ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

‘ପ୍ରମେୟ’ ଓ ‘ନ୍ୟୁଜ୍‌-୭’ ପକ୍ଷରୁ ରିଟେଲ ଆଇକନ୍‌ ଆୱାର୍ଡ-୨୦୨୪: ଅର୍ଥନୈତିକ ଅଭିବୃଦ୍ଧିରେ ଉଦ୍ୟୋଗୀଙ୍କ ଅବଦାନ ବିଶାଳ

ଭୁବନେଶ୍ୱର, ୧୬/୦୯: ଭାରତର  ଅର୍ଥନୈତିକ ଅଭିବୃଦ୍ଧିରେ ଉଦ୍ୟୋଗୀମାନଙ୍କର ସିଂହ  ଭାଗ ଅବଦାନ ରହିଛି । ଉଦ୍ୟୋଗୀମାନେ ଚାକିରି ଖୋଜନ୍ତି ନାହିଁ, ନିଯୁକ୍ତି ସୃଷ୍ଟି କରିଥାନ୍ତି । ଯୁବପିଢ଼ିଙ୍କୁ  ଚାକିରି ପଛରେ ନ ପଡ଼ି ଉଦ୍ୟୋଗୀ ହେବାକୁ ପ୍ରେରଣା  ଦିଅନ୍ତି । ସେମାନଙ୍କ ପାଇଁ ଭାରତର ଅର୍ଥନୀତି ୨୦୨୭  ବେଳକୁ ୫ ଟ୍ରିଲିୟନ ଡଲାର ଛୁଇଁବ । ୨୦୩୦ ବେଳକୁ  ଏହା ୧୦ ଟ୍ରିଲିୟନ ଡଲାର ହୋଇଥିବ ବୋଲି ଆୟକର ବିଭାଗର ପ୍ରମୁଖ କମିଶନର ସରୋଜ  କୁମାର ମହାପାତ୍ର କହିଛନ୍ତି ।  

ରବିବାର ‘ପ୍ରମେୟ’ ଓ ‘ନ୍ୟୁଜ୍‌-୭’ ପକ୍ଷରୁ  ରିଟେଲ ଆଇକନ୍‌ ଆୱାର୍ଡ-୨୦୨୪ ପଟିଆସ୍ଥିତ  କ୍ରିଷ୍ଟାଲ କ୍ରାଉନ୍‌ ହୋଟେଲରେ ଅନୁଷ୍ଠିତ ହୋଇଥିଲା ।  କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ  ଶ୍ରୀ ମହାପାତ୍ର କହିଥିଲେ, ବହୁ ବାଧାବିଘ୍ନ ସତ୍ତେ୍ୱ  ଉଦ୍ୟୋଗୀମାନେ ଅଟକି ଯାଇନାହାନ୍ତି । କଠିନ  ପରିଶ୍ରମ କରିଛନ୍ତି । ସେଥିପାଇଁ ଆଜି ସେମାନେ  ସଫଳ ହୋଇଛନ୍ତି । ଆଜିର ଏହି ସମ୍ବର୍ଦ୍ଧନା ଆପଣଙ୍କ କଠିନ ପରିଶ୍ରମ ପାଇଁ ଏକ ସମ୍ମାନ । ଯାହା ଆଗକୁ  ବଢ଼ିବା ପାଇଁ ଆପଣଙ୍କୁ ଆହୁରି ପ୍ରେରଣା ଦେବ ।  ଆପଣଙ୍କ ଭଳି ଉଦ୍ୟୋଗୀଙ୍କ ପାଇଁ ଦେଶର ଅର୍ଥନୀତି  ମଜଭୁତ ହେଉଛି । ଆପଣମାନେ ଅଧିକରୁ ଅଧିକ  ଆୟକର ପୈଠ କରିଥାନ୍ତି । ଯାହା କେବଳ ଓଡ଼ିଶା  ନୁହେଁ ଦେଶର ଅର୍ଥନୀତିକୁ ବଳୁଆ କରିପାରିଛି  ବୋଲି ଶ୍ରୀ ମହାପାତ୍ର କହିଥିଲେ । 

ସୁମା ରିଅଲ ମିଡିଆ ପକ୍ଷରୁ ଦ୍ୱିତୀୟ ଥର ଲାଗି  ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।  ଏହି ଅବସରରେ ରିଟେଲ ବ୍ୟବସାୟ କ୍ଷେତ୍ରରେ  ଉଲ୍ଲେଖନୀୟ ଯୋଗଦାନ ଦେଇଥିବା ୨୦୨୪ ବର୍ଷ  ପାଇଁ ୧୬ ଜଣ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।  ସେହିପରି ୨୦୨୩-୨୪ ବର୍ଷରେ ସର୍ବାଧିକ ବିଜ୍ଞାପନ ଦେଇଥିବା ୭ ଏଜେନ୍ସିଙ୍କୁ ‘ଏଜେନ୍ସି ଅଫ୍‌ ଦି  ଇୟର’ରେ ସମ୍ମାନିତ କରାଯାଇଛି । ଏଭଳି କାର୍ଯ୍ୟକ୍ରମ ଉଦ୍ୟୋଗୀ,  ରିଟେଲ ବ୍ୟବସାୟୀ ଓ ଏଜେନ୍ସିଙ୍କ ମନୋବଳକୁ ବଢ଼ାଇବାରେ  ସହାୟକ ହେବ ବୋଲି ବରିଷ୍ଠ ବ୍ୟବସାୟୀମାନେ ମତ ରଖିଛନ୍ତି । 

କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଶିକ୍ଷା ଓ ଅନୁସନ୍ଧାନ  (ସୋଆ) ବିଶ୍ୱବିଦ୍ୟାଳୟର ଉପସଭାପତି ତଥା ସୁମା  ରିଅଲ ମିଡିଆ ନିର୍ଦ୍ଦେଶିକା ଶାଶ୍ୱତୀ ଦାସ କହିଥିଲେ,  କେବଳ ଖବର ପରିବେଷଣରେ ସୀମିତ ରହି ନାହିଁ ସୁମା  ରିଅଲ ମିଡିଆ ପରିବାର । ବିଭିନ୍ନ ଗଠନମୂଳକ କାର୍ଯ୍ୟ  କରିବାକୁ ମଧ୍ୟ ବଦ୍ଧପରିକର ହୋଇଛି । ଉଦ୍ୟୋଗୀମାନେ  ଝଡ଼ଝଞ୍ଜା ସହି ବ୍ୟବସାୟକୁ ଆଗକୁ ବଢ଼ାଇଛନ୍ତି । ରାଜ୍ୟରେ  ନିଜର ପ୍ରତିଷ୍ଠାନକୁ ବୃଦ୍ଧି କରି ନୂଆ ନିଯୁକ୍ତି ସୃଷ୍ଟି କରୁଛନ୍ତି । ସେମାନଙ୍କ ଛୋଟ ବିଜ୍ଞାପନ ବି ‘ପ୍ରମେୟ’ ଓ ‘ନ୍ୟୁଜ୍‌-୭’  ପାଇଁ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କୁ ଉତ୍ସାହିତ କରିବାକୁ ରିଟେଲ  ଆଇକନ୍‌ ଆୱାର୍ଡ ଓ ଏଜେନ୍ସି ଆୱାର୍ଡ ଆୟୋଜନ କରାଯାଇଛି । 

ମୁଖ୍ୟବକ୍ତା ଭାବେ ହିପ୍‌ ଆଣ୍ଡ ହାଇକ୍‌ ଆଡଭର୍ଟାଇଜିଂ  ପ୍ରାଲି.ର ପ୍ରତିଷ୍ଠାତା ନିର୍ଦ୍ଦେଶକ ରମଣ କୁମାର ଚୁଗ୍‌ କହିଥିଲେ,  ବର୍ତ୍ତମାନ ଦ୍ରୁତ ପରିବର୍ତ୍ତନ ଘଟୁଛି । ବ୍ୟବସାୟୀମାନେ  ପ୍ରଥମେ ନିଷ୍ପତ୍ତି ନିଅନ୍ତୁ କ’ଣ ଉଦ୍ୟୋଗ ସ୍ଥାପନ କରିବେ ।  କେବେ କେବେ ଆମ ଭିତରେ ବିଶ୍ୱାସ ନଥାଏ ଯେ ଆମ ଦ୍ୱାରା ବ୍ୟବସାୟ ହୋଇପାରିବ । ବ୍ୟବସାୟ ପ୍ରତିଷ୍ଠା ପାଇଁ  ଆମକୁ ରିସ୍କ ନେବାକୁ ପଡ଼ିବ । ଅଳ୍ପ ଟଙ୍କା ନିବେଶ କରି ମଧ୍ୟ  ବ୍ୟବସାୟ କରିହେବ । କେବଳ ଅର୍ଥ ନୁହେଁ ନିଜର ଜ୍ଞାନ  ଓ ଅଭିଜ୍ଞତା ଲଗାଇ ବ୍ୟବସାୟ ଆରମ୍ଭ କରନ୍ତୁ । ଆପଣଙ୍କ  ଅଭିବୃଦ୍ଧିରେ ଗଣମାଧ୍ୟମ ଅନେକ ସହଯୋଗ କରିବ ବୋଲି  ସେ କହିଥିଲେ । ଶ୍ରୀ ଚୁଗ୍‌ ଅଯୋଧ୍ୟା ରାମ ମନ୍ଦିରରେ ପ୍ରତିଷ୍ଠିତ  ଶ୍ରୀରାମଙ୍କ ବିଗ୍ରହ ନିର୍ମାଣ ହୋଇଥିବା ପଥର ଉପରେ ଏବଂ  ହଳଦୀରାମ କମ୍ପାନି ଆରମ୍ଭ ସମୟର ଉଦାହରଣ ଦେଇ  ବ୍ୟବସାୟୀଙ୍କୁ ଉତ୍ସାହିତ କରିଥିଲେ । ସେହିପରି ସେ ବିଜ୍ଞାପନ  ଏଜେନ୍ସିମାନଙ୍କୁ ପରାମର୍ଶ ଦେଇଥିଲେ ଯେ ବିଜ୍ଞାପନ ଯାତ୍ରାକୁ  ନେଇ ପରୀକ୍ଷଣ କରନ୍ତୁ । କେବଳ ଗୋଟିଏ ଦିନ ନୁହେଁ  ସପ୍ତାହ, ମାସ ମାସ ଧରି ପରୀକ୍ଷଣ କରି ଆଗକୁ ବଢ଼ନ୍ତୁ ।  

‘ପ୍ରମେୟ’ ଓ ‘ନ୍ୟୁଜ୍‌-୭’ ଗ୍ରୁପ ଡାଇରେକ୍ଟର (ସେଲ୍‌ସ  ଆଣ୍ଡ୍‌ ମାର୍କେଟିଂ) ହିମାଂଶୁ ହୋତା କହିଥିଲେ, ସମାଜ ପାଇଁ  ସର୍ବଦା ଭଲ କାମ କରିବା ଲକ୍ଷ୍ୟରେ ‘ପ୍ରମେୟ’ ଏବଂ  ‘ନ୍ୟୁଜ-୭’ ଅଗ୍ରସର । ଏହି ଅନୁଷ୍ଠାନଗୁଡିକର ମୂଳଦୁଆ  ହେଉଛି ସୋଆ ବିଶ୍ୱବିଦ୍ୟାଳୟ । ଶିକ୍ଷା ଓ ସ୍ୱାସ୍ଥ୍ୟକ୍ଷେତ୍ରରେ  ଉଲ୍ଲେଖନୀୟ ଯୋଗଦାନ ଦେବା ଲକ୍ଷ୍ୟରେ ଅନୁଷ୍ଠାନର  ପ୍ରତିଷ୍ଠାତା ପ୍ରଫେସର ଡ.ମନୋଜରଞ୍ଜନ ନାୟକଙ୍କ ନିରନ୍ତର  ପ୍ରୟାସ ଦିଗରେ ଅନୁଷ୍ଠାନଗୁଡିକ ଅଗ୍ରସର । କିଛି ବର୍ଷ  ପୂର୍ବରୁ ସହର ଛୋଟ ଥିଲା । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟି ଦେଇ  ବ୍ୟବସାୟୀ ରିସ୍କ ନେଇ ବ୍ୟବସାୟ ଆରମ୍ଭ କରିଥିଲେ ।  କେବଳ ସେମାନେ ବ୍ୟବସାୟ କରୁଛନ୍ତି ତାହା ନୁହେଁ,  ନିଯୁକ୍ତି ସୃଷ୍ଟି କରିପାରିଛନ୍ତି । ରିଟେଲରଙ୍କ ସହଯୋଗ ଓ  ଆଶୀର୍ବାଦରେ ‘ପ୍ରମେୟ’ ଆଜି ନମ୍ବର ୱାନ୍‌ ହୋଇପାରିଛି ।  

କାର୍ଯ୍ୟକ୍ରମରେ ନିର୍ଦ୍ଦେଶିକା ଶାଶ୍ୱତୀ ଦାସ, ସିଇଓ ସୁନୀଲ  କୁମାର ଦାସ, ଗ୍ରୁପ ଏଡିଟର ଗୋପାଳକୃଷ୍ଣ ମହାପାତ୍ର, ଗ୍ରୁପ୍‌  ଡାଇରେକ୍ଟର (ସେଲ୍‌ସ ଆଣ୍ଡ ମାର୍କେଟିଂ) ହିମାଂଶୁ ହୋତା,  ନ୍ୟୁଜ-୭ର କାର୍ଯ୍ୟକାରୀ ସମ୍ପାଦକ ଦେବନାରାୟଣ ସେଠୀ,  ଭୁବନେଶ୍ୱର ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆର ଏବଂ ପ୍ରସାର  ବିଭାଗ ଡିଜିଏମ୍‌ ଗଜେନ୍ଦ୍ର ଦାସ ଦୁଇ ଅତିଥି ଆୟକର ବିଭାଗର  ପ୍ରମୁଖ କମିଶନର ସରୋଜ କୁମାର ମହାପାତ୍ର ଓ ହିପ୍‌ ଆଣ୍ଡ  ହାଇକ୍‌ ଆଡଭର୍ଟାଇଜିଂ ପ୍ରାଲି.ର ପ୍ରତିଷ୍ଠାତା ନିର୍ଦ୍ଦେଶକ ରମଣ  କୁମାର ଚୁଗ୍‌ ଏବଂ ବ୍ୟବସାୟୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।  

ଅନ୍ୟମାନଙ୍କ ମଧ୍ୟରେ ପ୍ରମେୟ ସେଲ୍ସ ଆଣ୍ଡ  ମାର୍କେଟିଂ ବିଭାଗ ଡିଜିଏମ୍‌ ଏସ୍‌ଏଫ୍‌ ଅଲ୍ଲୀ, ଜ୍ୟୋତିର୍ମୟ  ପାଣିଗ୍ରାହୀ, ଏଜିଏମ୍‌ ବିଶ୍ୱରୂପ ପରିଡ଼ା, ନ୍ୟୁଜ୍‌ ୭ ସେଲ୍ସ  ବିଭାଗ ଡିଜିଏମ୍‌ ସିଦ୍ଧାର୍ଥ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।  କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ଇଭୋସ ବିଲ୍ଡକନ୍‌ ପ୍ରାଲି,  ଓଡ଼ିଶା ନଲେଜ କର୍ପୋରେସନ(ଓକେସିଏଲ), ପ୍ରୀତି  ଏଣ୍ଟରପ୍ରାଇଜେସ୍‌, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର୍‌ ଲିମିଟେଡ୍‌,  ସାସିଦ୍ଧି ଏଣ୍ଟରପ୍ରାଇଜେସ୍‌, ନାଲ୍‌କୋ, ପଣ୍ଡା ଟ୍ରାଭେଲ  ମାର୍ଟ, କ୍ୟାପିଟାଲ ଟୟୋଟୋ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ,  ଓଣ୍ଡେରେଲା, କ୍ରିଷ୍ଟାଲ କ୍ରାଉନ୍‌, ବେଦାନ୍ତ, ଆକ୍ରେରାଇଜ୍‌,  ଓଆଇଏଫ୍‌ଇଏସ୍‌ଏମ୍‌, ଡିସିବି ବ୍ୟାଙ୍କ । ସେମାନଙ୍କୁ  ଅତିଥିମାନେ ସମ୍ମାନିତ କରିଥିଲେ । ମୁନମୁନ ସିଂ କାର୍ଯ୍ୟକ୍ରମ  ପରିଚାଳନା କରିଥିଲେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.