ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

ଦେଢ଼ କୋଟିର ସାଇବର୍‌ ଠକେଇ, ଦକ୍ଷିଣ ଭାରତରୁ ଦମ୍ପତିଙ୍କ ସହ ୭ ଠକ ଗିରଫ

Published By : Prameya | March 31, 2025 8:09 AM

କଟକ, ୩୧/୦୩ : ଅନ୍‌ଲାଇନ୍‌ରେ ଟଙ୍କା ବିନିଯୋଗ କରି ପ୍ରଚୁର ଅର୍ଥ ରୋଜଗାର କରିବା ପାଇଁ ମନ ବଳିଥିଲା । ଲୋଭରେ ପଡ଼ି ପ୍ରାୟ ଦେଢ଼ କୋଟି ଟଙ୍କା ଅନ୍‌ଲାଇନ୍‌ରେ ବିନିଯୋଗ କରିସାରିବା ପରେ ଠକେଇରେ ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ସାଇବର୍‌ ଠକେଇର ଶିକାର ହୋଇଥିବା ଜାଣିଲା ବେଳକୁ ହାତରେ ଆଉ କିଛି ନଥିଲା । ଗତ ଜାନୁଆରୀରେ ଭୁବନେଶ୍ୱରରେ ଘଟିଥିବା ଏହି ଦେଢ଼ କୋଟି ଟଙ୍କା ସାଇବର୍‌ ଠକେଇ ମାମଲାରେ କ୍ରାଇମ୍‌ବ୍ରାଞ୍ଚ୍‌ ସାଇବର ଥାନା ବିଳମ୍ବରେ ହେଉ ପଛେ ଅଭିଯୁକ୍ତ ସାଇବର ଠକଙ୍କୁ ଠାବ କରିବାରେ ସକ୍ଷମ ହୋଇଛି । ଦକ୍ଷିଣ ଭାରତର କର୍ଣ୍ଣାଟକ ଓ ତାମିଲନାଡ଼ୁ ଅଞ୍ଚଳରୁ ୭ ଜଣ ଅଭିଯୁକ୍ତଙ୍କୁ ସାଇବର୍‌ ଥାନା ଟିମ୍‌ ଗିରଫ କରିବାରେ ସକ୍ଷମ ହୋଇଛି । 

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଏକ ଦମ୍ପତି ରହିଛନ୍ତି । ସେମାନେ ହେଲେ କର୍ଣ୍ଣାଟକର ଜ୍ୟୋତି ରାଜୁ(୩୪) ଓ ସ୍ୱାମୀ- ସି. ରାଜୁ (୩୯), ଇସମାଇଲ୍‌ ରାହାଇଦ୍‌ (୨୭), ବାସିମ୍‌ (୨୮) । ସେହିପରି ତାମିଲନାଡ଼ୁ ଟେଙ୍କାଶି ଜିଲ୍ଲା ଅଞ୍ଚଳର ପଟ୍ଟରାଜା (୩୪), କୋୟୋମ୍ବାଟୁର ଅଞ୍ଚଳର ଜଗଦୀଶ ରାଧାକୃଷ୍ଣନ୍‌ (୪୦) ଓ ଇ. ସଖିକୁମାରାରଭଲ୍‌ (୫୦) ମଧ୍ୟ ଗିରଫ ହୋଇଛନ୍ତି । ଅଭିଯୁକ୍ତମାନଙ୍କ ପାଖରୁ ମିଳିଥିବା ଆକାଉଣ୍ଟ୍‌ରୁ ୧୯ ଲକ୍ଷ ଟଙ୍କା ସାଇବର୍‌ ଅଧିକାରୀ ଜବତ କରିବାରେ ସକ୍ଷମ ହୋଇଛନ୍ତି । ଅଭିଯୁକ୍ତଙ୍କ ପାଖରୁ ଆଧାର କାର୍ଡ, ମୋବାଇଲ୍‌ ଫୋନ୍‌, ଟଙ୍କା ଠକେଇ ସମ୍ପର୍କିତ କାଗଜପତ୍ର ମିଳିଛି । ତେବେ ବେଙ୍ଗାଲୁରୁରୁ ଗିରଫ ହୋଇଥିବା ଦମ୍ପତିଙ୍କ ସମେତ ୩ ଜଣ ଯାକ ଅଭିଯୁକ୍ତଙ୍କୁ ସାଇବର୍‌ ଥାନା ଅଧିକାରୀ ସ୍ଥାନୀୟ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଇବାରେ ସେମାନଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡ୍‌ରେ ଆଣି କଟକରେ ପହଞ୍ଚିଛି । ସେହିପରି ସାଇବର୍‌ ଥାନାର ଅନ୍ୟ ଏକ ଟିମ୍‌ ତାମିଲନାଡ଼ୁର ଗିରଫ ହୋଇଥିବା ୩ ଜଣ ଯାକ ଅଭିଯୁକ୍ତଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଇବା ପରେ ସେମାନଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ କଟକ ଆଣିଛି । ଗିରଫ ହୋଇଥିବା ସାଇବର୍‌ ଠକ ଦମ୍ପତିଙ୍କର ବେଙ୍ଗାଲୁରୁରେ ଏକ କ୍ଷୀର ଉତ୍ପାଦନ ସଂସ୍ଥା ରହିଛି । ସେହିପରି ସେମାନଙ୍କ ପାଣି ବଟଲିଙ୍ଗ୍‌ ୟୁନିଟ୍‌ ମଧ୍ୟ ରହିଛି । ଅନ୍ୟତମ ଅଭିଯୁକ୍ତ ଇସମାଇଲ୍‌ର ବେଙ୍ଗାଲୁରୁରେ ଏକ ବଡ଼ କାଫେ ସେଣ୍ଟର୍‌ ରହିଛି । ଏହାବାଦ୍‌ ତାମିଲନାଡ଼ୁରୁ ଗିରଫ ହୋଇଥିବା ଅଭିଯୁକ୍ତ ସାଇବର୍‌ ଠକଙ୍କର ନିଜ ଅଞ୍ଚଳରେ ବ୍ୟବସାୟ କେନ୍ଦ୍ର ରହିଛି । ସାଇବର୍‌ ଠକେଇରୁ ପ୍ରଚୁର ଅର୍ଥ ରୋଜଗାର କରି ତାକୁ ବ୍ୟବସାୟରେ ନିବେଶ କରି ମାଲାମାଲ୍‌ ହୋଇଥିବାର ତଦନ୍ତରୁ ଜଣାପଡ଼ିଛି । 

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ଜଣେ ବ୍ୟକ୍ତି ସାଇବର୍‌ ଠକେଇର ଶିକାର ହୋଇଥିବା ନେଇ ଗତ ଜାନୁଆରୀରେ ସାଇବର ଥାନାରେ ଏତଲା ଦେଇଥିଲେ । ଅନ୍‌ଲାଇନ୍‌ରେ ଟ୍ରେଡିଂ ଆପ୍‌ରେ ପ୍ରଭାବିତ ହୋଇ ଗତ ନଭେମ୍ବରରୁ ଜାନୁଆରୀ ପହିଲା ଯାଏ ପାଖାପାଖି ଦେଢ଼ କୋଟି ଟଙ୍କା ବିନିଯୋଗ କରିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ କ୍ଷତି ହେବାରୁ ସେ ଆଉ ଟଙ୍କା ବିନିଯୋଗ କରି ନଥିଲେ । ଟଙ୍କା ଫେରି ପାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ । ଶେଷରେ ନିରାଶ ହୋଇ ସାଇବର୍‌ ଥାନାରେ ଅଭିଯୋଗ କରିଥିଲେ । ଏହି ବଡ଼ ଧରଣର ଠକେଇକୁ ସାଇବର୍‌ ଥାନା ଅଧିକାରୀ ତଦନ୍ତ କରିବା ମଧ୍ୟରେ ଅଭିଯୁକ୍ତ ସାଇବର୍‌ ଠକମାନେ ଦକ୍ଷିଣ ଭାରତରେ ରହି ଦେଶବ୍ୟାପୀ ଠକୁଥିବା ଜଣାପଡ଼ିଥିଲା।

ଏହି ଖବରଟିକୁ ପଢନ୍ତୁ-ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.