ପ୍ରମୂଖ ଖବର
  • ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌
  • ||
  • ପୁରୀ : ଅଣପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି
  • ||
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ପାକିସ୍ତାନ ମିଡିଆରେ ଭାରତ ବନାମ ଇଣ୍ଡିଆ ଚର୍ଚ୍ଚା, ମୋଦୀ ସରକାରଙ୍କ ଉପରେ ଆଣିଲା ଅଭିଯୋଗ

Image Courtesy: Jagaran Josh

ଇସଲାମାବାଦ, ୦୫/୦୯: ଭାରତ ବନାମ ଇଣ୍ଡିଆ ଚର୍ଚ୍ଚା ମଧ୍ୟରେ ପାକିସ୍ତାନୀ ମିଡିଆର ମନ୍ତବ୍ୟ ସାମ୍ନାକୁ ଆସିଛି । ଭାରତର ନାଁ ବ୍ୟବହାରକୁ ନେଇ ମୋଦୀ ସରକାରଙ୍କ ଉପରେ ବର୍ଷିଛି ପାକ ମିଡିଆ । ଧର୍ମକୁ ନେଇ ପାକ ମିଡିଆ ଭାରତ ସରକାରଙ୍କୁ ଟାର୍ଗେଟ କରିଛି । ପାକିସ୍ତାନର ଜିଓ ନ୍ୟୁଜ ରିପୋର୍ଟ କରିଛି ଯେ, ମୋଦୀ ସରକାର ପୂର୍ବରୁ ବହୁ ମୁସଲିମ୍‌ ନେତାଙ୍କ  ନାମାନୁସାରେ ଥିବା ବିଭିନ୍ନ ସହର ଏବଂ ସ୍ଥାନର ନାମ ପରିବର୍ତ୍ତନ କରିଛନ୍ତି । ପାକ୍‌ ମିଡିଆର ଏଭଳି ଅଭିଯୋଗକୁ ନେଇ ଭାରତରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଦେଶର ନାଗରିକ ଇଣ୍ଡିଆ କିମ୍ବା ଭାରତ କହିବାକୁ ସ୍ବାଧୀନ, ୨୦୧୬ରେ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଥିଲେ ସୁପ୍ରିମକୋର୍ଟ

ଜି-୨୦ ସମ୍ମିନୀରେ ରାତ୍ରିଭୋଜନ ଲାଗି ନିମନ୍ତ୍ରଣ ପତ୍ରରେ ଇଣ୍ଡିଆ ପରିବର୍ତ୍ତେ ଭାରତ ଲେଖାଯିବାକୁ ନେଇ ଦେଶର ରାଜନୀତି ଜୋର ଧରିଛି । ଜିଓ ନ୍ୟୁଜ ନିଜ ରିପୋର୍ଟରେ କହିଛି, ମୋଦୀ ସରକାର ଇଣ୍ଡିଆ ନାଁ ପରିବର୍ତ୍ତନ କରି ଭାରତ କରିବାକୁ ବିଚାର କରୁଛନ୍ତି । ଏନେଇ ଏକ ପ୍ରସ୍ତାବ ସଂସଦରେ ଆଗତ ହୋଇପାରେ । ସଂସଦର ଏହି ଅଧିବେଶନ ସେପ୍ଟେମ୍ବର ୧୮ରୁ ୨୨ ଚାଲିବ । ଏହା ସହ ବହୁ ମୁସିଲିମ୍‌ ନେତାଙ୍କ ନାମାନୁସାରେ ଥିବା ସହର ଏବଂ ସ୍ଥାନର ନାଁ ମୋଦୀ ସରକାର ପରିବର୍ତ୍ତନ କରିଛନ୍ତି । ଯେଉଁଥିପାଇଁ ସଂଖ୍ୟାଲଘୁ ସଂପ୍ରଦାୟ ନାରାଜ ଅଛନ୍ତି ବୋଲି ପାକ ମିଡିଆ ନିଜ ରିପୋର୍ଟରେ କହିଛି ।

ସେପଟେ କେବଳ ପାକିସ୍ତାନ ନୁହେଁ ବିଶ୍ବର ବିଭିନ୍ନ ଦେଶ ଏବେ ଇଣ୍ଡିଆ ବନାମ ଭାରତ ପ୍ରସଙ୍ଗରେ ମନ୍ତବ୍ୟ ଦେଉଛନ୍ତି । ଜଣେ ରୁଷୀୟ ସାମ୍ବାଦିକ କହିଛନ୍ତି, ଏଣିକି ବ୍ରିକ୍ସର ନାମ ପରିବର୍ତ୍ତନ କରିବାକୁ ପଡ଼ିପାରେ । ସେ କହିଛନ୍ତି ତୁର୍କୀ ପରେ ଭାରତ ଏମିତି ଏକ ଦେଶ ହେବାକୁ ଯାଉଛି ଯାହା ନିଜ ନାଁ ପରିବର୍ତ୍ତନ କରିପାରେ । 

You can also read: ନୂଆଦିଲ୍ଲୀର ଜି-୨୦ ଶିଖର ସମ୍ମିଳନୀ ହସ୍ତଶିଳ୍ପ ବଜାର : ପ୍ରଦର୍ଶିତ ହେବ ଓଡ଼ିଶାର ପଟ୍ଟଚିତ୍ର

  • India vs India
  • Pakistani media
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.