ପ୍ରମୂଖ ଖବର
  • କଟକ : ଖବରକାଗଜ ବିତରକଙ୍କୁ ପିଟିଲା PCR, ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||

ପୋଲିସ ଉପରେ ଆକ୍ରମଣ କରି ଅପରାଧୀଙ୍କୁ ଛଡ଼ାଇ ନେବା ଘଟଣା: ୨୦ ଗିରଫ

Published By : Harapriya Sethi | March 31, 2025 2:57 PM

ଭୁବନେଶ୍ୱର, ୩୧/୦୩: ଯାଜପୁର ଜିଲ୍ଲା କୋରେଇ ଥାନା ପୂର୍ବକୋଟ ତେଲେଙ୍ଗା ବସ୍ତି ଅଞ୍ଚଳରେ ପୋଲିସ ଉପରେ ଆକ୍ରମଣ କରି ଅପରାଧୀଙ୍କୁ ଛଡ଼ାଇ ନେବା ଘଟଣା। ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ସ୍ଥାନୀୟ ସରପଞ୍ଚଙ୍କ ସମେତ ୨୦ ଜଣ ପୁରୁଷ ଓ ମହିଳାଙ୍କୁ ଥାନାରେ ଗିରଫ ରଖି ତଦନ୍ତ ଚଳାଇଛି ପୋଲିସ। ସୋମବାର ଅପରାହ୍ନରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି । ଏକ ବାଇକ୍ ଚୋରି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିବା ବେଳେ ରବିବାର ଘଟିଥିଲା ଏହି ଘଟଣା।

ସୂଚନା ମୁତାବକ, କିଛିଦିନ ତଳେ କୁଆଖିଆ ଥାନା ଅଞ୍ଚଳରୁ ଏକ ବାଇକ୍ ଚୋରି ହୋଇଥିଲା। ଏଥିରେ ପୂର୍ବକୋଟ ତେଲେଙ୍ଗା ବସ୍ତି ଅଞ୍ଚଳର କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ସୂଚନା ପାଇ ରବିବାର କୋରେଇ ଥାନା ଅଧିକାରୀ ରାକେଶ ତ୍ରିପାଠୀ ସଦଳବଳେ ଉକ୍ତ ଅଞ୍ଚଳରେ ପହଞ୍ଚିଥିଲେ । ପରେ ଉକ୍ତ ଚୋରି ବାଇକ୍‌ ଟିକୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ୨ ଜଣ ଅଭିଯୁକ୍ତଙ୍କୁ କାବୁ କରି ପୋଲିସ ଗାଡିରେ ବସାଇ ଆଣିବା ସମୟରେ ଘଟିଥିଲା ଏହି ଘଟଣା । ପୋଲିସ ଗାଡି ଉପରକୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ପୋଲିସକୁ ଆକ୍ରମଣ କରି ଚୋରି ଗାଡି ଓ ୨ ଅଭିଯୁକ୍ତଙ୍କୁ ଛଡାଇ ନେଇଥିଲେ ଲୋକେ । ଏହି ଆକ୍ରମଣରେ କୋରେଇ ଥାନା ଅଧିକାରୀ ରାକେଶ ତ୍ରିପାଠୀଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ। ପରେ ଯାଜପୁର ଏସପିଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ ହେବା ସହ ରବିବାର ବିଳମ୍ବିତ ରାତିରେ ସ୍ଥାନୀୟ ସରପଞ୍ଚଙ୍କ ସମେତ ୨୦ ଜଣ ପୁରୁଷ ଓ ମହିଳାଙ୍କୁ ଥାନାକୁ ଉଠାଇ ଆଣିଥିଲା ପୋଲିସ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.