ପ୍ରମୂଖ ଖବର
  • ମାଛ ଭାଗବଣ୍ଟାରୁ ଗଡ଼ିଲା ମୁଣ୍ଡ, ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲା: ବାଇକ୍ ଦୁର୍ଘଟଣାରେ ମୁଖ୍ୟ ସାକ୍ଷୀ ମନୁ ଗୁୁରୁତର
  • ||
  • ନବ ଦାସ ହତ୍ୟା ମାମଲା: ଗୋପାଳ ଦାସଙ୍କ ହାତରୁ ବନ୍ଧୁକ ଛଡ଼ାଇଥିବା ଯୁବକଙ୍କୁ କ୍ରାଇମ୍‌ବ୍ରାଞ୍ଚର ଜେରା
  • ||
  • ଜୟପୁର: ଅପହୃତଙ୍କ କବଳରୁ ଖସିଆସିଲେ ବ୍ୟବସାୟୀ ଏ.ରାଜୁ, ବନ୍ଧୁକ ମୁନରେ କିଡ୍‌ନାପ କରିଥିଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିର ଭିତରକାଠରେ ପଡିଲା ରକ୍ତ ଛିଟା, ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ ନୀତି
  • ||
  • କାଳବୈଶାଖୀ ବର୍ଷା ଯୋଗୁଁ ଶିମିଳିପାଳ ୨ ଦିନ ବନ୍ଦ, କେବଳ ରାତ୍ରୀ ରହଣି ପାଇଁ ଅନୁମତି
  • ||
  • ପଞ୍ଜାବ ପୋଲିସକୁ ବଡ଼ ସଫଳତା, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର କୁଖ୍ୟାତ ଅପରାଧି ଗିରଫ
  • ||
  • ପାରାଦୀପରେ ଲୁଟେରାଙ୍କ ଆତଙ୍କରାଜ, ସୁନା ବ୍ୟବସାୟୀଙ୍କ ବେକରେ କଟୁରୀ ଲଗାଇ ଲୁଟ୍
  • ||
  • ଚେନ୍ନାଇ ସୀମା ପୁନଃ ନିର୍ଦ୍ଧାରଣ ବୈଠକରେ ଯୋଗଦେବେ ବିଜେଡି, କଂଗ୍ରେସ,ତାମିଲନାଡୁ ଗସ୍ତରେ ଭକ୍ତ, ସଂଜୟ, ଅମର
  • ||
  • ୟୁନିଟ-୩ରେ ଏକ ସପିଙ୍ଗ ମଲରେ ଅଗ୍ନିକାଣ୍ଡକୁ ଆୟତ୍ତ କଲେ ଫାୟାର ଫାଇଟର୍, ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ
  • ||
  • ଆଇପିଏଲ୍ ମହାସମର ୨୦୨୫: ୧୩ ସହରରେ ଖେଳାଯିବ ୭୪ମ୍ୟାଚ୍‌, ଆଜି କେକେଆର୍‌- ଆର୍‌ସିବି ଉଦ୍‌ଘାଟନୀ ମ୍ୟାଚ୍‌
  • ||
  • କାଳବୈଶାଖୀ ଆଣିଲା ଆଶ୍ୱସ୍ତି: ଆଜି ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୧୨ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ନେଇ ଅରେଞ୍ଜ ଓ୍ୱାର୍ଣ୍ଣିଂ
  • ||

କଳିଙ୍ଗନଗର ଟାଟା ଷ୍ଟିଲରେ ଅଘଟଣ; ଆହତ କର୍ମଚାରୀ ବିପଦମୁକ୍ତ ଅଛନ୍ତି : ଟାଟା ଷ୍ଟିଲ୍

Published By : Prameya | March 21, 2025 5:10 PM

ଯାଜପୁର,୨୧/୩ : ଯାଜପୁର ଜିଲ୍ଲା କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ କାରଖାନାରେ ଅଘଟଣ। କାରଖାନାର SMS (ଷ୍ଟିଲ୍ ମେଲଟିଂ ସପ୍) ସାଇଡ଼ରେ ଦୁର୍ଘଟଣା ଘଟି ୫ରୁ ଊର୍ଦ୍ଧ୍ବ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ସ୍ଥାନୀୟ ଟାଟା ଷ୍ଟିଲ ମେଡିକା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଉଛି। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଥିବା ବେଳେ କାରଖାନା କର୍ତ୍ତୃପକ୍ଷ ଓ ପୋଲିସ ଦ୍ବାରା ଏହାର ଅନୁସନ୍ଧାନ ଜାରି ରହିଛି । 

ସୂଚନା ଅନୁସାରେ, ଆଜି ମଧ୍ୟାହ୍ନ ସମୟରେ କାରଖାନାର SMS ସାଇଡ଼ରେ ହଠାତ୍ ବ୍ଲାଷ୍ଟ ହୋଇଥିଲା। ଫଳରେ ସେଠାରେ କାମ କରୁଥିବା ୫ରୁ ଊର୍ଦ୍ଧ୍ବ କର୍ମଚାରୀ ପୋଡ଼ି ହୋଇ ଆହତ ହୋଇଥିଲେ। ସଙ୍ଗେସଙ୍ଗେ ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଟାଟା ଷ୍ଟିଲ ମେଡିକା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେଠାରେ ସମସ୍ତ ଆହତ କର୍ମଚାରୀମାନଙ୍କ ଚିକିତ୍ସା ଜାରି ରହିଛି । ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବାବେଳେ ତରଳ ଷ୍ଟିଲରେ ପାଣି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।

ଏ ନେଇ ଟାଟା ଷ୍ଟିଲ୍ ପକ୍ଷରୁ କୁହାଯାଇଛି , ଶୁକ୍ରବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଟାଟା ଷ୍ଟିଲ କଳିଙ୍ଗନଗରର ଷ୍ଟିଲ୍ ମେଲ୍ଟିଂ ସପରେ ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୯ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଟାଟା ଷ୍ଟିଲ ମେଡିକା ହସ୍ପିଟାଲକୁ ନିଆଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ଜଣେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି । 

ଆମର ଅଭିଜ୍ଞ ଡାକ୍ତରୀ ଦଳ ଏବେ ଆହତ ବ୍ୟକ୍ତିମାନଙ୍କ ଚିକିତ୍ସା କରୁଛନ୍ତି ଏବଂ ସମସ୍ତେ ବର୍ତ୍ତମାନ ବିପଦମୁକ୍ତ ଅଛନ୍ତି ବୋଲି ନିଶ୍ଚିତ କରିଛନ୍ତି । ଆମେ ସେମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସୁବିଧା ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ସେମାନଙ୍କର ଆଶୁ ଆରୋଗ୍ୟ ସୁନିଶ୍ଚିତ କରିବା ପାଇଁ ସମସ୍ତ ଆବଶ୍ୟକ ପ୍ରୟାସ କରାଯାଉଛି । ଘଟଣା ସମ୍ପର୍କରେ ବିଭାଗୀୟ ସରକାରୀ ଅଧିକାରୀ ଓ ଆହତଙ୍କ ପରିବାର ଲୋକଙ୍କୁ ଅବଗତ କରାଯାଇଛି।

ଘଟଣାସ୍ଥଳକୁ ବ୍ୟାରିକେଡ୍ କରାଯାଇ ଆଭ୍ୟନ୍ତରୀଣ ତଦନ୍ତ ଜାରି ରହିଛି। ପରିସ୍ଥିତିର ମୁକାବିଲା ପାଇଁ ଆମେ ସମସ୍ତ ଆବଶ୍ୟକ ପଦକ୍ଷେପ ନେଉଛୁ। ଦୟାକରି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଭିଡିଓକୁ ଆମ କାରଖାନାର ଘଟଣା ବୋଲି ବିଶ୍ୱାସ କରନ୍ତୁ ନାହିଁ । ଏକ ଦାୟିତ୍ୱବାନ କର୍ପୋରେଟ୍ ଭାବରେ, ଆମର କର୍ମଚାରୀ ଏବଂ ଆମର ସମସ୍ତ ସହଯୋଗୀଙ୍କ ସୁରକ୍ଷା ଏବଂ କଲ୍ୟାଣ ଆମର ସର୍ବୋଚ୍ଚ ପ୍ରାଥମିକତା ଅଟେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.