ନୂଆଦିଲ୍ଲୀ ୧୧/୦୨: ଫିଲ୍ମଟି ହେବ କି ନାହିଁ ଢେର ଦିନ ଧରି ଚର୍ଚ୍ଚା ଚାଲିଲା। ସେଥିରେ ରଣବୀର ସିଂ ଅଭିନୟ କରିବେ ବୋଲି ମଧ୍ୟ ଶୁଣିବାକୁ ମିଳିଲା। ପୁଣି ସୁଟିଂ ଆରମ୍ଭ ହେଉ ହେଉ ବିଳମ୍ବ ହେଲା। ଆଦୌ ସେ ଫିଲ୍ମରେ ରଣବୀର ସିଂ ଖାପ ଖାଇବେ କି ନାହିଁ ସେ ବିଷୟରେ ଆଲୋଚନା କିଛି କମ୍ ହେଲା ନାହିଁ। ଶେଷରେ ସବୁପ୍ରକାର ଚିନ୍ତା ଭାବନାରେ ପୂର୍ଣ୍ଣଚ୍ଛେଦ ପଡିଛି। ରଣବୀର ସିଂ ମଧ୍ୟଚିନ୍ତା ମୁକ୍ତ ହୋଇଛନ୍ତି।
କଥା ହେଉଛି ଫିଲ୍ମ ‘ଡନ୍ ୩’ ବିଷୟରେ। ବଲିଉଡ୍ରେ ‘ଡନ୍’ ଶବ୍ଦଟି ଶୁଣିଲା ମାତ୍ରେ ଦର୍ଶକଙ୍କ ଆଖିଆଗରେ ଭାସି ଉଠେ ଅମିତାଭ ବଚ୍ଚନ ଏବଂ ଶାହରୁଖ ଖାନଙ୍କ ଚେହେରା। ଏବେ ସେମାନଙ୍କ ଜାଗାରେ ରଣବୀର ସିଂଙ୍କୁ ଦେଖିବାକୁ ମିଳିବ। ଏକଥାଟିକୁ ଅନେକ ସହଜରେ ଗ୍ରହଣ କରି ପାରୁନଥିଲେ। ଏହି କାରଣରୁ ରଣବୀରଙ୍କୁ ବେଶ୍ ସମାଲୋଚିତ ହେବାକୁ ପଡିଛି। ରଣବୀର ଯଦିଓ ସେ ସବୁକୁ ଗୁରୁତ୍ୱ ଦେଇନଥିଲେ, ତେବେ ମନେ ମନେ ଚିନ୍ତାରେ ପଡି ଯାଇଥିଲେ ଯେ ଫିଲ୍ମଟି ଆଦୌ ତିଆରି ହେବ କି ନାହିଁ। ଦୀର୍ଘ ଦିନର ଅପେକ୍ଷାର ଅବସାନ ଘଟିଛି। ଫିଲ୍ମର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଆସନ୍ତା ମାସରେ ଫିଲ୍ମର ପୋଷ୍ଟ ପ୍ରଡକ୍ସନ୍ କାମ ଆରମ୍ଭ ହେବ। ଚଳିତ ବର୍ଷ ଅଗଷ୍ଟ ମାସ ବେଳକୁ ଫିଲ୍ମର ସୁଟିଂ ଆରମ୍ଭ ହୋଇଯିବ।