ପ୍ରମୂଖ ଖବର
  • ବିଧାନସଭାରେ ମୋବାଇଲ୍ ପ୍ରବେଶ ଉପରୁ ହଟିଲା କଟକଣା, ସାମ୍ବାଦିକଙ୍କ ସହ ଆଲୋଚନା ପରେ ବାଚସ୍ପତିଙ୍କ ନିଷ୍ପତ୍ତି
  • ||
  • ଭରତପୁର ଥାନା ମାମଲା: ସରକାରଙ୍କୁ ୨୮୨ ଫର୍ଦ୍ଦର ରିପୋର୍ଟ ଦେଲେ ତଦନ୍ତ କମିଶନ ଅଧ୍ୟକ୍ଷ
  • ||
  • ଭଦ୍ରକ : ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ବାଇକ୍, ୨ ଯୁବକ ମୃତ
  • ||
  • ଦିଗପହଣ୍ଡିରେ ଟ୍ରାକ୍ଟର-ସ୍କୁଲ ବସ୍ ମୁହାଁମୁହିଁ ଧକ୍କା: ୫ ଛାତ୍ର ଆହତ, ଚାପି ହୋଇ ରହିଗଲେ ବସ୍‌ ଚାଳକ
  • ||
  • ବୁଧବାର ମହାଖଳାରେ ରୁକୁଣା କାଠ ଅନୁକୂଳ ପୂଜା, ରଥ ନିର୍ମାଣରେ ନିୟୋଜିତ ହେବେ ୭୦ ଜଣ କାରିଗର
  • ||
  • ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ଆଜି ହାଇକୋର୍ଟରେ ହେବ ଶୁଣାଣି
  • ||
  • ଆସିଲା ଡଲଫିନ୍ ଗଣନା ରିପୋର୍ଟ: ଶୀର୍ଷରେ ରାଜନଗର, ଦ୍ୱିତୀୟରେ ଚିଲିକା
  • ||
  • ଓଡ଼ିଶା ଗସ୍ତ‌ରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,୨୪ରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ଷ୍ଟିଲ୍‌ ସିଟିରେ ଗର୍ଜିଲା ପୋଲିସର ବନ୍ଧୁକ, ଏନ୍‌କାଉଣ୍ଟରରେ ଘାଇଲା ହେଲା ଦୁର୍ଦ୍ଦାନ୍ତ ଅପରାଧି ବିୟୁସ ଲାଖୁଆ
  • ||
  • ରାଜ୍ୟରେ ଆହୁରି ୩ ଦିନ କଲବଲ କରିବ ତାତି, ୪୦ ଟପିବ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

Philippine: ଆଇସିସିର ୱାରେଣ୍ଟ ପରେ କର୍ଯ୍ୟାନୁଷ୍ଠାନ; ଫିଲିପାଇନ୍ସର ପୂର୍ବତନ ରାଷ୍ଟ୍ରପତି ରୋଡ୍ରିଗୋ ଦୁତେର୍ତେ ହେଲେ ଗିରଫ

Published By : Bijay Swain | March 12, 2025 12:04 AM

internet

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ମନିଲା ଅନ୍ତର୍ଜାତୀୟ ବିମାନବନ୍ଦରରୁ ପୂର୍ବତନ ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଦୁତେର୍ତେଙ୍କୁ ଗିରଫ କରାଯାଇଛି। ଅନ୍ତର୍ଜାତୀୟ ଅପରାଧ ଅଦାଲତର ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଜମାପଡିଛି। ପ୍ରକୃତରେ, ମାନବତା ବିରୋଧୀ ଅପରାଧ ପାଇଁ ଆନ୍ତର୍ଜାତୀୟ ଅପରାଧ ଅଦାଲତ ଦୁତେର୍ତେଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲା। ଦୁତେର୍ତେ ମଙ୍ଗଳବାର ହଂକଂରୁ ଫିଲିପାଇନ୍ସର ରାଜଧାନୀ ମନିଲାରେ ପହଞ୍ଚିଥିଲେ। ଯେଉଁଠାରୁ ପୋଲିସ ତାଙ୍କୁ ବିମାନବନ୍ଦରରୁ ହିଁ  ନିଜ ହେପାଜତକୁ ନେଇଥିଲା ବୋଲି ଜଣାପଡିଛି।

ଦୁତେର୍ତେ ମେୟର ଥିବା ସମୟରେ ତାଙ୍କ ବିରୋଧରେ ନିଶା କାରବାରରେ ଜଡିତ ତିବା ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ତେବେ ଏହି ସମୟରେ ସେ ହିଂସାତ୍ମକ ଭାଷଣ ଦେବାରୁ ଲୋକମାନଙ୍କ ମଧ୍ୟରେ ହିଂସା ଦେଖାଦେଇ ଅନେକ ଗଣହତ୍ୟା ସଂଗଟିତ ହୋଇଥିଲା। ଅନ୍ତର୍ଜାତୀୟ ଅପରାଧ ଅଦାଲତ ୨୦୧୧ମସିହା ନଭେମ୍ବର ୧ ତାରିଖରେ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲା। ସେହି ସମୟରେ ଦୁତେର୍ତେ ଫିଲିପାଇନ୍ସର ଡାଭାଓ ସହରର ମେୟର ଭାବେ କାର୍ଯ୍ୟରତ ଥିଲେ। ଆଇସିସିର ଏହି ତଦନ୍ତ ୨୦୧୯ମସିହା ମାର୍ଚ୍ଚ ୧୬ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ତେବେ ପରେ ଦୁତେର୍ତେ ରାଷ୍ଟ୍ରପତି ପଦରେ ବସିବା ପରେ ଆଇସିସିର ତଦନ୍ତକୁ ବାତିଲ କରିବାକୁ ଚେଷ୍ଟା କରାଯାଇଥିଲା। ତଥାପି ଆଇସିସି ଦୁତେର୍ତେଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲା। ତେବେ ଦୁତେର୍ତେ ୨୦୨୨ ମସିହାରେ ଫିଲିପାଇନ୍ସରୁ ନିଜ କ୍ଷମତାରୁ ଓହରି ଥିଲେ।

ଦୁତେର୍ତେଙ୍କ ପ୍ରଶାସନ ୨୦୨୧ ମସିହାରେ ବିଶ୍ୱ ଅଦାଲତର ତଦନ୍ତକୁ ସ୍ଥଗିତ ରଖିବାକୁ ପ୍ରସ୍ତାବ ଦେଇଥିଲା। ଏନେଇ ତାଙ୍କ ପ୍ରଶାସନ ଯୁକ୍ତି ଦେଇଥିଲା ଯେ ଫିଲିପାଇନ୍ସ ଦେଶର କର୍ତ୍ତୃପକ୍ଷ ପୂର୍ବରୁ ଏହି ଅଭିଯୋଗ ଗୁଡ଼ିକର ତଦନ୍ତ ଜାରି ରଖିଛନ୍ତି। ଏହାଛଡା ଏହି ମାମଲା ଅନ୍ତର୍ଜାତୀୟ ଅପରାଧ ଅଦାଲତର କ୍ଷେତ୍ରାଧିକାର ଅଧୀନରେ ଆସୁ ନାହିଁ। ତେଣୁ ଆଇସିସି ଏହି ମାମଲାକୁ ବନ୍ଦ କରିଦେବା ଉଚିତ ହେବ ବୋଲି ଦୁତେର୍ତେଙ୍କ ପ୍ରଶାସନ ଯୁକ୍ତି ଦେଇଥିଲେ।ତେବେ ୨୦୨୩ ମସିହା ଜୁଲାଇ ମାସରେ କୋର୍ଟ ଦୁତେର୍ତେଙ୍କ ପ୍ରଶାସନର ଆପତ୍ତିକୁ ପ୍ରତ୍ୟାଖ୍ୟାନ କରିବା ସହ ପୁଣି ତଦନ୍ତ ଆରମ୍ଭ କରିବାକୁ ରାୟ ପ୍ରଦାନ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.