ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ସହରାଞ୍ଚଳ ବାସିନ୍ଦାଙ୍କୁ ପିଏମ୍ ଆବାସ ଯୋଜନାରେ ମିଳିବ ୫ ଲକ୍ଷ ଘର, କେନ୍ଦ୍ରକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୦୭/୦୯: ସହରାଞ୍ଚଳ ବାସିନ୍ଦାଙ୍କୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିବ ୫ ଲକ୍ଷ ଘର । ଏ  ନେଇ କେନ୍ଦ୍ରକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୋର ବିଶ୍ୱାସ ଅଛି,  କେନ୍ଦ୍ର ଏହି ଘର ନିହାତି ମଞ୍ଜୁର କରିବ  ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ  ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ।  

ଶୁକ୍ରବାର ଗୃହରେ ଗୃହ ନିର୍ମାଣ ଓ ନଗର  ଉନ୍ନୟନ ବିଭାଗର ଖର୍ଚ୍ଚ ଦାବି ଉପସ୍ଥାପନ  କରି ମନ୍ତ୍ରୀ ଡାକ୍ତର ମହାପାତ୍ର କହିଛନ୍ତି ଯେ,  ପୂର୍ବ ସରକାର ସମୟରେ କୋଠାଘର ଥିବା  ଲୋକଙ୍କୁ ବି ଆବାସ ଦିଆଯାଇଥିଲା । ସେମାନେ  ଗୁହାଳ ଘର ଦେଖାଇ ଆବାସ ଯୋଜନାରେ  ଘର ନେଇଥିଲେ । ମାତ୍ର ଯେଉଁମାନେ ଦିନରେ  ସୂର୍ଯ୍ୟ ଓ ରାତିରେ ତାରା ଦେଖା ଯାଉଥିବା  ଘରେ ରହୁଛନ୍ତି, ସେମାନଙ୍କୁ ଆବାସରେ  ଘର ମିଳିନଥିଲା । ଏପରିକି ମୋ ଅଞ୍ଚଳରେ  ଜଣେ ମହିଳାଙ୍କ ନାମ ଆବାସ ତାଲିକାରେ  ଥିଲା । ହେଲେ ସେ ୨୦ ହଜାର ଟଙ୍କା ନ  ଦେଇପାରିବାରୁ ତାଲିକାରୁ ତାଙ୍କ ନାମ କାଟି  ଦିଆଯାଇଥିଲା ବୋଲି ମନ୍ତ୍ରୀ କହିଥିଲେ ।  

ସେହିପରି ଗତ ସରକାର ବେଳେ  ରାଜ୍ୟରେ ମୁକ୍ତା ଯୋଜନାରେ କୋଟି କୋଟି ଟଙ୍କା  ବାଟମାରଣା ହୋଇଛି ବୋଲି ମନ୍ତ୍ରୀ କହିଥିଲେ ।  ଏହି ଯୋଜନାରେ ବିନା ଟେଣ୍ଡର୍‌ରେ ଠିକାଦାରୀ  ଦିଆଯାଇଥିଲା । ହେଲେ କାର୍ଯ୍ୟାଦେଶ ବିଭିନ୍ନ  ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ନାମରେ  ରହିଥିଲା । ବିନା ଟେଣ୍ଡରରେ ୧୦ ଲକ୍ଷ ଓ ୧୫  ଲକ୍ଷର କାମ ବାଣ୍ଟି ଦିଆଯାଇଥିଲା । ହେଲେ  ସେହି ଏସ୍‌ଏଚ୍‌ଜି ସଦସ୍ୟାମାନଙ୍କୁ ମାତ୍ର ୭.୫  ପ୍ରତିଶତ କାମ ତଦାରଖ ପାଇଁ ଦିଆଯାଇଛି ।  ନା ପୋଖରୀ ଶୁଖାଯାଇଛି, ନା ହୋଇଛି  ପଙ୍କୋଦ୍ଧାର । ସବୁ ଠିକାଦାର ଖାଇ ଯାଇଛନ୍ତି ।  ହେଲେ ତଦନ୍ତ ହେଲେ ମା’ମାନେ ଫସିବେ ।  ଚିନ୍ତାମଣିଶ୍ୱରରେ ଥିବା ପୋଖରୀ କାମ ଚାଲୁଛି  ଯେ ସରିବାର ନାମ ନେଉନି । ସ୍ଥାନୀୟ ରାସ୍ତା  ଅବସ୍ଥା ବି ବହୁତ ଖରାପ ଯାହା ବିଧାୟକଙ୍କ  ଅନୁରୋଧ ପରେ ସେଠାକୁ ଯିବାରୁ ଜାଣିପାରିଲି ।  ସେହିଦିନ ସନ୍ଧ୍ୟା ସୁଦ୍ଧା ରାସ୍ତା ଅବସ୍ଥା ସୁଧୁରିଲା ।  ଏହା ସହିତ ବିଜେପି ଭୋଟର ରହୁଥିବା  ଅଞ୍ଚଳକୁ ଲାଇଟ୍‌ ଦିଆଯାଉନଥିବାରୁ ତୁରନ୍ତ  ଲାଇଟ୍‌ ବି ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।  

ଆଗାମୀ ଦିନରେ ରାଜ୍ୟକୁ ମିଳିବ ୪ ଶହ  ପିଏମ୍‌ ଇ-ବସ୍‌ । ଏହା ବ୍ୟତୀତ ଅମୃତ ୨.୦ରେ  ୩୫୧ ପ୍ରକଳ୍ପ ପାଇଁ ୧୩୭୩ କୋଟି ରହିଛି । ଏହା  ଦ୍ୱାରା ଜଳାଶୟଗୁଡିକର ପୁନରୁଦ୍ଧାର କରାଯିବ ।  ସ୍ୱଚ୍ଛ ଭାରତ ମିଶନରେ ୫୩୩.୬୬ କୋଟି  ବ୍ୟୟବରାଦ ରହିଛି । ୨୦୨୩ରେ ସ୍ୱଚ୍ଛ ସର୍ବେକ୍ଷଣ  ପ୍ରତିଯୋଗିତାରେ ଚତୁର୍ଥ ସ୍ଥାନରେ ଥିବା ଓଡ଼ିଶା  ଆଗାମୀ ଦିନରେ ପ୍ରଥମ ସ୍ଥାନ ହାସଲ କରିବା  ପାଇଁ ପ୍ରୟାସ ଜାରି ରହିବ । ତେବେ ଚଳିତ ଗୃହ  ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବଜେଟ୍‌ରେ  ୯୬୧୨ କୋଟି ୯ ଲକ୍ଷ ୫ହଜାର ଟଙ୍କା ରହିଛି  ଯାହା ୨୦୨୩-୨୦୨୪ ବଜେଟଠୁ ପ୍ରାୟ ୨୨%  ଅଧିକ ବୋଲି ମନ୍ତ୍ରୀ ଡାକ୍ତର ମହାପାତ୍ର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.