ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ମନ୍ତ୍ରୀ କହୁଛନ୍ତି ଆଳୁ କିଲୋ ୧୫ରୁ ୨୦, ହାଟରେ ଆଳୁ ୩୦ ଟଙ୍କା, ପିଆଜ ୫୦ ଟଙ୍କା ପାର୍

ଭୁବନେଶ୍ୱର,୧୬/୦୯: ରାଜ୍ୟରେ ଆଳୁ ଦର ୧୫ରୁ ୨୦ ଟଙ୍କା । ପିଆଜ ମଧ୍ୟ  ୩୫ ଟଙ୍କା । ଆମେ ନାଫେଡ୍‌ ଜରିଆରେ ପିଆଜ ଯୋଗାଉଛୁ । ଗଣମାଧ୍ୟମକୁ ଏଭଳି କହିଛନ୍ତି  ଖୋଦ୍‌ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ହେଲେ ହାଟରେ ବାସ୍ତବ ସ୍ଥିତି କିଛି ଅଲଗା । ପିଆଜ ଦର ୫୦ରୁ ୫୫ । ଆଳୁ କିଲୋ ୩୦ରୁ ୩୫ ଟଙ୍କା । ତେବେ ଏଠି ପ୍ରଶ୍ନ କେଉଁଟା ଠିକ୍‌ । ମନ୍ତ୍ରୀଙ୍କ  କଥା ଶୁଣି ଗ୍ରାହକ ଉତ୍ସାହିତ ହୋଇପଡ଼ୁଥିବା ବେଳେ ହାଟକୁ ଗଲେ ମୁଣ୍ଡ ବାଉଳା ହେଉଛି ।    

ଦୁଇମାସ ତଳେ ରାଜ୍ୟରେ ଆଳୁ ଦର ହୁହୁ ହୋଇ ବଢ଼ିଲା । ୧୫ଦିନରେ ଦର ୫୦ ଟପିଗଲା । ବାରମ୍ବାର ଦାବି ଓ ଅଭିଯୋଗ ପରେ ରାଜ୍ୟ ସରକାରଙ୍କ ଚେତା ପଶିଥିଲା ।  ଯୋଗାଣ ମନ୍ତ୍ରୀ, ସଚିବ ନିଜେ ଗୋଦାମ ଠାରୁ ନେଇ ହାଟ ବୁଲିଲେ । ପଶ୍ଚିମବଙ୍ଗ ସହ  ଉତ୍ତରପ୍ରଦେଶରୁ ଅଧିକ ଆଳୁ ଆସିଲା । ଖାଉଟିଙ୍କୁ ଡିଲରଙ୍କ ଜରିଆରେ ଆଳୁ ବିକ୍ରି  କରାଗଲା । ହେଲେ ଏବେ ପିଆଜ, ଅଦା ଓ ରସୁଣ ବେଳକୁ ସମସ୍ତେ ଚୁପ୍‌ । ବେପାରୀଙ୍କୁ ଦରଦାମ କଥା ପଚାରିଲେ ସେମାନେ ସରକାରଙ୍କ ଦୋଷ ଦେଉଛନ୍ତି । ଗ୍ରାହକ ବି  ଚିନ୍ତାରେ । ଭୁବନେଶ୍ୱର ହାଟରେ ଆଳୁ କିଲୋ ୩୫, ପିଆଜ ୫୫, ରସୁଣ କିଲୋ ୩୬୦  ଟଙ୍କା ରହିଛି ।

ସେହିଭଳି କଟକ ଛତ୍ର ବଜାରରେ ମଧ୍ୟ ପିଆଜ କିଲୋ ପ୍ରତି ୫୫ଟଙ୍କାରେ  ବିକ୍ରି ହେଉଛି । ଆଳୁ କିଲୋ ସେଠାରେ ୩୦ ଟଙ୍କା । ବ୍ରହ୍ମପୁର ଓ ବାଲେଶ୍ୱରରେ ଆଳୁ  କିଲୋ ୩୦ ଓ ପିଆଜ ୫୦ରୁ ୫୫ଟଙ୍କାରେ ବିକ୍ରି ହେଉଛି । ଏନେଇ ଛତ୍ରବଜାର  ପନିପରିବା ବ୍ୟବସାୟୀ ସଂଘ ସଭାପତି ଦେବେନ୍ଦ୍ର ନାଥ ସାହୁ କହିଛନ୍ତି, ପିଆଜ ଦର  ବଢ଼ିଛି । ଆନ୍ଧ୍ର ପିଆଜର ପାଇକାରୀ ଦର ୩୫ରୁ ୪୦ଟଙ୍କାରେ ବିକ୍ରି ହେଉଛି । ଗୁଜରାଟରୁ  ରସୁଣ ଆସୁନଥିବାରୁ ତାର ଦର ମଧ୍ୟ ସେହିଭଳି ଅତ୍ୟଧିକ ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.