ପ୍ରମୂଖ ଖବର
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ହୁଳହୁଳିଆ ପୋଲ ମଝିରେ ଚଳନ୍ତା ଟ୍ରେନ୍‌ରେ ଲାଗିଲା ନିଆଁ, ଆୟତ୍ତ କଲେ ରେଳ କର୍ମଚାରୀ

ପୁରୀ, ୨୭/୦୭ : ଚଳନ୍ତା ଟ୍ରେନ୍‌ରେ ଲାଗିଲା ନିଆଁ। ପୁରୀ ହୁଳହୁଳିଆ ପୋଲ ମଝିରେ ଅନୁଗୋଳ-ପୁରୀ ପାସେଞ୍ଜର ଟ୍ରେନ୍‌ରେ ନିଆଁ‌ ଲାଗିଯାଇଥିଲା। ରେଳ କର୍ମଚାରୀ ନିଆଁକୁ ଆୟତ୍ତ କରିଛନ୍ତି। ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।

ସୂଚନାନୁଯାୟୀ, ଶନିବାର ୧୧ଟା ୫୫ରେ ଅନୁଗୋଳ-ପୁରୀ ପାସେଞ୍ଜର ଟ୍ରେନ୍‌ ମାଳତୀପାଟପୁର ଷ୍ଟେସନରେ ପହଞ୍ଚିଥିଲା। ସେଠାରୁ ଟ୍ରେନ୍ ଛାଡିବା ପରେ ହୁଳହୁଳିଆ ପୋଲ ମଝିରେ ଟ୍ରେନ୍‌ରେ ନିଆଁ ଲାଗିଥିବା ଜଣାପଡିଥିଲା। ଟାକ୍ସନ ମୋଟରରେ କିଛି ଅସୁବିଧା ହେବାରୁ ଏହି ନିଆଁ ଲାଗିଥିଲା। ତେବେ ରେଳ କର୍ମଚାରୀ ତୁରନ୍ତ ନିଆଁକୁ ଆୟତ୍ତ କରିବା ସହ ଯାତ୍ରୀମାନଙ୍କୁ ଭୟଭୀତ ନହେବା ପାଇଁ ସୂଚନା ଦେଇଥିଲେ। କେଉଁ ସ୍ଥିତିରେ ଏହି ଅଘଟଣ ଘଟିଥିଲା ସେନେଇ ରେଳ ବିଭାଗ ପକ୍ଷରୁ ତଦନ୍ତ କରାଯିବ ବୋଲି କହିଛନ୍ତି ଜିଆରପି ଅଧିକାରୀ ସନ୍ତୋଷ କୁମାର ବାହିନୀପତି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.