବହାର କରିବାର ବୟସସୀମା କେତେ ହେବା ଦରକାର ତାକୁ ନେଇ ଏକ ଟ୍ରାଏଲ ଆରମ୍ଭ କରିଛନ୍ତି । ଏକ ନିର୍ଦ୍ଦିଷ୍ଟ ଆୟୁବର୍ଗ ଉପରେ ସମ୍ପୂର୍ଣ୍ଣ ବ୍ୟାନ୍‌ ଲଗାଇବା ପୂର୍ବରୁ ସରକାର ଏହି ଟ୍ରାଏଲ ଆରମ୍ଭ କରିଥିବା ଜଣାପଡ଼ିଛି ।   

୧୪ରୁ ୧୬ ବର୍ଷ ବୟସର ପିଲାମାନଙ୍କୁ ସୋସିଆଲ ମିଡିଆ ବ୍ୟବହାର କରିବା ଉପରେ ରୋକ ଲଗାଇବା ଉପରେ ବିଚାର କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ଆଲବାନିଜ୍‌ କହିଛନ୍ତି । ଅଭିଭାବକମାନେ ନିଜର ପିଲାମାନଙ୍କ ସୋସିଆଲ ମିଡିଆ ବ୍ୟବହାରକୁ ନେଇ ଖୁବ ଚିନ୍ତିତ ଥିବା ବେଳେ ସେମାନେ କଣ କରିବେ ଜାଣିପାରୁ ନାହାନ୍ତି ବୋଲି ଆଲବାନିଜ କହିଛନ୍ତି । ମାତାପିତା ଚାହୁଁଛନ୍ତି ସେମାନଙ୍କ ପିଲାମାନେ ଫୋନ୍‌ ଛାଡ଼ି ପଡ଼ିଆରେ ଖେଳନ୍ତୁ । ମୁଁ ମଧ୍ୟ ସମାନ କଥା ଚିନ୍ତା କରୁଛି । ବାସ୍‌ ବହୁତ ହେଲା, ଏବେ ସମୟ ଆସିଯାଇଛି ଏହା ଉପରେ କାର୍ଯ୍ୟ କରିବାକୁ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଆଲବାନିଜ୍‌  । 

ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧୀ ଦଳ ନେତା ପିଟର ଡଟ୍ଟନ ସମର୍ଥନ କରିଛନ୍ତି । ୧୬ ବର୍ଷରୁ କମ୍‌ ବୟସର ପିଲାମାନଙ୍କୁ ସୋସିଆଲ ମିଡିଆରୁ ଦୂରେଇ ରଖିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି । ଚୀନ୍‌, ଫ୍ରାନ୍ସ ଏବଂ ଆମେରିକାର କେତେକ ପ୍ରଦେଶ ପିଲାମାନଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ ବ୍ୟାନ ଲଗାଇବାକୁ ଆଇନ ଆଣିଛନ୍ତି । ପିଲାମନାଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ ରୋକ ଲଗାଇବା ନିଷ୍ପତ୍ତିକୁ ଅନେକ ବିରୋଧ ମଧ୍ୟ କରିଛନ୍ତି । ଏହା ଦ୍ବାରା ପିଲାମାନଙ୍କ ବାକ୍‌ ସ୍ବାଧୀନତା ବାଧାପ୍ରାପ୍ତ ହେବ ବୋଲି ସମାଲୋଚକ କହିଛନ୍ତି । କ୍ବିନ୍ସଲ୍ୟାଣ୍ଡ ବିଶ୍ବବିଦ୍ୟାଳୟର ପ୍ରଫେସର ଡାନିଏଲ ଆଙ୍ଗୁସ କହିଛନ୍ତି, ଅଷ୍ଟ୍ରେଲିଆ ସରକାରଙ୍କ ଏହି ନିଷ୍ପତ୍ତି ଅତ୍ୟନ୍ତ ଦାୟିତ୍ବହୀନ ଏବଂ ଭ୍ରମିତ କଲା ଭଳି । ଏହା ଯୁବପୀଢ଼ିଙ୍କ ଡିଜିଟାଲ ବିଶ୍ବରେ ଭାଗିଦାରୀ ହ୍ରାସ କରିବ   । 

ସାମାଜିକ ଯୋଗାଯୋଗ କ୍ଷେତ୍ରରେ ସେମାନଙ୍କୁ ପଛୁଆ କରିଦେବ ବୋଲି ସେ ଅଭିଯୋଗ କରିଛନ୍ତି । ତେବେ ଏହା ପୂର୍ବରୁ ଦକ୍ଷିଣ ଅଷ୍ଟ୍ରେଲିଆର ଏକ ରାଜ୍ୟ ସୋସିଆଲ ମିଡିଆ ବ୍ୟବହାରକୁ ନେଇ ନୂଆ ଆଇନ ଲାଗି ପ୍ରସ୍ତାବ ଦେଇଛି । ୧୪ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଯେଉଁସବୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଆକ୍ସେସ୍‌ ଦେଉଛନ୍ତି ସେଗୁଡ଼ିକ ଉପରେ ଜରିମାନା ଲଗାଇବା ଲାଗି ଆଇନ ଆସିପାରେ ।  କେବଳ ଅଷ୍ଟ୍ରେଲିଆ ନୁହେଁ ଏବେ ସମଗ୍ର ବିଶ୍ବରେ ସୋସିଆଲ ମିଡିଆରେ ପ୍ରସାରିତ ଅଶ୍ଳୀଳ କଣ୍ଟେଣ୍ଟକୁ ନେଇ ଚିନ୍ତା ବୃଦ୍ଧି ପାଇଛି । ଯଦିଓ ବିଶ୍ବ ଡିଜିଟାଲ ଯୁଗକୁ ଆପଣାଇଛି ତଥାପି ପିଲାମାନଙ୍କ ମାନସିକ ଏବଂ ଶାରିରୀକ ସ୍ବାସ୍ଥ୍ୟକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

  • australia
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.