ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ, ଟାଟା ନଗର -ବ୍ରହ୍ମପୁର ମଧ୍ୟରେ ଗଡ଼ିବ

ଭୁବନେଶ୍ୱର ୦୭/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ରାଜ୍ୟବାସୀଙ୍କୁ ରେଳ ମନ୍ତ୍ରାଳୟର ବଡ଼ ଭେଟି । ଖୁବ୍‌ଶୀଘ୍ର ରାଜ୍ୟରେ ଗଡ଼ିବାକୁ ଯାଉଛି ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ । ଆସନ୍ତା ୧୫ ତାରିଖରେ ବ୍ରହ୍ମପୁର-ଟାଟାନଗର ମଧ୍ୟରେ ଏହି ଟ୍ରେନ ଚଳାଚଳର ଶୁଭାରମ୍ଭ ହେବ । ପ୍ରଧାନମନ୍ତ୍ରୀ ମୋଦି  ଏହି ଟ୍ରେନ ଚଳାଚଳକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି ।  ଏହି ଟ୍ରେନ୍‌ ସହ ଓଡ଼ିଶାରେ ମୋଟ ୪ଟି ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିବ ।  

ଟାଟାନଗର-ବ୍ରହ୍ମପୁର ଓ ଟାଟାନଗର-ପାଟନା ମାର୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର  ଏହି ଦୁଇ ମାର୍ଗ ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ  ଟ୍ରେନ ଟାଟାନଗରରେ ପହଞ୍ଚିଛି । ଲୋକାର୍ପଣ  ପୂର୍ବରୁ ଏହି ଦୁଇ ମାର୍ଗରେ ଟ୍ରାଏଲ ରନ୍‌ କରାଯିବ ।  ଆସନ୍ତା ୮ତାରିଖରେ ଟାଟା ନଗରରୁ ବ୍ରହ୍ମପୁର ମାର୍ଗରେ ବନ୍ଦେଭାରତ  ଏକ୍ସପ୍ରେସ ଟ୍ରେନର ଟ୍ରାଏଲ  ରନ୍‌ କରାଯିବାକୁ ନିଷ୍ପତ୍ତି ହୋଇଛି । ଟାଟାନଗରରୁ ବ୍ରହ୍ମପୁର ମଧ୍ୟରେ ଚଳାଚଳ କରିବାକୁ ଥିବା ବନ୍ଦେଭାରତ  ଏକ୍ସପ୍ରେସ୍‌ ୭ରୁ୮ଘଣ୍ଟା ମଧ୍ୟରେ ପ୍ରାୟ ୫୮୬କିମି ମାର୍ଗ ଅତିକ୍ରମ କରିବ । 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜିଲ୍ଲା କେନ୍ଦୁଝର ଗଡ଼ ଦେଇ ଏହି ଟ୍ରେନ୍‌  ଯିବ । ଟାଟାନଗରରୁ ଟ୍ରେନ୍‌ ବାହାରି ଚାଇଁବସା, ବାଂଶପାଣି, କେନ୍ଦୁଝର ଗଡ଼,  ହରିଚନ୍ଦନପୁର, ଜଖପୁରା, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍‌, ବାଲୁଗାଁ ଆଦି  ୧୨ଟି ରେଳ ଷ୍ଟେସନ ଦେଇ ବ୍ରହ୍ମପୁରରେ ପହଞ୍ଚିବ । ସପ୍ତାହକୁ ୬ଦିନ ଏହି  ଟ୍ରେନ ଚଳାଚଳ କରିବ ବୋଲି ଜଣାପଡ଼ିଛି । 

ଉଲ୍ଲେଖଯୋଗ୍ୟ ଗତବର୍ଷ ଓଡ଼ିଶାରେ ଲୋକାର୍ପଣ ହୋଇଥିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍‌, ଯାହା ପୁରୀରୁ ହାୱାଡା  ପର୍ଯ୍ୟନ୍ତ ଚଳାଚଳ କରୁଛି । ଏଥିସହ ଭୁବନେଶ୍ୱର-ବିଶାଖାପାଟଣା ଓ ପୁରୀ-ରାଉରକେଲା ରୁଟ୍‌ରେ ବନ୍ଦେ ଭାରତ ଚଳାଚଳ କରୁଛନ୍ତି ।

  • PrameyaOdia
  • prameya
  • Vande Bharat Express
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.