ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଖୁବ୍‌ଶୀଘ୍ର ଓଡ଼ିଶା ବଜାରରେ ‘ଗାନୋଡର୍ମା’ ଛତୁ, ଓୟୁଏଟି ପକ୍ଷରୁ କରାଯାଉଛି ଗବେଷଣା; ଅମଳ ବେଳେ କେଜି ୪ହଜାର, ଶୁଖିଲେ ୨୪ ହଜାର

ଭୁବନେଶ୍ୱର,୧୬/୦୯(ସସ୍ମିତା ମଲ୍ଲ): ଚୀନ୍‌ କି ଜାପାନ କିମ୍ବା  କୋରିଆ ନୁହେଁ ବର୍ତ୍ତମାନ ଓଡ଼ିଶାରେ ମଧ୍ୟ ଚାଷ  କରାଯିବ ‘ଗାନୋଡର୍ମା’ ଛତୁ । ଏଥିପାଇଁ ଓୟୁଏଟି  ପକ୍ଷରୁ କରାଯାଉଛି ଗବେଷଣା । ଖୁବ୍‌ ଶୀଘ୍ର ଓଡ଼ିଶାରେ  ଛତୁ ଚାଷୀ ‘ଗାନୋଡର୍ମା’ ଛତୁ ଚାଷ କରି ଲାଭବାନ  ହେବେ । ଭାରତରେ ଏହି ଛତୁର ବିକ୍ରି ଲବ୍ଧ ଅର୍ଥ  ୧୦୦ କୋଟି ଛୁଇଁଲାଣି । ତଟକା ଥିଲେ କିଲୋ ପ୍ରତି  ୪ ହଜାର ଟଙ୍କା ରହିଛି । ଶୁଖିଯିବା ପରେ ୨୪ହଜାର ।  ପାଳ ଛତୁ ତୁଳନାରେ ଏହି ଛତୁର ବଜାର ମୂଲ୍ୟ ପ୍ରାୟ  ୧୦ ଗୁଣରୁ ଅଧିକ ।   

ଉପଲବ୍ଧ ହେଉଥିବା ଅନେକ ଗୁଡ଼ିଏ  ଔଷଧୀୟ ଛତୁ ମଧ୍ୟରେ ‘ଗାନୋଡର୍ମା’ ଛତୁ ସର୍ବାଧିକ  ଲୋକପ୍ରିୟ । ଚୀନ, ଜାପାନ ଓ କୋରିଆରେ ପ୍ରାଚୀନ  କାଳରୁ ଏହାକୁ ବିଭିନ୍ନ ରୋଗର ଉପଚାର ପାଇଁ  ବ୍ୟବହାର ହେଇଆସୁଛି । ଚୀନ୍‌ ଓ ଜାପାନରେ ଏହାର  ଆଞ୍ଚଳିକ ନାମ ଯଥାକ୍ରମେ ‘ଲିଙ୍ଗ୍‌ଝି' ଓ 'ଋଷି' ।  ଚମତ୍କାର ଔଷଧୀୟ ଗୁଣ ପାଇଁ ଜାପାନରେ ଏହାକୁ  ଅମରତ୍ୱ ପ୍ରଦାନକାରୀ ଛତୁ ଓ କୋରିଆରେ ଏହି  ଛତୁକୁ ଶରୀରର ରକ୍ଷା କବଚ ପ୍ରଭୃତି ନାମରେ  ଅଭିହିତ କରାଯାଏ । ଦେଶରେ ହାତ ଗଣତି କେତୋଟି  ସ୍ଥାନରେ ଏହି ଛତୁ ପରୀକ୍ଷାମୂଳକ ଭାବରେ ଚାଷ  କରାଯାଇଛି ।  

ଓଡ଼ିଶାରେ ପ୍ରଥମ କରି ଓୟୁଏଟି ପକ୍ଷରୁ ଏହି  ଛତୁର ଉତ୍ପାଦନ ଆରମ୍ଭ କରାଯାଇଛି । ଏହି ଛତୁ  ଚାଷର ଅନ୍ୟାନ୍ୟ ଦିଗ ଉପରେ ଉଚ୍ଚତର ଗବେଷଣା  ଚାଲିଛି । ଆଗାମୀ ଦିନରେ ଏହି ଛତୁ ବ୍ୟାପକ  ଭାବରେ ଚାଷ ହେବ । ରାଜ୍ୟ ସରକାର, ଓଡ଼ିଶା  କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ରେ  ଅଗଣିତ ଛତୁଚାଷୀ ତଥା ଛତୁଚାଷ ସହ ସଂପୃକ୍ତ  ସଂସ୍ଥାମାନଙ୍କ ମିଳିତ ସହଯୋଗ ଓ ଉଦ୍ୟମରେ  ଓଡ଼ିଶାରୁ ପ୍ରଚୁର ପରିମାଣରେ ‘ଗାନୋଡାର୍ମା’ ଛତୁ  ବିଦେଶକୁ ରପ୍ତାନୀ କରାଯାଇପାରିବ ।

 ‘ଗାନୋଡାର୍ମା’  ଛତୁର ଉପଯୋଗୀତା, ଅଧିକ ଆୟ ଓ ଦୃତ  ବ୍ୟବସାୟକାରଣକୁ ଦୃଷ୍ଟିରେ ରଖି ତଥା ଓଡ଼ିଶା ଛତୁ  ଚାଷୀଙ୍କ ଲାଭ ବହୁଗୁଣିତ କରିବା ପାଇଁ ‘ଓଡ଼ିଶା କୃଷି  ଓ ବୈଷୟିକ ବିଶ୍ୱବିଦ୍ୟାଳୟ’ର କୁଳପତି ପ୍ରଫେସର  ପ୍ରଭାତ କୁମାର ରାଉଳଙ୍କ ନିର୍ଦ୍ଦେଶନାରେ ବିଶ୍ୱବିଦ୍ୟାଳୟ  ଅଧିନସ୍ଥ ସର୍ବ ଭାରତୀୟ ସମନ୍ୱିତ ଛତୁ ଗବେଷଣା  ପ୍ରକଳ୍ପରେ ଚାଲିଛି ଗବେଷଣା । ଏଥିରୁ ଆଶାନୁରୂପ  ସଫଳତା ମଧ୍ୟ ମିଳିଛି । 

 ‘ଗାନୋଡର୍ମା’ ଛତୁରେ ୨୦୦ରୁ ଅଧିକ  ଔଷଧୀୟ ଗୁଣ ରହିଛି ବୋଲି ଜଣାଯାଏ । ଏହାର  ସେବନ ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି  ବୃଦ୍ଧି ପାଇଥାଏ । ସାଂପ୍ରତିକ ଜୀବନ ଶୈଳୀ ହେତୁ ଆମ  ଦେହରେ ଜମି ରହୁଥିବା ବିଷାକ୍ତ ପଦାର୍ଥର ନିଷ୍କାସନ  ପ୍ରକ୍ରିୟାକୁ ଏହା ତ୍ୱରାନ୍ୱିତ କରିଥାଏ । ମାନସିକ ଚାପରୁ  ରକ୍ଷା ପାଇବା, କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଁ ଏହାକୁ  ମହାକାଶଚାରୀଙ୍କ ଲାଗି ଉଦ୍ଦିଷ୍ଟ ତାଲିମ କାର୍ଯ୍ୟକ୍ରମରେ  ଉପଯୋଗ କରାଗଲାଣି ।   

ରକ୍ତରେ କୋଲେଷ୍ଟରାଲ, ଶର୍କରା ଓ ଚର୍ବି ହ୍ରାସ  କରିବାରେ ‘ଗାନୋଡର୍ମା’ ସାହାଯ୍ୟ କରେ । ହୃଦ୍‌ରୋଗ,  ମଧୁମେହ, କାମଳ, ପାକସ୍ଥଳୀ ଓ ନପୁଂସକତା, ଶ୍ୱାସ  ଓ କାଶ, ତରଳ ଝାଡ଼ା, କୋଷ୍ଠକାଠିନ୍ୟ, କାନ୍ଧ ଯନ୍ତ୍ରଣା,  ଗଳଗଣ୍ଡ, ଅନିୟମିତ ଋତୁସ୍ରାବ, ରକ୍ତ ସଞ୍ଚାଳନରେ  ଅସୁବିଧା, ମାନସିକ ବିଷାଦ ଓ ସ୍ନାୟୁଗତ ଦୁର୍ବଳତା,  ମୋଟାପଣ ଭଳି ରୋଗ ସହ କେତେ ପ୍ରକାର ବଂଶଗତ  ରୋଗ, ନିଦ୍ରାହୀନତା ଇତ୍ୟାଦିର ଉଭୟ ନିରାକରଣ  ଓ ଚିକିତ୍ସାରେ ଏହି ଔଷଧୀୟ ଛତୁକୁ ବ୍ୟବହାର  କରାଯାଇ ପାରିବ ।   

ମୁଖ୍ୟ ବୈଜ୍ଞାନିକ ଡ.ବିକ୍ରମ କେଶରୀ ପାଣି  କୁହନ୍ତି, ଏହି ଛତୁ ସାଧାରଣତଃ ୨୫ ରୁ ୩୨ ଡିଗ୍ରୀ  ସେଲସିୟସ୍‌ ତାପମାତ୍ରାରେ ଚାଷ କରାଯାଏ । ଫିମ୍ପିର  ବିସ୍ତାର ପାଇଁ ୨୮ ରୁ ୩୨ ଡିଗ୍ରୀ ଓ ଛତୁ ଫୁଟିବା ପାଇଁ  ୨୫ ରୁ ୨୮ ଡିଗ୍ରୀ ସେଲସିୟସ ଉତ୍ତାପ ଆବଶ୍ୟକ ।  ସ୍ୱଳ୍ପ ବ୍ୟୟଯୁକ୍ତ ପଲିଥିନ ନିର୍ମିତ ଘରେ  ଆଂଶିକ ନିୟନ୍ତ୍ରିତ ପାଣିପାଗରେ ଏହାକୁ  ସହଜରେ ଚାଷ କରାଯାଇପାରିବ ।   ଚାଷ ପ୍ରଣାଳୀରେ ଆବଶ୍ୟକୀୟ  ପରିବର୍ତ୍ତନ କରି ଓ ତାପମାତ୍ରାକୁ ନିୟନ୍ତ୍ରଣ  କରି ‘ଗାନୋଡର୍ମା’ ଛତୁକୁ ବର୍ଷ ସାରା ଚାଷ କରାଯାଇପାରେ । ପ୍ରାୟ ୪୫ ରୁ ୫୦  ଦିନରେ ଛତୁ ଅମଳ ହୁଏ । ଦୁଇ ବା ତିନି  ପର୍ଯ୍ୟାୟରେ ଏ ଛତୁ ଅମଳ କରାଯାଏ ।   

ଓୟୁଏଟିରେ ଚାଷ କରାଯାଉଥିବା  ‘ଗାନୋଡର୍ମା’ର ଜୈବିକ ଦକ୍ଷତା ପ୍ରାୟ  ୨୫ ପ୍ରତିଶତ । ଅନ୍ୟାନ୍ୟ ସ୍ଥାନରେ କାଠ  ଗଣ୍ଡି ବା କରତ ଗୁଣ୍ଡରେ ଏହି ଛତୁ  ଉତ୍ପାଦନ କରାଯାଉଥିବା ବେଳେ ଧାନ ନଡ଼ା  ବ୍ୟବହାର କରି ଉତ୍ପାଦନ କରିବା ଉପରେ  ଗୁରୁତ୍ୱ ଦେଉଛନ୍ତି ଓୟୁଏଟି କର୍ତ୍ତୃପକ୍ଷ । ବିଶୋଧିତ  ଧାନ ନଡ଼ା କିମ୍ବା ନଡ଼ା ସହିତ କରତ ଗୁଣ୍ଡକୁ ସମାନ  ଅନୁପାତରେ ମିଶେଇ ତାକୁ ଛତୁ ଚାଷର ମାଧ୍ୟମ  ଭାବରେ ବ୍ୟବହାର କରାଯାଉଛି । ଏହି ଛତୁ ଟାଣ  ଏବଂ ତିକ୍ତ ହୋଇଥିବାରୁ ସିଧାସଳଖ ଖାଇବା ଅପେକ୍ଷା  ସେଥିରୁ ଔଷଧ ପ୍ରସ୍ତୁତି ପାଇଁ ଗୁରୁତ୍ୱ ଦିଆଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.