ପ୍ରମୂଖ ଖବର
  • କାମାକ୍ଷାନଗର : ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ପଥରରେ ଛେଚି ହତ୍ୟା, ୩ ଅଭିଯୁକ୍ତ ଫେରାର
  • ||
  • ଗଞ୍ଜାମ ଏସପି ଭାବେ ଦାୟିତ୍ୱ ନେଲେ ଶୁଭେନ୍ଦୁ ପାତ୍ର, ଅପରାଧ ନିୟନ୍ତ୍ରଣ ଏବଂ ଅପରାଧୀ ଦମନ ରହିବ ଲକ୍ଷ
  • ||
  • ବଦଳିଲେ ଭଦ୍ରକ ଏସପି; କାର୍ଯ୍ୟଭାର ଗ୍ରହଣ କଲେ ସନ୍ଦୀପ ସମ୍ପଦ, ନୂତନ ଏସପିଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସ୍ୱାଗତ
  • ||
  • ଟ୍ୱିନ୍‌ସିଟି ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଉମାଶଙ୍କର ଦାସ
  • ||
  • ଭୋଗରାଇ : ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ପଡିଲା ତାଲା, ରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ
  • ||
  • ବାଲିଗୁଡା : ଦୁର୍ଗାପାଙ୍ଗାରେ ମହାମାରୀ ରୂପ ନେଉଛି ଝାଡାବାନ୍ତି; ୬ ମୃତ,୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
  • ||
  • ହିନ୍ଦୋଳ : ପୋଖରୀରେ ବୁଡି ମହିଳା ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଭୁବନ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କରି କୂଅରେ ପକାଇଲା ସ୍ୱାମୀ
  • ||
  • ସାଲେପୁର : ଅନଲାଇନ୍ ଗେମ୍ ଖେଳିବା ପଡ଼ିଲା ମହଙ୍ଗା, ଲକ୍ଷାଧିକ ଟଙ୍କା ହାରି ଜୀବନ ହାରିଲେ ଯୁବକ
  • ||
  • ନୟାଗଡ : ବନ୍ଧୁକ ଦେଖାଇ କେନ୍ଦୁପତ୍ର ଫଡି ଘରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ସହ ଟଙ୍କା ଏବଂ ମୋବାଇଲ୍ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଜଳେଶ୍ବର : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା ଲୁଟ୍‌, ଜଣେ ଅଟକ
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ ଅରବିନ୍ଦ କେଜରିୱାଲ, ଆପ୍‌ ମୁଖ୍ୟାଳୟ ନିକଟରେ ଚୂଡ଼ାନ୍ତ ହୋଇଛି ଘର
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା, ଆଜି ୫ ପୁଲିସ ଅଧିକାରୀଙ୍କ ପଲିଗ୍ରାଫ୍‌ ପରୀକ୍ଷା
  • ||
  • କାମାକ୍ଷାନଗର : ଶୌଚ ହେବାକୁ ଯାଇଥିବାବେଳେ ଧକ୍କା ଦେଲା ଟ୍ରେନ୍, କଟିଗଲା ଯୁବକଙ୍କ ବାମ ଗୋଡ଼
  • ||
  • ବାଲେଶ୍ୱର : ରାଇସ୍‌ ମିଲ୍‌ ମାଲିକଙ୍କ ଦବଙ୍ଗଗିରି, ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କୁ ଆକ୍ରମଣ
  • ||
  • UAEରେ ବାଜିବ ମହିଳା ଟି-ଟ୍ୱେଣ୍ଟି ୨୦୨୪ ବିଶ୍ୱକପ୍ ବିଗୁଲ, ୧୦ ଦଳ, ୨୩ ମ୍ୟାଚ୍‌, ୨ ଭେନ୍ୟୁରେ ଖେଳାଯିବ
  • ||
  • ଦକ୍ଷିଣ ପୂର୍ବ ବାଂଲାଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟ, ୪ରେ ସୁଦ୍ଧା ଲଘୁଚାପ: ଆଇଏମ୍‌ଡି ଡିଜି
  • ||

ବିଶ୍ୱସ୍ତରୀୟ ନିବେଶକଙ୍କୁ ଆକୃଷ୍ଟ କରିବ ଓଡ଼ିଶା, ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫ ପାଇଁ ଦିଲ୍ଲୀରେ ଆମ୍ବାସଡର୍ସ ମିଟ୍

ନୂଆଦିଲ୍ଲୀ, ୩।୧୦: ଓଡ଼ିଶା ସରକାରଙ୍କ ତରଫରୁ ନୂଆ ଦିଲ୍ଲୀରେ ଆମ୍ବାସଡର୍ସ ମିଟ୍ ଆୟୋଜିତ । ଆଇଟିସି ମୋର୍ୟାରେ ଆୟୋଜିତ ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଥିବା ବେଳେ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ସମେତ ଅନ୍ୟ ବରେଣ୍ୟ ଅତିଥିମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଆଗାମୀ ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫ ପାଇଁ ବେଶ୍ ଗୁରୁତ୍ୱ ବହନ କରିଛି । ଏହି ସମାବେଶରେ ଓଡ଼ିଶାରେ ଉଦ୍ୟୋଗର ବିକାଶ ଏବଂ ନୂତନ ନିବେଶର ସୁଯୋଗ ଉପରେ ଆଲୋଚନା ହୋଇଛି । 

ଏହି କାର୍ଯ୍ୟକ୍ରମରେ ୩୪ଟି ଦେଶରୁ ଆମ୍ବାସଡର୍ସ, ହାଇ କମିଶନର, କନସୁଲ୍-ଜେନେରାଲ୍, ବାଣିଜ୍ୟ କମିଶନର ଏବଂ ଶୀର୍ଷ ସ୍ତରର କୂଟନୀତିଜ୍ଞମାନେ ସାମିଲ ହୋଇଥିଲେ । ନରୱେ, ସିଙ୍ଗାପୁର, ଚୀନ, ଜାପାନ, ବ୍ରାଜିଲ, ଆର୍ଜେଣ୍ଟିନା, ଯୁକ୍ତରାଷ୍ଟ୍ର, ଥାଇଲ୍ୟାଣ୍ଡ, ଭିଏତନାମ୍ ଏବଂ ୟୁକେ ପରି ଦେଶର ପ୍ରତିନିଧିମାନେ ମଧ୍ୟ ସାମିଲ ହୋଇଥିଲେ । ଏଥିସହିତ ୯ଟି ଆନ୍ତରାଷ୍ଟ୍ରୀୟ ବ୍ୟବସାୟୀ ସଂଘ ମଧ୍ୟ ଅଂଶ ଗ୍ରହଣ କରିଥିଲେ, ଯାହା ଓଡ଼ିଶାରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା ସମ୍ମିଳନର ସଫଳତାକୁ ସୂଚାଉଛି । 

ଓଡ଼ିଶା ସରକାରରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ  କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ଖୁବ୍ ଶୀଘ୍ର ବିଶ୍ୱସ୍ତରୀୟ ନିବେଶସ୍ଥଳ ହେବାକୁ ଯାଉଛି । ସେ ନୂତନ ବ୍ୟବସାୟର ସମ୍ଭାବନା, ବିଭିନ୍ନ ସେକ୍ଟରରେ ନିବେଶ, ଉପଲବ୍ଧ ଥିବା ଦକ୍ଷ ଶ୍ରମିକ ଏବଂ ନୀତିଗୁଡ଼ିକ ଉପରେ ଆଲୋଚନା କରିଥିଲେ । ଏଥିସହିତ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିନିଧିମାନଙ୍କ ସହଭାଗୀତା, ଓଡ଼ିଶାର ଉଦ୍ୟୋଗ, ଟେକ୍ନୋଲୋଜି, ପର୍ଯ୍ୟଟନ ଏବଂ ପୁନଃ ନବୀକରଣରେ ନିବେଶ କରିବାକୁ ଆହ୍ୱାନ ଦେଇଥିଲେ ।
 ଏହି କାର୍ଯ୍ୟକ୍ରମରେ ମେକ୍ ଇନ୍ ଓଡ଼ିଶା ୨୦୨୫ ଉପରେ ଏକ ଭିଡିଓ ପ୍ରକାଶିତ ହୋଇଥିଲା, ଯାହା ଓଡ଼ିଶାରେ ନିବେଶର ସମ୍ଭାବନାକୁ ଦର୍ଶାଇଥିଲା । ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଶିଳ୍ପ ନିବେଶର ସୁଯୋଗ ଉପରେ ବିସ୍ତୃତ ସୂଚନା ଦେଇଥିଲେ । ଏହି ସମାବେଶରେ ଫିକିର ଡାଇରେକ୍ଟର ଜେନେରାଲ୍ ଜ୍ୟୋତି ଭିଜ୍, ଉତ୍କର୍ଷ ଓଡ଼ିଶାର ସଫଳତା ପାଇଁ ସହଭାଗିତା କେତେ ଗୁରୁତ୍ୱପୂର୍ଣ୍ଣ ତା’ ଉପରେ ମତବ୍ୟକ୍ତ କରିଥିଲେ । ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ଏ. ଅଜୟ କୁମାର, ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସମର୍ଥନ ଉପରେ ବିସ୍ତାର ଭାବେ ଆଲୋଚନା କରିଥିଲେ । ଇନଭେଷ୍ଟ ଇଣ୍ଡିଆର ମ୍ୟାନେଜିଂ ଡାଇରେକ୍ଚର ମିସ୍ ନିବୃତି ରାଏ ଓଡ଼ିଶାରେ ନିବେଶର ସୁଯୋଗ ଉପରେ ନିଜର ମତ ରଖିଥିଲେ । 
 ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ ନିବେଶ ପାଇଁ ଆମ୍ବାସଡର୍ସମାନଙ୍କୁ ସ୍ୱାଗତ କରିଥିଲେ । ସେ କହିଥିଲେ ଯେ, ଓଡ଼ିଶାର ସମୃଦ୍ଧ ଇତିହାସ ଏବଂ ଭୌଗୋଳିକ ପରିସୀମା ଏହାକୁ ବିଶ୍ୱସ୍ତରୀୟ ବିନିଯୋଗ ପାଇଁ ପ୍ରସ୍ତୁତ କରିଛି । ସେ ଓଡ଼ିଶାରେ ଥିବା ସମ୍ଭାବନା, ସ୍ଥାନୀୟ ସଂସ୍କୃତି ଏବଂ ଓଡ଼ିଶାରେ ଥିବା କୂଶଳୀ ଶ୍ରମିକମାନଙ୍କ ଉପରେ ଆଲୋକପାତ କରିଥିଲେ । ସେ ସମସ୍ତଙ୍କୁ ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫ରେ ଯୋଗଦେବା ପାଇଁ ସ୍ୱାଗତ ମଧ୍ୟ କରିଛନ୍ତି । 
 ଏହି ସମ୍ମିଳନୀରେ ଶିଳ୍ପ ବିଭାଗର ମନ୍ତ୍ରୀ ଶ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ, ରାଜ୍ୟରେ ନିବେଶ କରିବା ପାଇଁ ଥିବା ସମ୍ଭାବନା ଉପରେ ବିସ୍ତୃତ ଭାବେ ଆଲୋଚନା କରିବା ସହିତ ଉପସ୍ଥିତ ଆମ୍ୱାସଡର୍ସମାନଙ୍କୁ ମଧ୍ୟ ଆଗାମୀ ଉତ୍କର୍ଷ ଓଡ଼ିଶା ପାଇଁ ସ୍ୱାଗତ କରିଥିଲେ । ଓଡ଼ିଶାରେ ନିବେଶ ପାଇଁ ଆୟୋଜିତ ହୋଇଥିବା ଏହି ଆଲୋଚନା ସଭାରେ ସମସ୍ତ ଅତିଥିମାନଙ୍କ ପ୍ରତି ନିଜର କୃତଜ୍ଞତା ବ୍ୟକ୍ତ କରିଥିଲେ । ଓଡ଼ିଶାର ବିଭିନ୍ନ ସେକ୍ଟରରେ ବିନିଯୋଗର ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା ୨୦୨୫ର ସଫଳତା ନେଇ ଆଶାବ୍ୟକ୍ତ କରିଛନ୍ତି । ରାଜଧାନୀ ଭୁବନେଶ୍ୱରରେ ଆସନ୍ତା ଜାନୁଆରୀ ୨୮ଓ ୨୯ ତାରିଖରେ ଆୟୋଜିତ ହେବାକୁ ଯାଉଥିବା ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା ୨୦୨୫ ନିମନ୍ତେ ସରକାର ଓଡ଼ିଶାକୁ ବିଶ୍ୱସ୍ତରୀୟ ବିନିଯୋଗ ମାନଚିତ୍ରରେ ଆଗକୁ ଆଣିବା ନେଇ କରୁଥିବା ପ୍ରୟାସକୁ କାର୍ଯ୍ୟକ୍ରମରେ ଉପସ୍ଥିତ ଆମ୍ୱାସଡର୍ସମାନେ ପ୍ରଶଂସା କରିଥିଲେ ।   


 
 
 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.