ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା, ବାସେଳୀ ସାହିରୁ ଅନ୍ଧ ମନ୍ଦିର ହାତୀ ପ୍ରସ୍ତାବ

ପୁରୀ,୦୭/୦୯: ଶ୍ରୀମନ୍ଦିରରେ  ଶ୍ରୀକୃଷ୍ଣ ଲୀଳା ପାଳନ ଅବସରରେ ଶୁକ୍ରବାର ଅନ୍ଧ ମନ୍ଦିର ହାତୀ ଲୀଳା  ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ବଢିଲା ପରେ ଏହି  ନୀତି ସମ୍ପନ୍ନ ହୋଇଥିଲା । ଶ୍ରୀରାମକୃଷ୍ଣ ଠାକୁରଙ୍କ ଆଜ୍ଞାମାଳ ପାଇ ପାଲିଙ୍କିରେ ବିଜେ ହୋଇ ସିଂହଦ୍ୱାର ନିକଟରେ ପଡ଼ିଥିବା କାଠ ସିଂହାସନରେ ଅଧିଷ୍ଠିତ  ହୋଇଥିଲେ । ସେଠାରେ ଅନ୍ଧ ମନ୍ଦିର  ହାତୀ ପ୍ରସ୍ତାବ ଅନୁଷ୍ଠିତ ହୋଇଥିଲା ।  ଠାକୁରଙ୍କୁ ଶୀତଳ ଭୋଗ ଅର୍ପଣ  କରାଯାଇ ବନ୍ଦାପନା କରାଯାଇଥିଲା । ଏହାପରେ ଠାକୁରେ ବାହୁଡ଼ା ବିଜେ  କରିଥିଲେ । 

ପରମ୍ପରା ଅନୁଯାୟୀ  ବାସେଳୀ ସାହିବାସିନ୍ଦାମାନେ ଏହି  ନୀତିରେ ସାମିଲ୍‌ ହୋଇଥିଲେ ।  ବାସେଳୀ ସାହିର ସାହିନାୟକ ତଥା  ଠାକୁରଙ୍କ ଶ୍ରୀଅଙ୍ଗ ଲାଗି ସେବକ  ଦତ୍ତମହାପାତ୍ରଙ୍କ ପରିବାର ପକ୍ଷରୁ ଏକ  କାଠ ନିର୍ମିତ ହାତୀ ବାହାରି ଶ୍ରୀମନ୍ଦିର  ପାଶ୍ୱର୍ରେ ପହଞ୍ଚିଥିଲା । ହାତୀ ଚକ୍ଷୁରେ  ନାଲି କପଡ଼ା ବାନ୍ଧି ଅଣାଯାଇଥିଲା । ଠାକୁରଙ୍କ ନୀତି ହୋଇ ଉକ୍ତ ନାଲି  କପଡ଼ା ଖୋଲାଯିବାରେ ହାତୀ ମୋକ୍ଷ  ପାଇଥିବା କୁହାଯାଏ । ଏନେଇ  ଧନେଶ୍ୱର ଦତ୍ତମହାପାତ୍ର କୁହନ୍ତି  ଏସବୁ ହେଉଛି ମହାପ୍ରଭୁଙ୍କ ଶ୍ରୀକୃଷ୍ଣ  ଲୀଳା ଅନ୍ତର୍ଗତ । କଂସ ମଥୁରାକୁ  ଡ଼କାଇ କୃଷ୍ଣ ବଳରାମଙ୍କୁ ହତ୍ୟା  କରିବାକୁ ବିଭିନ୍ନ ଉପାୟ ଅବଲମ୍ବନ  କରିଥିଲା । ଏକ ହାତୀକୁ ପ୍ରଚୁର ମଦ  ପିଆଇ ରାମକୃଷ୍ଣଙ୍କୁ ମାରିଦେବାକୁ କଂସ  ଷଡ଼ଯନ୍ତ୍ର କରିଥିଲା । ହାତୀକୁ ମଦ  ପିଆଯାଇଥିବାରେ ମଦମତ୍ତ କିମ୍ବା ଅନ୍ଧ  ହାତୀର ଆଖ୍ୟା ଦିଆଯାଏ । ରାମକୃଷ୍ଣ  ଉକ୍ତ ହାତୀକୁ ମାରିଥିଲେ । ଅସଲରେ  ସେହି ହାତୀ ହେଉଛନ୍ତି ଜଣେ ଦେବତା । ଠାକୁରଙ୍କ ହାତରେ ଜୀବନ ଯିବାରେ  ସେ ମୁକ୍ତି ପାଇ ଯାଇଥିଲେ । ଏସବୁ  ଭାଗବତରେ ବର୍ଣ୍ଣନା ରହିଥିବା ଶ୍ରୀ  ଦତ୍ତମହାପାତ୍ର କୁହନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.