ଚଣ୍ଡିଖୋଲ ୨୪/୦୩: ଡକାୟତି ଉଦ୍ୟମ ବେଳେ ଫେଲ୍ ମାରିଲା ପୂର୍ବ ଯୋଜନା। ଏହି ଘଟଣାରେ ଯାଜପୁର ଜିଲ୍ଲା ବଇରୀ ପୋଲିସ ୬ ଜଣ ଲୁଟେରାଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ତିନୋଟି ବାଇକ, ଦୁଇଟି ଭୁଜାଲି, ଗୋଟିଏ ଖେଳନା ବନ୍ଧୁକ, ଲୁହା ରଡ଼, ଲଙ୍କା ଗୁଣ୍ଡ ପ୍ୟାକେଟ ଜବତ କରିଛି ପୋଲିସ । ଗତକାଲି (ରବିବାର) ରାତିରେ ଏମାନେ ଛତିଆ ଅମରାବତୀ ନିକଟରେ ଲୁଟ୍ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଗିରଫ କରିବାକୁ ସକ୍ଷମ ହୋଇଛି। ଏମାନେ ପୂର୍ବରୁ ବିଭିନ୍ନ ସ୍ଥାନରେ ଡକାୟତି କରୁଥିବା ପୋଲିସ କହିଛି । ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଅଭିଯୋଗ ରହିଛି। ଆଜି ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।