ଭୁବନେଶ୍ଵର, ୨୨/୦୩ : ଲାଞ୍ଚ ନେଇ ଧରାପଡ଼ିଲେ ଯାଜପୁର ଆର୍ଡି ଡିଭିଜନ୍ର ଯନ୍ତ୍ରୀ ଭୀମସେନ ମହାରଣା। ଶୁକ୍ରବାର ଟାଙ୍ଗି ଟୋଲଗେଟ୍ ନିକଟରେ ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ। ନଗଦ ୨ ଲକ୍ଷ ୩୦ ହଜାର ଟଙ୍କା ସହ କାର୍ ଜବତ।
ସୂଚନାନୁଯାୟୀ, ଯାଜପୁର ଆର୍ଡି ଡିଭିଜନ୍ର ଯନ୍ତ୍ରୀ ଭୀମସେନ ମହାରଣା କଟକ ଟାଙ୍ଗି ଟୋଲଗେଟ୍ ନିକଟରୁ ୨ ଲକ୍ଷ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି। ଭୀମସେନ ମହାରଣାଙ୍କୁ ଭିଜିଲାନ୍ସ ଗିରଫ କରିଛି। ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଏବଂ କାର ଜବତ ହୋଇଛି। ବାଲିଅନ୍ତା ଥାନା ବ୍ରାହ୍ମଣ ଷଡଙ୍ଗୀ ସ୍ଥିତ ଯନ୍ତ୍ରୀଙ୍କ ବାସଭବନ ସମେତ ଯାଜପୁରରେ ଭିଜିଲାନ୍ସର ୧୨ ଜଣିଆ ଟିମ୍ ଚଢାଉ କରୁଛି। ସାମସ୍ତ କାଗଜପତ୍ର ଯାଞ୍ଚ କରାଯାଉଛି। ଯନ୍ତ୍ରୀଙ୍କର ଏକ ଫର୍ଣ୍ଣିଚର ଦୋକାନ ମଧ୍ୟ ରହିଛି । ଏଥିପାଇଁ ବାଲିପାଟଣା ରେଞ୍ଜ ଅଫିସରଙ୍କୁ ମଧ୍ୟ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ଖବରଟିକୁ ପଢନ୍ତୁ-ଶ୍ରୀମନ୍ଦିର ଭିତରକାଠରେ ପଡିଲା ରକ୍ତ ଛିଟା, ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ