ପ୍ରମୂଖ ଖବର
  • ସମ୍ୱଲପୁର : ନାଗାବଳୀ ଏକ୍ସପ୍ରେସ୍‌ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିପଡ଼ିଲା ଗୋଟିଏ ବଗି
  • ||
  • କନ୍ଧମାଳ : ଜଙ୍ଗଲରେ ଅବକାରୀ ବିଭାଗ ସ୍ୱାତନ୍ତ୍ର ସ୍କ୍ୱାର୍ଡର ଚଢାଉ, ୮୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||
  • କେନ୍ଦୁଝର : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୩ ଆହତ
  • ||
  • ପୁରୀ : ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା, ତଦନ୍ତ କରୁଛି ପୋଲିସ
  • ||
  • ବଲାଙ୍ଗୀର : ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ, କାରଣ ଅସ୍ପଷ୍ଟ
  • ||
  • ୩ ଦିନ ପରେ ସରଗରମ ହୋଇପାରେ ବିଧାନସଭା, ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହେବେ ବିରୋଧୀ ଏବଂ ଶାସକ
  • ||
  • ଭୁବନେଶ୍ୱର : ଗାଡ଼ି ସାଇଡ୍ ମରାକୁ ନେଇ ଛାତ୍ର ଏବଂ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ, ଉଭୟଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା
  • ||
  • କଟକ : ଖବରକାଗଜ ବିତରକଙ୍କୁ ପିଟିଲା PCR, ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||

ମିଆଁମାର୍ ଭୂକମ୍ପରେ ମୃତ୍ୟୁସଂଖ୍ୟା ୨୭୦୦ ପାର୍, ଅତ୍ୟଧିକ ଗରମ ପାଇଁ ଭଗ୍ନାବଶେଷ ତଳେ ସଢୁଛି ଶବ, ଉଦ୍ଧାରକାରୀଙ୍କୁ ନିଶ୍ବାସ ନେବାରେ ହେଉଛି କଷ୍ଟ…

Published By : Prameya | April 1, 2025 8:40 PM

ନୂଆଦିଲ୍ଲୀ: ଗତ ସପ୍ତାହରେ ମିଆଁମାରରେ ଆସିଥିବା ଭୟଙ୍କର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଭୂମିକମ୍ପ ଯୋଗୁଁ ଭୁଶୁଡ଼ି ପଡ଼ିଥିବା କୋଠା ଗୁଡ଼ିକରୁ ମୃତଦେହ ବାହାର କରିବା ପ୍ରକ୍ରିୟା ଏବେବି ଏଠାରେ ଜାରି ରହିଛି। ଏହି କାରଣରୁ ଏପର୍ଯ୍ୟନ୍ତ ଏଠାରେ ୨୭୦୦ ଲୋକଙ୍କର ମୃତ୍ୟୁ ହୋଇସାରିଥିବା ସୂଚନା ଆସିଛି।

ମାର୍ଚ୍ଚ ୨୮ରେ, ମିଆଁମାରରେ ୭.୭ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ଏହା ପରେ,୬.୪ ତୀବ୍ରତାର ଆଉ ଏକ ଭୂମିକମ୍ପ ମଧ୍ୟ ଅନୁଭୂତ ହୋଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ମାଣ୍ଡାଲେ ଏବଂ ସାଗେଙ୍ଗ ସହରର ସୀମାରେ ଭୂମିରୁ ୧୦ କିଲୋମିଟର ତଳେ ଥିଲା। ଭୂମିକମ୍ପ ଯୋଗୁଁ ଭିତ୍ତିଭୂମି, ରାସ୍ତା ଏବଂ ଆବାସିକ କୋଠା ଗୁଡ଼ିକର ବ୍ୟାପକ କ୍ଷତି ହୋଇଛି । ଭୂମିକମ୍ପର ଝଟକା କେବଳ ମିଆଁମାରରେ ନୁହେଁ ବରଂ ପଡ଼ୋଶୀ ଦେଶ ଗୁଡ଼ିକରେ ମଧ୍ୟ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ଯୋଗୁଁ ଥାଇଲ୍ୟାଣ୍ଡର ଚିଆଙ୍ଗ ମାଇ ସହରରେ ମଧ୍ୟ ବହୁତ କ୍ଷତି ହୋଇଛି । 

ମିଆଁମାରର ସାମରିକ ସରକାରଙ୍କ ମୁଖ୍ୟ ରାଜଧାନୀ ନେପିଡାରେ ସାମ୍ବାଦିକ ମାନଙ୍କୁ କହିଛନ୍ତି ଯେ,ଏପର୍ଯ୍ୟନ୍ତ ୨,୭୧୯ ଜଣଙ୍କ ମୃତଦେହ ମିଳିଛି। ଅନ୍ୟ ୪,୫୨୧ ଜଣ ଆହତ ହୋଇଛନ୍ତି ଏବଂ ୪୪୧ ଜଣ ନିଖୋଜ ରହିଛନ୍ତି । ଭୂମିକମ୍ପ ପ୍ରଭାବିତ ଅନେକ ଅଞ୍ଚଳରେ ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ପହଞ୍ଚି ନାହାଁନ୍ତି। ତେଣୁ, ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରିଲିଫ୍ ଏବଂ ଉଦ୍ଧାର କର୍ମୀଙ୍କ ସହିତ ସ୍ଥାନୀୟ ଲୋକମାନେ ମଧ୍ୟ ନିଜ ପ୍ରିୟଜନଙ୍କୁ ଖୋଜିବାରେ ଲାଗି ପଡିଛନ୍ତି । 

ଅତ୍ୟଧିକ ଗରମ ଯୋଗୁଁ ମୃତଦେହ ଗୁଡ଼ିକରୁ ଦୁର୍ଗନ୍ଧ ବାହାର କରିବା ଆରମ୍ଭ ହୋଇଛି । ପବନରେ ନିଶ୍ୱାସ ନେବା ମଧ୍ୟ କଷ୍ଟକର ହୋଇପଡୁଛି। ପରିସ୍ଥିତି ଏପରି ହୋଇଛି ଯେ ପ୍ରାୟ ୩୫ ଲକ୍ଷ ଲୋକ ବାସହୀନ ହୋଇଯାଇଛନ୍ତି,ଡାକ୍ତରଖାନା ଗୁଡ଼ିକରେ ସ୍ଥାନ ଅଭାବ ରହିଛି ଏବଂ ରୋଗୀ ମାନଙ୍କୁ ରାସ୍ତାରେ ଅସ୍ଥାୟୀ ଭାବରେ ଚିକିତ୍ସା କରାଯାଉଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.