ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ମଙ୍ଗଳବାର ସ୍କୁଲ ଛୁଟି, ଘରୋଇ ସ୍କୁଲକୁ ପରୀକ୍ଷା ଚିନ୍ତା: ଅଧା ବାତିଲ୍‌ କଲେ, ଆଉ ଅଧାରେ ଅନ୍‌ଲାଇନ୍‌ ପରୀକ୍ଷା

ଭୁବନେଶ୍ୱର,୧୬/୦୯: ଆସନ୍ତା ୧୭ ତାରିଖ (ମଙ୍ଗଳବାର)ରେ ଭୁବନେଶ୍ୱରରେ  ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ହେବ । ଏହି ଅବସରରେ ଭୁବନେଶ୍ୱର ମହାନଗର ନିଗମ  (ବିଏମ୍‌ସି) ଅନ୍ତର୍ଗତ ସମସ୍ତ ସ୍କୁଲ୍‌,କଲେଜ ଓ ବିଶ୍ୱବିଦ୍ୟାଳୟକୁ ସଂପୂର୍ଣ୍ଣ ଛୁଟି ଘୋଷଣା କରାଯାଇଛି । ହେଲେ ଏହାକୁ ନେଇ ଏବେ ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କ ଚିନ୍ତା । ରାଜଧାନୀରେ  ଅଧିକାଂଶ ଘରୋଇ ସ୍କୁଲର ମଙ୍ଗଳବାରଠାରୁ ଅର୍ଦ୍ଧବାର୍ଷିକ ପରୀକ୍ଷା ଆରମ୍ଭ ନେଇ ଅଗ୍ରୀମ୍‌ କାର୍ଯ୍ୟସୂଚୀ ଜାରି ହୋଇଥିଲା । ହେଲେ ରାଜ୍ୟ ସରକାରଙ୍କ ଛୁଟି ଘୋଷଣା ଏବେ କର୍ତ୍ତୃପକ୍ଷଙ୍କୁ  ଚିନ୍ତାରେ ପକାଇଛି । ଅନେକ ସ୍କୁଲ ପରୀକ୍ଷା ଘୁଞ୍ଚାଇ ଥିବା ବେଳେ ଆଉ କିଛି ସ୍କୁଲ ଅନ୍‌ଲାଇନ୍‌ରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ମଧ୍ୟ ବିଜ୍ଞପ୍ତି ଜାରି କରିଛନ୍ତି । 

ଗୋଟିଏ ଘରୋଇ ସ୍କୁଲ ସଂଗଠନର ସାରା ରାଜ୍ୟରେ ତାର ସ୍କୁଲ ରହିଛି । ଏହି ସ୍କୁଲର ସମସ୍ତ ପରୀକ୍ଷା ସାରା ରାଜ୍ୟରେ ଏକା ସମୟରେ ଅନୁଷ୍ଠିତ ହୁଏ । ସେହି  ଆଧାରରେ ମଙ୍ଗଳବାରଠୁ ଏହି ସ୍କୁଲର ଅର୍ଦ୍ଧବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିଲା ।  ତେବେ ସାରା ରାଜ୍ୟରେ ଏକକାଳୀନ ପରୀକ୍ଷା ଗୋଟିଏ ପ୍ରଶ୍ନପତ୍ର ପ୍ରସ୍ତୁତ ହେଉଛି ।  ଏପଟେ ସରକାରଙ୍କ ନିର୍ଦ୍ଦେଶ ସ୍କୁଲ ଖୋଲାଯିବ ନାହିଁ। ଅନ୍ୟପଟେ ପରୀକ୍ଷା । ଏହାକୁ  କର୍ତ୍ତୃପକ୍ଷ ଅକଳରେ ପଡ଼ିଥିଲେ । ବାଧ୍ୟ ହୋଇ ସଂସ୍ଥାର ମୁଖ୍ୟ ସହ ଆଲୋଚନା  କରିଥିଲେ । ରାଜଧାନୀରେ ଥିବା ତାଙ୍କର ସମସ୍ତ ସ୍କୁଲର ନର୍ସରୀରୁ ଷ୍ଟାଣ୍ଡାର୍ଡ-୨ ପର୍ଯ୍ୟନ୍ତ  ଛୁଟି ଘୋଷଣା କରାଯାଇଛି । ଅନ୍ୟପଟେ ତୃତୀୟରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କର  ଅର୍ଦ୍ଧବାର୍ଷିକ ପରୀକ୍ଷା ଅନ୍‌ଲାଇନ୍‌ ମାଧ୍ୟମରେ କରିବାକୁ ନିଷ୍ପତ୍ତି ନିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.