ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଟାଇମ୍ସ ୧୦୦ ଏଆଇ-୨୦୨୪ ଲିଷ୍ଟ୍‌, ସବୁଠୁ ପ୍ରଭାବଶାଳୀ ତାଲିକାରେ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ,୦୭/୦୯: ଟାଇମ ମାଗାଜିନ୍‌ ‘ଏଆଇ-୨୦୨୪ରେ ସବୁଠୁ ପ୍ରଭାବଶାଳୀ ୧୦୦ ବ୍ୟକ୍ତି’ଙ୍କ ତାଲିକା ପ୍ରକାଶ କରିଛି ।  ବିଶ୍ୱରେ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ  ଇଣ୍ଟେଲିଜେନ୍ସ(ଏଆଇ)କୁ ଆକାର ଦେବାରେ  ଅଗ୍ରଣୀ ବ୍ୟକ୍ତିଙ୍କୁ ଏଥିରେ ତାଲିକାଭୁକ୍ତ  କରାଯାଇଛି । ଏହି ତାଲିକାରେ ବହୁ ପ୍ରମୁଖ  ନାଁ ଯେପରି ଗୁଗଲ ସିଇଓ ସୁନ୍ଦର ପିଚାଇ,  ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଦେଲା, ଓପନ  ଏଆଇ ସିଇଓ ସାମ୍‌ ଅଲ୍ଟମ୍ୟାନ, ମେଟା ସିଇଓ  ମାର୍କ ଜୁକରବର୍ଗ, ଏନ୍‌ଭିଡିଆ ସିଇଓ ଜେନ୍‌ସେନ  ହୁଆଙ୍ଗ. ଆଦି ସ୍ଥାନିତ ହୋଇଛନ୍ତି । ଏଆଇ ଏବଂ  ପ୍ରାଦ୍ୟୋଗିକ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ  ପାଇଁ ଲିଷ୍ଟରେ ଭାରତୀୟଙ୍କ ମଧ୍ୟରେ ରେଳ ଏବଂ  ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ,  ଇନ୍‌ଫୋସିସ୍‌ ସହପ୍ରତିଷ୍ଠାତା  ନନ୍ଦନ ନିଲେକାନି, ଅଭିନେତା  ଅନିଲ କପୁର ରହିଛନ୍ତି । 

ଭାରତରେ ସେମିକଣ୍ଡକ୍ଟର  ଉତ୍ପାଦନ ଲକ୍ଷ୍ୟକୁ ହାସଲ  କରିବା ଦିଗରେ ଉଲ୍ଲେଖନୀୟ  ନେତୃତ୍ୱ ପାଇଁ ଅଶ୍ୱିନୀ ବୈଷ୍ଣବ  ଟପ୍‌ ଗ୍ଲୋବାଲ ଏଆଇ ଲିଡରଙ୍କ  ମଧ୍ୟରେ ସ୍ଥାନିତ କରାଯାଇଛି ।  ଅଶ୍ୱିନୀଙ୍କ ତତ୍ତ୍ୱାବଧାନରେ ଆସନ୍ତା ୫ ବର୍ଷରେ  ଭାରତ ଶୀର୍ଷ ୫ ସେମିକଣ୍ଡକ୍ଟର ଉତ୍ପାଦନକାରୀ  ଦେଶ ମଧ୍ୟରେ ସାମିଲ ହେବା ନେଇ ଉଦ୍ୟମ ଜାରି  ରହିଛି ଏବଂ ଏଥିପାଇଁ ଅନେକ ଫ୍ୟାକ୍ଟ୍ରି ନିର୍ମାଣ  କାମ ଆରମ୍ଭ ହୋଇଥିବା  ମାଗାଜିନ୍‌ ପକ୍ଷରୁ କୁହାଯାଇଛି ।  ସେହିପରି ଡିଜିଟାଲ ପବ୍ଲିକ୍‌  ଇନ୍‌ଫ୍ରାଷ୍ଟ୍ରକଚରରେ ଯୋଗଦାନ  ପାଇଁ ନନ୍ଦନ ନିଲେକାନିଙ୍କୁ  ତାଲିକାରେ ସ୍ଥାନ ପାଇଛନ୍ତି ।  

ଏଆଇ ଦ୍ୱାରା ଲୋକେ  ବିନା କୌଣସି କପିରାଇଟରେ  ସେଲିବ୍ରିଟିଙ୍କ ସ୍ୱର ଏବଂ  ଚେହେରା ବ୍ୟବହାର  କରୁଛନ୍ତି । ଏହା ବିରୋଧରେ ଅନିଲ କପୁର ସ୍ୱର  ଉଠାଇଥିଲେ । ଗତବର୍ଷ ଡିସେମ୍ବରରେ ଦିଲ୍ଲୀ  ହାଇକୋର୍ଟ ଏଆଇ ଦ୍ୱାରା ଅନିଲ କପୁରଙ୍କ ନାଁ,  ଚେହେରା କିମ୍ବା ତାଙ୍କ ନକଲ ବ୍ୟବହାର ଉପରେ  ରୋକ ଲଗାଇଥିଲେ । ଏପରିକି ଅନିଲ କପୁରଙ୍କ  ଲୋକପ୍ରିୟ ଡାଏଲଗ୍‌ ‘ଝାକାସ୍‌’ ବ୍ୟବହାର ଉପରେ  ମଧ୍ୟ ରୋକ ଲାଗିଥିଲା । ଏହା ଏକ ଐତିହାସିକ  ବିଜୟ ଥିଲା । ଅନିଲ କପୁରଙ୍କ ବିଜୟ ବ୍ୟକ୍ତିଗତ  ଅଧିକାରର ସୁରକ୍ଷା ଲାଗି ଅନ୍ୟମାନଙ୍କୁ ଦିଗ ଦେଖାଇଥିବା ‘ଟାଇମ୍‌’ ପକ୍ଷରୁ କୁହାଯାଇଛି ।  

ଅନ୍ୟ ଭାରତୀୟଙ୍କ ମଧ୍ୟରେ ପର୍‌ପ୍ଲେକ୍ସିଟି  ସିଇଓ ଅରବିନ୍ଦ ଶ୍ରୀନିବାସ, ଟେକ୍ନୋଲୋଜି  ଉପରେ ଜାତିସଂଘର ମହାସଚିବଙ୍କ ରାଷ୍ଟ୍ରଦୂତ  ଥିବା ଅମନଦୀପ ସିଂହ ଗିଲ୍‌, ଖୋସ୍‌ଲା ଭେଞ୍ଚର  ପ୍ରତିଷ୍ଠାତା ବିନୋଦ ଖୋସଲା ମଧ୍ୟ ଏହି ତାଲିକାରେ  ସ୍ଥାନିତ ହୋଇଛନ୍ତି । ପ୍ରକାଶଥାଉ କି, ଟାଇମ୍‌ ପକ୍ଷରୁ  ଲିଡର, ଇନୋଭେଟର, ଶେପର୍‌ ଏବଂ ଥିଙ୍କର  ଆଦି ବର୍ଗରେ ଏହି ତାଲିକା ପ୍ରକାଶ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.