ପ୍ରମୂଖ ଖବର
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

କେନ୍ଦ୍ର ମନ୍ତ୍ରୀ କୌଶଲ କିଶୋରଙ୍କ ଘରେ ଫୁଟିଲା ଗୁଳି, ରାତିରେ ପାର୍ଟି ପରେ ପୁଅର ସାଙ୍ଗକୁ ମାରିଦେଲେ

ଲକ୍ଷ୍ନୌ, ୦୧/୦୯: କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀଙ୍କ ଘରେ ମର୍ଡର । କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ କୌଶଲ କିଶୋରଙ୍କ ଲକ୍ଷ୍ନୌ ସ୍ଥିତ ବାସଭବନରେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୃତ ଯୁବକଙ୍କ ପରିଚୟ ବିନୟ ଶ୍ରୀବାସ୍ତବ ହୋଇଥିବା ବେଳେ ସେ ମନ୍ତ୍ରୀଙ୍କ ପୁଅ ବିକାଶ କିଶୋରଙ୍କ ସାଙ୍ଗ ବୋଲି କୁହାଯାଉଛି । 

ସାଂସଦଙ୍କ ଘରେ ହତ୍ୟାକାଣ୍ଡକୁ ନେଇ ଲକ୍ଷ୍ନୌରେ ଆତଙ୍କ ଖେଳି ଯାଇଛି । ପୋଲିସ ସାଂସଦଙ୍କ ଘରୁ ଗୁଳି କରାଯାଇଥିବା ବନ୍ଧୁକ ଜବତ କରିଛି । ଜବତ ବନ୍ଧୁକଟି ସାଂସଦଙ୍କ ପୁଅର ବୋଲି ଚର୍ଚ୍ଚା ହେଉଛି । ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

ପୁରୀ ପାଲଟିଛି ନିଶା କାରବାରର ପେଣ୍ଠସ୍ଥଳୀ, କୋଡ ୱାର୍ଡରେ ମିଳୁଛି ଗଞ୍ଜେଇ: ସୁଖିଲା ଭୋଗ’ କହିଲେ ଦୋକାନୀ ବଢ଼ାଇ ଦେଉଛନ୍ତି ସିଗାରେଟ୍

ଲକ୍ଷ୍ନୌର ଠାକୁରଗଞ୍ଜ ଥାନା ଅଞ୍ଚଳରେ ବିଜେପି ସାଂସଦ ତଥା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀଙ୍କ ନୂଆ ଘରେ ଏହି ହତ୍ୟାକାଣ୍ଡ ଘଟିଛି । ସୂଚନା ଅନୁସାରେ, ଗତକାଲି ରାତିରେ ମନ୍ତ୍ରୀଙ୍କ ଘରେ ପାର୍ଟି ଚାଲିଥିଲା । ଯେଉଁଥିରେ ମନ୍ତ୍ରୀଙ୍କ ପୁଅଙ୍କ ଅନେକ ସାଙ୍ଗ ସାମିଲ୍ ହୋଇଥିଲେ । ମୃତ ଯୁବକ ବି ଏହି ପାର୍ଟିରେ ସାମିଲ୍ ଥିଲେ ।

ପାର୍ଟି ବିଳମ୍ବିତ ରାତି ଯାଏ ଚାଲିଥିବା ବେଳେ ଭୋର୍ ପ୍ରାୟ ୪ଟା ୧୫ ମିନିଟ୍ ସମୟରେ ଶ୍ରୀବାସ୍ତବଙ୍କୁ ଗୁଳି କରାଯାଇଥିବା ଜଣାପଡ଼ିଛି । ତେବେ ଗୁଳି କିଏ ଓ କାହିଁକି କଲା ତାହା ଏଯାଏଁ ଜଣାପଡ଼ିନାହିଁ । ପୋଲିସ ୩ ଜଣଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଥିବା କହିଛନ୍ତି ଡିସିପି ରାହୁଲ୍ ରାଜ । ବିନୟଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି ।

ପାକିସ୍ତାନରେ ପେଟ୍ରୋଲ୍ ଓ ଡିଜେଲ୍ ଦରର ନୂଆ ରେକର୍ଡ, ପ୍ରଥମଥର ପାଇଁ ୩୦୦ ଟପିଲା

ଡିସିପିଙ୍କ ଅନୁସାରେ, ବିନୟଙ୍କ ମୃତ୍ୟୁ ଗୁଳିରେ ହୋଇଛି । ମୁଣ୍ଡରେ କ୍ଷତ ଚିହ୍ନ ରହିଛି । ରାତିରେ ମନ୍ତ୍ରୀଙ୍କ ଘରକୁ ୬ ଜଣ ଆସିଥିଲେ । ପାର୍ଟି ପରେ ହୋଇଥିବା ଗୁଳିମାଡ଼ରେ ବିନୟ ଟଳି ପଡ଼ିଛନ୍ତି । ପୋଲିସ ଓ ଫରେନସିକ୍ ଟିମ୍ ତଦନ୍ତ କରୁଛି । ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଥିବା ଡିସିପି କହିଛନ୍ତି । 

  • Murder
  • Kaushal Kishore
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.