ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

ଘୁମୁସରରୁ କନ୍ଧମାଳ ମୁହାଁ ୨୮ ଟିକିଆ ହାତୀପଲ

Published By : Prameya | March 30, 2025 11:15 PM

ଜି.ଉଦୟଗିରି,୩୦/୩: ଘୁମୁସର ଜଙ୍ଗଲରୁ କନ୍ଧମାଳ ମୁହାଁ ହୋଇଛନ୍ତି ୨୮ ଟିକିଆ ହାତୀପଲ। ସୁଜେଲି ଗ୍ରାମବାସୀଙ୍କ ସୂଚନା ପ୍ରକାରେ ଶନିବାର ମଧ୍ୟରାତ୍ରୀରେ ଜି.ଉଦୟଗିରି ବ୍ଲକ୍‌‌ ଅନ୍ତର୍ଗତ କଳିଙ୍ଗା ଗ୍ରାମ ପଞ୍ଚାୟତର ସୁଜେଲି ଗ୍ରାମ ନିକଟସ୍ଥ ଡାଗାରମୁଣ୍ଡାର କାଟିବାଜୁ ଅଞ୍ଚଳରେ ଏହି ହାତୀଙ୍କ ଚଳପ୍ରଚଳ ରହିଛି। ହାତୀଙ୍କ ପାଦ ଚିହ୍ନ, ମଳ ବିଭିନ୍ନ ଚାଷ ଜମିରେ ପଡ଼ିଥିବା ଦେଖିବାକୁ ମିଳିଛି । ହାତୀପଲ ବ୍ୟାପକ ଫସଲ କ୍ଷୟକ୍ଷତି କରିଛନ୍ତି । ରାମନାଥ ପ୍ରଧାନ, କରନ ସାହୁ, ସୁମନ୍ତ ପ୍ରଧାନ, ରୁନା ପ୍ରଧାନ, ରୋଦନା ପ୍ରଧାନ, ବକ୍ସି ପ୍ରଧାନଙ୍କ କହିବା ପ୍ରକାରେ ବିଳମ୍ବିତ ରାତିରେ ହାତୀପଲ ତାଙ୍କ ଚାଷ ଜମିରେ ପଶି ବ୍ୟାପକ ଫସଲ ନଷ୍ଟ କରିଛି । ଏହି ପଲରେ ୩ଟି ଦନ୍ତା ହାତୀ ୧୫ଟି ଶିଶୁ ଏବଂ ୧୦ଟି ବଡ଼ ହାତୀ ରହିଥିବା ଲୋକମାନେ କହୁଛନ୍ତି । ହାତୀ ଘଉଡେଇବାରୁ ହାତୀପଲ ଜଙ୍ଗଲ ମଧ୍ୟକୁ ପଳାଇଛନ୍ତି। ସନ୍ଧ୍ୟା ହେଲେ ପୁଣି ଫସଲ ମୁହାଁ ହେବେ ବୋଲି କୁହାଯାଉଛି। ଏ ନେଇ ଜଙ୍ଗଲ ବିଭାଗକୁ ସୂଚନା ଦେଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ସହକାରୀ ବନ ସଂରକ୍ଷକ କାଜାଲ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଏହି ହାତୀ ପଲ ଘୁମୁସର ଉତ୍ତର ବନଖଣ୍ଡ ଅଞ୍ଚଳରୁ ଆସିଥିଲେ । ଏବେ ଫେରି ଯାଇଛନ୍ତି । ଅପରପକ୍ଷରେ, ହାତୀପଲ ବର୍ତ୍ତମାନ ସୁଦ୍ଧା ଜଙ୍ଗଲରେ ଥିବା ଗ୍ରାମବାସୀ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.