ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଅବହେଳିତ ଚୌମୁଖ ବେଳାଭୂମି

Published By : Prameya | March 27, 2025 12:43 AM

ବାଲିଆପାଳ,୨୬ା୩(ସ୍ୱ.ପ୍ର): ବାଲିଆପାଳ ବ୍ଲକର ମନୋରମ ଚଉମୁଖ ସମୁଦ୍ର ବେଳାଭୂମି । ଏହାର ନୈସର୍ଗିକ ଶୋଭା ସମ୍ପଦ ପ୍ରତି ସରକାର ଉଦାସୀନ ଥିବାରୁ ପର୍ଯ୍ୟଟକଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଛି । ସରକାର ଏହାକୁ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦିଅନ୍ତୁ ବୋଲି ବିଭିନ୍ନ ମହଲରୁ ଦାବି ହୋଇଆସୁଛି । ପଶ୍ଚିମରେ ହଂସକରା ନଦୀ ମୁହାଣ, ପୂର୍ବରେ ସୁବର୍ଣ୍ଣରେଖା ନଦୀ ମୁହାଣ ତଥା ପିପିଲି ମୁହାଣ ପର୍ଯ୍ୟନ୍ତ ଥିବା ଏହି ବେଳାଭୂମି ସର୍ବବୃହତ୍‌ ବେଳାଭୂମି ରୂପେ ପରିଗଣିତ ।

 ୧୦ କିମି ବ୍ୟାପିଥିବା ଏହି ବେଳାଭୂମିର ସମୁଦ୍ର ଜୁଆର ପାଣି ଛାଡ଼ିଥିବା ସ୍ଥାନଠାରୁ କୂଳ ପର୍ଯ୍ୟନ୍ତ ଦୂରତା ପ୍ରାୟେ ୫ କିମି । ତାହାଛଡ଼ା ବେଳାଭୂମିର ପୂର୍ବରେ ଥିବା ପିପିଲି ବନ୍ଦର ଏଠାକାର ଐତିହାସିକ ସଭ୍ୟତାର ନିଦର୍ଶନ ବହନ କରେ । ନଦୀ ମୁହାଣ ରକ୍ଷଣାବେକ୍ଷଣ ଅଭାବରୁ କ୍ରମଶଃ ପୋତି ହୋଇ ପଡ଼ିଥିବା ବେଳେ ହେନ୍ତାଳ ବଣ ନଷ୍ଟ ହେବାକୁ ବସିଛି । ବେଳାଭୂମିର ପଶ୍ଚିମ ଦିଗରେ ଥିବା ହଂସକରା ମୁହାଣକୁ ଲାଗି ଏକ ବିରାଟକାୟ ବାଲୁକାସ୍ତୁପ ରହିଛି । ଯାହାକି ଏକ ପର୍ବତ ଭଳି ଦେଖାଯାଏ । ସମୁଦ୍ର ଓ ନଦୀ ଏଠାରେ ଏକ ତ୍ରିକୋଣ ଭୂମି ସୃଷ୍ଟି କରି ଏହି ସ୍ଥାନକୁ ମନୋରମ କରି ଗଢିଛି । କେବଳ ସେତିକି ନୁହେଁ³ ଏହି ମୁହାଣକୁ ଲାଗିଥିବା ଚାନ୍ଦମଣି ଘାଟ ଅନ୍ୟ ଏକ ପୁରାଣ ପ୍ରସିଦ୍ଧ ସ୍ଥାନ । ଏହି ବେଳାଭୂମି ବାଲିଆପାଳ ବ୍ଲକ ଛକ ଠାରୁ ମାତ୍ର ୧୫ କିମି ଦୂରରେ ଥିଲେ ମଧ୍ୟ ସରକାରଙ୍କ ଦୃଷ୍ଟି ପଡୁନାହିଁ । 

 ସରକାର ଏହି ମୁହାଣର ପୂର୍ବ ଐତିହ୍ୟ ଫେରାଇ ଆଣିବା ପାଇଁ ଏକ ବୃହତ୍‌ ବନ୍ଦର ନିର୍ମାଣ ପ୍ରକଳ୍ପ ପ୍ରସ୍ତାବ ରଖିଛନ୍ତି । ଟାଟା ଷ୍ଟିଲ ଓ କ୍ରିଏଟିଭ ପୋର୍ଟ ଲିମିଟେଡ୍‌ ପକ୍ଷରୁ ମିଳିତ ଭାବେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ । ତେବେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ କାର୍ଯ୍ୟ ଧିମେଇ ଯାଇଛି । ଏହା ସଫଳ ହେଲେ ଏହାର ଆନୁଷଙ୍ଗିକ ବିକାଶ ହେବ ବୋଲି ଆକଳନ କରାଯାଇଛି । ଅନ୍ୟ ପକ୍ଷରେ ସମୁଦ୍ର କୂଳ ହେନ୍ତାଳ ବଣ ନଷ୍ଟ ଓ ଅଲିଭ ରିଡଲେ କଇଁଛଙ୍କ କ୍ରମାଗତ ଅଣ୍ଡାଦାନକୁ ବନ୍ଦ କରାଗଲେ ପ୍ରକୃତି ଓ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଇଛି । ଚଉମୁଖ ସମୁଦ୍ର ଘାଟରେ ବାରୁଣୀ ଯାତ୍ରା ଓ ମେଳା ଖୁବ୍‌ ପ୍ରସିଦ୍ଧ । ଚଳିତ ବର୍ଷ ବାରୁଣୀ ଯାତ୍ରା ପାଇଁ ପଞ୍ଚାୟତ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ବାରୁଣୀ ଦିନଠୁ ସାତ ଦିନ ପର୍ଯ୍ୟନ୍ତ ଏଠାରେ ମେଳା ବସିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସଭା ଓ କଳାକାର ସମାବେଶ ହେବ । ଅନ୍ୟପକ୍ଷରେ ଗତ କେତେ ବର୍ଷ ହେବ ଚଉମୁଖ ପଞ୍ଚାୟତ ପକ୍ଷରୁ ମନୋରମ ଉଦ୍ୟାନ, ଉଜ୍ଜ୍ୱଳ ଆଲୋକ, ଝାଉଁ ଜଙ୍ଗଲର ନବୀକରଣ, ରାସ୍ତା ନିର୍ମାଣ ତଥା ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ଅଧିକ ଉନ୍ନୟନ କାର୍ଯ୍ୟ ହୋଇପାରିଲେ ଏହାର ବିକାଶ ଆଗକୁ ଯାଇ ପାରନ୍ତା । ସରକାର ଏ ବାବଦରେ ପଦକ୍ଷେପ ନେଲେ ଦେଶ ବିଦେଶର ପର୍ଯ୍ୟଟକ ଏଠାକୁ ଆସନ୍ତେ ବୋଲି ମତ ପ୍ରକାଶ ପାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.