ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବୟସ ୨୯; ହେଲେ ପିନ୍ଧନ୍ତି ଡାଇପର, ଏଥିପାଇଁ ମାସକୁ ଖର୍ଚ୍ଚ କରନ୍ତି ୨୩ ହଜାର

ନୂଆଦିଲ୍ଲୀ, ୯।୦୨: ପ୍ରତ୍ୟେକ ଲୋକ ଭିନ୍ନ ଭିନ୍ନ ଶୈଳୀରେ ଜୀବନ ଆପଣାଇଥାନ୍ତି । ଅନେକ ସମୟରେ ଲୋକେ ନିଜ ପିଲାଦିନକୁ ଖୁବ୍ ଝୁରି ହୋଇଥାନ୍ତି । ଆମରିକାର ଜଣେ ୨୯ ବର୍ଷୀୟା ଯୁବତୀଙ୍କ ଜୀବନଶୈଳୀ ଏବେ ସାରା ବିଶ୍ୱରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଯୁବତୀଙ୍କ ନାଁ ‘ପେଗି ମିଲର’ । ୨୯ ବର୍ଷ ବୟସରେ ପେଗି ୨ ବର୍ଷ ପିଲା ଭଳି ଡାଇପର ପିନ୍ଧନ୍ତି । କେବଳ ସେତିକି ନୁହେଁ, ଦିନ ଭରି ସେ କଣ୍ଢେଇ ସହ ଖେଳନ୍ତି ଓ ଦୋଳିରେ ଶୋଇ ରୁହନ୍ତି । ପେଗିଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣ ଛୋଟ ପିଲାଙ୍କ ପରି । କିଛି ଲୋକଙ୍କୁ ପେଗିଙ୍କ ଜୀବନଶୈଳୀ ପସନ୍ଦ ଆସେ ତ ଆଉ କିଛି ଲୋକ ପେଗିଙ୍କର ଏଭଳି ବ୍ୟବହାରକୁ ପସନ୍ଦ କରନ୍ତିନି ।  

ତେବେ କହିରଖୁ କି, ଏବିଡିଏଲ୍ କମ୍ୟୁନିଟି ସହ ଜଡ଼ିତ ପେଗି ମିଲର୍ । ଆସନ୍ତୁ ଜାଣିବା କ’ଣ ଏହି ଏବିଡିଏଲ୍ କମ୍ୟୁନିଟି ? ଏବିଡିଏଲ୍‌ର ଅର୍ଥ ‘ଆଡଲ୍ଟ ବେବି ଡାଇପର୍ସ ଲଭର୍ସ’ । ଏବିଡିଏଲ୍‌ କମ୍ୟୁନିଟିର ଲୋକମାନେ ଯୁବାବସ୍ଥାରେ ବି ଡାଇପର ପିନ୍ଧିବାକୁ ପସନ୍ଦ କରନ୍ତି । ଛୋଟ ପିଲାଙ୍କ ପରି ପୋଷାକ ପିନ୍ଧନ୍ତି । ଏଥିସହ ଛୋଟ ପିଲାଙ୍କ ବୋତଲରେ ପାଣି ପିଅନ୍ତି । ପେଗିଙ୍କୁ ଛୋଟପିଲାଙ୍କ ଭଳି ରହିବାକୁ ଭାରି ପସନ୍ଦ । ତେବେ ସାଧାରଣ ଝିଅଙ୍କ ପରି ପେଗି ରିଲେସନ୍‌ସିପ୍‌ରେ ମଧ୍ୟ ଅଛନ୍ତି । ପେଗିଙ୍କର ଏଭଳି ଜୀବନଶୈଳୀ ଯୋଗୁଁ ତାଙ୍କ ବୟଫ୍ରେଣ୍ଡଙ୍କୁ କୌଣସି ଆପତ୍ତି ନଥିବାବେଳେ ତାଙ୍କ ବୟଫ୍ରେଣ୍ଡଙ୍କ ପରିବାର ଲୋକ ମଧ୍ୟ ପେଗିଙ୍କୁ ସହଯୋଗ କରନ୍ତି ।  

ତେବେ ଏବିଡିଏଲ୍‌ କମ୍ୟୁନିଟିର ଲୋକ ସାଧାରଣ ବ୍ୟକ୍ତିଙ୍କ ପରି ଚାକିରି କରନ୍ତି । ନିଜ ଖର୍ଚ୍ଚର ବିଲ୍ ବି ଭରନ୍ତି । କିନ୍ତୁ, ତଫାତ୍ ଏତିକି ଯେ, ଏମାନେ ଯୁବାବସ୍ଥା ଅପେକ୍ଷା ଛୋଟ ପିଲାଙ୍କ ପରି ଜୀବନ ବିତାଇବାକୁ ପସନ୍ଦ କରନ୍ତି । ଏହାକୁ ‘ଅଟୋନ୍‌ପିଓଫିଲିଆ’ ମଧ୍ୟ କୁହାଯାଏ । ଯାହା ଏକପ୍ରକାର ମାନସିକତା । ପେଗି ଡାଇପର ବାବଦରେ ପ୍ରତି ମାସକୁ ୨୫୦ ପାଉଣ୍ଡ ଅର୍ଥାତ୍ ପାଖାପାଖି ୨୩ ହଜାର ଟଙ୍କା ଖର୍ଚ୍ଚ କରନ୍ତି । ଏଥିସହ କୁନି ପିଲାଙ୍କ ପରି ଜୀବନ ବିତାଇବା ପାଇଁ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ କରିଥାନ୍ତି । 

୨୦୧୮ରୁ ସେ ଶିଶୁଙ୍କ ଭଳି ଜୀବନଶୈଳୀ ଆପଣାଇଛନ୍ତି । ତେବେ ପେଗିଙ୍କର ଏପରି ସ୍ୱଭାବ କେବଳ ଘର ଭିତରେ ସୀମିତ ନୁହେଁ, ସେ ବାହାରକୁ ଯିବା ସମୟରେ ମଧ୍ୟ ସାଙ୍ଗରେ ଖେଳନା ନେଇ ଯାତ୍ରା କରନ୍ତି । ଲୋକଙ୍କର ନକାରତ୍ମକ ପ୍ରତିକ୍ରିୟାକୁ ସେ ଭୟ କରନ୍ତି ନାହିଁ ବୋଲି କହିଛନ୍ତି । ଅବଶ୍ୟ ତାଙ୍କ ଅଜବ ଜୀବନଶୈଳୀକୁ ନେଇ ତାଙ୍କ ପରିବାର ଲୋକେ ଓ ସାଙ୍ଗସାଥୀମାନେ ତାଙ୍କୁ ସମର୍ଥନ କରୁଛନ୍ତି । ପେଗି ନିଜର ଏକ ୱେବ୍‌ସାଇଡ୍ ଓ ୟୁଟ୍ୟୁବ୍ ଚ୍ୟାନେଲ ଖୋଲି ତାଙ୍କ ଜୀବନଶୈଳୀ ବାବଦରେ ଲୋକଙ୍କୁ ଜଣାଉଛନ୍ତି । ତେବେ ସେ ଏପରି କୁନି ପିଲାଙ୍କ ପରି ଜୀବନ ଜିଇଁ ଖୁସି ତଥା ଆତ୍ମସନ୍ତୋଷ ପାଉଥିବା କଥା କହିଛନ୍ତି । 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.