ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

UPSC ପ୍ରିଲିମ୍ସରେ ୨୦୦ରୁ ୧୭୦ ମାର୍କ ରଖି ରେକର୍ଡ କଲା ‘PadhAI’

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ମଣିଷର ସ୍ଥାନ ନେଇପାରେ ବୋଲି ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ବା ଏଆଇକୁ ଉପଯୋଗ କରିବାକୁ ନେଇ ଚର୍ଚ୍ଚା ଲାଗିରହିଛି । ଏହାରି ଭିତରେ ଏଆଇକୁ ନେଇ ଏକ ଆଶ୍ବର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି । ଭାରତର ସବୁଠାରୁ ବଡ଼ ପରୀକ୍ଷା କୁହାଯାଉଥିବା ୟୁପିଏସସି୍‌ରେ କମାଲ କରିଛି ଏଆଇ । ୟୁପିଏସି ପ୍ରିଲିମ୍ସରେ ୨୦୦ରୁ ୧୭୦ ମାର୍କ ରଖି ପାସ୍‌ କରିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଏହି ପରୀକ୍ଷାରେ ସାଧାରଣତଃ ୧୦୦ ମାର୍କ ସ୍କୋର କରିବା ବଡ଼ କଥା । ୧୭୦ ମାର୍କ ରଖି ‘PadhAI’ ରେକର୍ଡ ସୃଷ୍ଟି କରିବା ସହ ଶୀର୍ଷ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛି । 

‘PadhAI’କୁ ଆଇଆଇଟିର ଏକ ଟିମ୍‌ ପ୍ରସ୍ତୁତ କରିଛନ୍ତି । ରବିବାର ହୋଇଥିବା ପ୍ରିଲିମ୍ସ-୨୦୨୪ ଶେଷ ହେବା ପରେ ଦିଲ୍ଲୀର ଲଳିତ ହୋଟେଲରେ ପରୀକ୍ଷା ଦେଇଥିଲା ‘PadhAI’ ।  ଏହି ସମୟରେ ୟୁପିଏସସି ସଦସ୍ୟ, ଶିକ୍ଷା ମନ୍ତ୍ରାଳୟର ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । ଏଆଇ ପରୀକ୍ଷା ଦେଉଥିବା ବେଳେ ଏହାକୁ ୟୁଟ୍ୟୁବରେ ମଧ୍ୟ ଲାଇଭ ଷ୍ଟ୍ରିମିଂ କରାଯାଇଥିଲା । ‘PadhAI’କୁ ୟୁପିଏସ୍‌ସି ପ୍ରସ୍ତୁତି ସମୟରେ ବ୍ୟବହାର କରାଯାଇପାରିବ ବୋଲି କୁହାଯାଉଛି ।  ଏହି ଆପ୍‌ ଗୁଗଲ ପ୍ଲେଷ୍ଟୋରରେ ଉପଲବ୍ଧ । ‘PadhAI’ ଆପ୍ଲିକେସନ୍‌ରେ ୟୁପିଏସସିରେ ଯେଉଁଭଳି ପ୍ରସ୍ତୁତିର ଆବଶ୍ୟକତା ରହିଛି ସେସଂପର୍କରେ ଅତି ସରଳ ଏବଂ ବ୍ୟବସ୍ଥିତ ଢ଼ଙ୍ଗରେ ଡାଟା ରହିଛି । 

କୁହାଯାଉଛି, ଆଗାମୀ ଦିନରେ ମଣିଷର ସ୍ଥାନ ନେଇପାରେ ଏଆଇ ।  ଭବିଷ୍ୟତରେ ଏଭଳି ହେବା କିଛି ଅସମ୍ଭବ ନୁହେଁ ବୋଲି ମଧ୍ୟ ଅନୁମାନ କରାଯାଉଛି । ‘PadhAI’ର ସିଇଓ କାର୍ତ୍ତିକେୟ ମଙ୍ଗଳମ କହିଛନ୍ତି ଯେ, ୟୁପିଏସସିରେ ଗତ ୧୦ ବର୍ଷ ମଧ୍ୟରେ ଏହି ସ୍କୋର ସର୍ବାଧିକ । ଆମର ପ୍ରୟାସ ଯଦିଓ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି କିନ୍ତୁ ଆଗକୁ ଏହା ଏକ ସାଧାରଣ କଥାରେ ପରିଣତ ହେବ । ଭବିଷ୍ୟତରେ ୟୁପିଏସସି ପରୀକ୍ଷା ଭଳି ବହୁ ବଡ଼ ବଡ଼ ପରୀକ୍ଷା ପ୍ରସ୍ତୁତିରେ ଏଆଇ ସହାୟକ ହେବ ବୋଲି ସେ କହିଛନ୍ତି । 

 

  • Artificial Intelligence
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.