ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ନୂଆ ଟେଣ୍ଡର ଖୋଲିଦେଲା ଗୁମର, ଏଲ୍‌ଆର୍‌ସି ଛପାରେ ପ୍ରତି କପି ପିଛା ୭.୭୪ ଟଙ୍କା ଗିଳିଦେଲେ ବାବୁ..

ଭୁବନେଶ୍ୱର,୧୬/୦୯: ଜାଗା ମିଶନ ଲ୍ୟାଣ୍ଡ ରାଇଟ୍‌ ସାର୍ଟିଫିକେଟ (ଏଲ୍‌ଆରସି)  ଛପାରେ ଆଖି ତରଟିଲା ଭଳି ଦୁର୍ନୀତି ସାମ୍ନାକୁ ଆସିଛି । ପ୍ରତି କପି ଛାପିବା ବାହାନାରେ ୭ ଟଙ୍କା  ୭୪ ପଇସା ଗଳି ଦେଇଛନ୍ତି ବାବୁମାନେ । ନୂଆ ଟେଣ୍ଡର ଖୋଲିବା ପରେ ଏହି ଦୁର୍ନୀତି ଏବେ ସାମ୍ନାକୁ ଆସିଛି ।  

ଭୂମିହୀନ ବସ୍ତିବାସିନ୍ଦାଙ୍କୁ ସହରାଞ୍ଚଳରେ ଜାଗା ମିଶନରେ ଜାଗା ଯୋଗାଇ ଦିଆଯାଇଛି ।  ଏନେଇ ବିଏମ୍‌ସି ପକ୍ଷରୁ ହିତାଧିକରୀ ଚିହ୍ନଟ କରାଯାଇ ସେମାନଙ୍କୁ ଏଲ୍‌ଆରସି ବଣ୍ଟା ଯାଇଥିଲା । ହେଲେ ଏହି ପଟ୍ଟା ବଣ୍ଟା ଗୁମର  ଆସ୍ତେ ଆସ୍ତେ ଖୋଲିବାରେ ଲାଗିଛି ।  ବିଏମ୍‌ସି ପ୍ରଥମ ପର୍ଯ୍ୟାୟରେ ୬୦ ହଜାର  ହିତାଧିକାରୀଙ୍କୁ ପଟ୍ଟା ବାଣ୍ଟିଛି । ପ୍ରତି ହିତାଧିକାରୀ ପିଛା ୫ଟି ଲେଖାଁଏ କପି ଛପା ହୋଇଥିଲା । ସେଥିଧ୍ୟରେ ଗୋଟିଏ କପି ହିତାଧିକାରୀଙ୍କୁ ଦିଆଯାଇଥିଲା ବେଳେ ଅନ୍ୟ ଗୋଟିଏ ଲେଖାଁଏ  କପି ବିଏମ୍‌ସି, ତହସିଲ ଅଫିସ, ଜିଲ୍ଲାପାଳ ଅଫିସ ଏବଂ ନଗର ଉନ୍ନୟନ ବିଭାଗକୁ  ଯାଇଥିଲା । ଏହି ହିସାବରେ ପ୍ରାୟ ୩ ଲକ୍ଷରୁ  ଉଦ୍ଧ୍ୱର୍ ଏଲ୍‌ଆରସି ବିଏମ୍‌ସି ଛାପିଥିଲା । ପ୍ରତି କପି ବାବଦକୁ ଏକ ଘରୋଇ ସଂସ୍ଥାକୁ ୯ ଟଙ୍କା ୨୦  ପଇସା ହିସାବରେ ବିଲ୍‌ କରାଯାଇଥିଲା । ହିସାବ  କଲେ ପ୍ରାୟ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ।  

ନୂଆ ସରକାର ଆସିବା ପରେ ଏବେ ଚିତ୍ର  ବଦଳିଛି । ବିଏମ୍‌ସି ପକ୍ଷରୁ ଆବେଦନ କରିଥିବା  ପ୍ରାୟ ୨୦ ହଜାର ହିତାଧିକାରୀଙ୍କୁ ଏବେ ପଟ୍ଟା  ବଣ୍ଟା ହେବ । ଏନେଇ ନୂଆ ଟେଣ୍ଡର ଡକା ହୋଇଥିଲା । ଏଥର କିନ୍ତୁ ମାତ୍ର ୧ ଟଙ୍କା ୪୬  ପଇସାରେ ଛପା ହେବ । ଅର୍ଥାତ ପୂର୍ବରୁ ଜାଣିଶୁଣି  ୭ ଟଙ୍କା ୭୪ ପଇସା ଘୋଟାଲା କରାଯାଇଥିଲା ।  ଆଉ ଏଥିରେ ଖୋଦ କିଛି ବଡ଼ବାବୁ ସାମିଲ  ରହିଥିଲେ ବୋଲି ଅଭିଯୋଗ ହୋଇଛି । ଏ  ବାବଦକୁ ବିଏମ୍‌ସି ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିଛି ।  ଏପରିକି ପ୍ରାୟ ୧୫ ହଜାରରୁ ଅଧିକ କପି ଭୁଲ  ପାଇଁ ଚିରି ପିଙ୍ଗିଦିଆଯାଇଥିଲା । 

ଏ ତ ଗଲା ବିଏମ୍‌ସି କଥା । ପୁରା ରାଜ୍ୟରେ ଥିବା ୧୧୫ ପୌରାଞ୍ଚଳରେ ପ୍ରାୟ ୧ ଲକ୍ଷ ୫୧  ହଜାର ବସ୍ତିବାସିନ୍ଦାଙ୍କୁ ପଟ୍ଟା ବଣ୍ଟା ଯାଇଛି। ଅର୍ଥାତ  ଏହି ଚେର ପୁରା ଭୁବନେଶ୍ୱରରୁ ଏନ୍‌ଏସି  ପର୍ଯ୍ୟନ୍ତ ଲମ୍ବିଛି । ଗୃହ ଓ ନଗର ଉନ୍ନୟନ  ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଏପରି ବାଟରେ ଆତ୍ମସାତ କରାଯାଇଥିବାର ଅନୁମାନ  କରାଯାଉଛି । ଯଦି ଏହାର ତଦନ୍ତ କରାଯାଏ, ତାହାଲେ ଏହାର ଗୁମର ପଦାକୁ ଆସିବ । 

 ଆରମ୍ଭରୁ ଜାଗା ମିଶନର ବିବାଦରେ ରହି  ଆସିଛି । ଜଣେ ହିତାଧିକାରୀ ଦୁଇ ଦୁଇଟି ଜାଗା  ହାତେଇଥିଲେ । ଏପରି କି ବହୁତ ବଡ ବଡିଆ ଲୋକେ ବସ୍ତିରେ ଜାଗା ହାତେଇଥିଲେ । ଏନେଇ  ଖୋଳତାଡ ପରେ ୫ ହଜାର ନାଁ କଟିଥିଲା । ଏବେ  ପୁଣି ସାର୍ଟିଫିକେଟ୍‌ ଦୁର୍ନୀତି ସାମନାକୁ ଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.